ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭୂବନ ସୁନ୍ଦରୀ

(ଭୂବନସୁନ୍ଦରୀଙ୍କ ପାଇଁ ଗ୍ରୀକ୍ ଓ ଟ୍ରୋଜନ୍ ମାନଙ୍କ ମଧ୍ୟରେ ଯେଉଁ ଯୁଦ୍ଧ ଆରମ୍ଭ ହୋଇଥିଲା, ତାହା ଆସି ଶେଷ ଅବସ୍ଥାରେ ପହଁଚିଲା । ଦୁଇପକ୍ଷରୁ ମହାନ ଯୋଦ୍ଧା ସବୁ ମରିଗଲେ । ଟ୍ରୋୟକୁ ଜିତିବାକୁ ରୂପଧର ଏକ ଯୋଜନା ପ୍ରସ୍ତୁତ କଲେ । ଯୋଜନା ଅନୁସାରେ ଏକ ବିରାଟ କାଠଘୋଡା ତିଆରି କରାଗଲା । ଗ୍ରୀକ୍ ଯୋଦ୍ଧାମାନେ ସେହି କାଠଘୋଡାର ପେଟରେ ପଶି ଲୁଚିରହିଲେ । ଗ୍ରୀକ୍ ସମ୍ରାଟ୍ ପୋଡାକୁ ଓ ଚୌର୍ଯ୍ୟନାଥ ନାମକ ଏକ ଗୁପ୍ତଚରକୁ ସମୁଦ୍ରକୂଳରେ ଛାଡି ଦେଇ ସେମାନେ ସେଠୁ ଫେରିବାର ଛଳନା କରି ଜାହାଜକୁ ଦୂରକୁ ନେଇଗଲେ । ଟ୍ରୋଜନ୍ମାନେ ଘୋଡାକୁ ନିଜ ଦୁର୍ଗ ଭିତରକୁ ନେଇଗଲେ । ତା’ପରେ ସେମାନେ ନିଜର ବିଜୟୋତ୍ସବ ମହାସମାରୋହରେ ପାଳିଲେ । ଏଣିକି ଆଗକୁ ପଢନ୍ତୁ ।)

                ବାହାରେ ତୁମଳ ଭାବରେ ଆନନ୍ଦର କୋଳାହଳ ଚାଲୁଥାଏ । କାଠଘୋଡାର ପେଟରେ ଥାଇ ଗ୍ରୀକ୍ ଯୋଦ୍ଧାମାନେ ଖାଲି ଭୟରେ ଥରୁଥା’ନ୍ତି । ସେମାନଙ୍କ ଉପସ୍ଥିତି ଜଣା ପଡିଗଲେ, ଟ୍ରୋଜନମାନେ ତାଙ୍କୁ ଜିଅନ୍ତା ପୋଡି ପକାଇବେ । ଦୁର୍ଦ୍ଧଣ୍ଡ ଭୟରେ କାନ୍ଦୁଥାଏ । କେବଳ ନବଯୋଧ ପଥର ପରି ଟାଣ ହୋଇ ବସିରହିଥାନ୍ତି । ତୀକ୍ଷ୍ମଦୃଷ୍ଟି ଫିଙ୍ଗିଥିବା ବର୍ଚ୍ଛା ଘୋଡା ପେଟ ଭିତରେ ପଶି ତା’ଙ୍କ ମୁଣ୍ଡପାଖରେହିଁ ପଡିଲା । ତଥାପିବି ସେ ଶାନ୍ତ ଥିଲେ । ସେ କେବଳ ଶତୃ ନିପାତ କରିବେ । କିନ୍ତୁ ରୂପଧରଙ୍କଠାରୁ ନିର୍ଦେଶ ନପାଇବା ପର୍ଯ୍ୟନ୍ତ ସେ କିଛି କରିପାରୁ ନଥା’ନ୍ତି । କାରଣ ଥରେ ଧରା ପଡିଗଲେ ମୃତ୍ୟୁ ନିଶ୍ଚିତ । ବଡ କଷ୍ଟରେ ଓ ମାନସିକ ଉତ୍କଣ୍ଠା ମଧ୍ୟରେ ସେ ଥା’ନ୍ତି ।

ଭୂବନସୁନ୍ଦରୀ ସଂଧ୍ୟା ବେଳକୁ ତାଙ୍କ ନୂତନ ସ୍ୱାମୀ ଅରିଭୟଙ୍କରଙ୍କ ସହିତ ଘୋଡାଟିକୁ ଦେଖିବାକୁ ଆସିଲେ । ସେ ଘୋଡାର ଚାରିପାଖ ବୁଲି ଦେଖିଲେ ଓ ମଝିରେ ମଝିରେ ଘୋଡା ଉପରେ ହାତ ବାଡେଇ ଶବ୍ଦ କରୁଥିଲେ । ଘୋଡାଙ୍କ ମଧ୍ୟରେ ଲୁଚିଥିବା ଯୋଦ୍ଧାମାନେ ଭିତରୁ କିଛି ଶବ୍ଦ ମଧ୍ୟ କରୁଥିଲେ । ସେତେବେଳେ ରୂପଧରଙ୍କ ପାଖରେ ବସିଥିବା ପ୍ରତାପ ଓ ଦେବମୟ ବାହାରକୁ ଆସିବାକୁ ଚାହୁଁଥିଲେ । କିନ୍ତୁ ରୂପଧର ସେମାନଙ୍କୁ ସେସବୁରୁ ନିବୃତ କରାଇଲେ ।

ରାତି ହେଲା । ବିଜୟୋତ୍ସବରେ ସାରାଦିନ ମାତି ରହି ସଂଧ୍ୟାକୁ ଟ୍ରୋଜନମାନେ ହାଲିଆ ହୋଇ ପଡିଥିଲେ । ସେମାନେ ଶୀଘ୍ର ଶୀଘ୍ର ଖାଇ ଶୋଇଗଲେ । କୁକୁରଟିଏ ମଧ୍ୟ ଭୁକିବାକୁ ନାହିଁ । କିନ୍ତୁ ଭୂବନସୁନ୍ଦରୀଙ୍କୁ ଆଦୌ ନିଦ ଲାଗୁ ନଥାଏ । ତାଙ୍କ କକ୍ଷର ବାହାରେ ଏକ ଗୋଲ୍ ଦୀପ ଜଳୁଥାଏ । ତାହା ମଧ୍ୟ ଗ୍ରୀକଙ୍କ ପାଇଁ ଏକ ସଂକେତ ଥିଲା ।

ଠିକ୍ ଅଧରାତି ବେଳକୁ ଚନ୍ଦ୍ର ଆକାଶରେ ଉଠିଲେ । ସେତେବେଳେ ଚୌର୍ଯ୍ୟନାଥ ବିଲେଇଟିଏ ପରି ଲୁଚି ଲୁଚି ନଗର ବାହାରକୁ ଗଲେ ଓ ବଜ୍ରକାୟଙ୍କ ସମାଧି ପାଖରେ ଜ୍ୟୋତି ଜଳାଇଲେ । ସେତେବେଳେ ପ୍ରତ୍ୟାମ୍ନାୟ ମଧ୍ୟ ଏକ ମଶାଲ ଜଳାଇ ସଂକେତ ଦେଲେ । ଗ୍ରୀକ୍ମାନଙ୍କର ଜାହାଜର ଦୀପସବୁ ମଧ୍ୟ ଜଳି ଉଠିଲା ଓ ତାହା ପୁଣି ଟ୍ରୋୟ ନଗରର ସମୁଦ୍ରତଟକୁ ଆସିଲା ।

ସମ୍ରାଟ ସଂକେତକୁ ପାଇବାମାତ୍ରେ ପ୍ରତ୍ୟାମ୍ନାୟ ଘୋଡା ପାଖକୁ ଯାଇ ଅନୁଚ୍ଚ ସ୍ୱରରେ କହିଲେ “ସବୁ ଠିକ୍ ।” ସେତେବେଳେ ରୂପଧର ନିର୍ଦେଶ ଦେଲେ କି ସବୁ ଯେପରି ଖୋଲିଦିଆଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ