ଥରେ ଜଣେ ବ୍ୟକ୍ତି ତାଙ୍କର ଗୁରୁଙ୍କୁ ପଚାରିଲେ, “ମହାଶୟ ! ମୋ ମନରେ ଏକ ପ୍ରଶ୍ନ ଜାଗି ଉଠିଛି । ଦୟାକରି ତା’ର ଉତ୍ତର ମୋତେ ଦିଅନ୍ତୁ ।”
ପ୍ରଶ୍ନ ଥିଲା ଏହିପରି – ଗୋଟିଏ ପରିବେଶ, ସମାନ ବାପା ମାଆ ଏବଂ ଏକାଭଳି ଲାଳନପାଳନ ଭିତରେ ମଧ୍ୟ ପିଲାଏ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱରେ ପରିଣତ ହୁଅନ୍ତି, ଏହା କିପରି ସମ୍ଭବ?”
ଗୁରୁ କହିଲେ, “ଏହାର କାରଣ ତୁମେ ଗୋଟିଏ ଅନୁଭୂତିରୁ ଯାହା ଆହରଣ କର, ଅନ୍ୟଜଣେ ହୁଏତ ତାହା କରିନପାରେ । ସେଥିପାଇଁ ଏ ପ୍ରକାର ।
ତା’ପରେ ଗୁରୁ ଶିଷ୍ୟକୁ ନେଇ ଗୋଟିଏ ଗାଁର ଛକ ସ୍ଥାନରେ ପହଂଚିଲେ । ଗୁରୁଙ୍କ କଥାମୁତାବକ ସେହି ଶିଷ୍ୟ ସେଠାରେ ଠିଆ ହୋଇ ସେଇବାଟ ଦେଇ ଘୋଡାରେ ଯାଉଥିବା ଲୋକଙ୍କୁ ଘୋଡାରେ ବସାଇ କିଛିବାଟ ନେଇଯିବା ପାଇଁ ଅନୁରୋଧ କଲେ । ସେଇ ବାଟଦେଇ ମୁଖ୍ୟତଃ କୃଷକମାନେ ଯାଉଥିଲେ ।