ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭ୍ୟାନହୁଙ୍କୁସ୍ ଓ ତାର ତମାଖୁ ହୁକା

ଆଫ୍ରିକା ମହାଦେଶର ଶେଷଭାଗରେ କେପ୍ଟାଉନ୍ ନାମକ ଏକ ସହର ଅବସ୍ଥିତ । ସୁନ୍ଦର ପୃଥିବୀର ସୀମାରେ ଏହି ପାର୍ବତ୍ୟ ଭୂମିରେ ଶୋଭା ପାଉଛି । ଏହି ସହର ନିକଟରେ ଥିବା ଏକ ଉପସାଗରରେ ଭାରତ ମହାସାଗରର ଏକ ଉଷ୍ମ ସ୍ରୋତ ସହିତ ଆଂଟାର୍କଟିକା ମହାସାଗରର ଏକ ଶୀତଳସ୍ରୋତ ମିଶି ପ୍ରବାହିତ ହେଉଛି ।

ଏହି ସହରରେ ଦୁର୍ଗ ସଦୃଶର ଟେବୁଲ ଆକୃତିର ଏକ ପର୍ବତରହିଛି ଯାହାର ଗୋଟିଏ ପାଶ୍ୱର୍ରେ ସିଂହମୁଖାକୃତି ଗୋଟିଏ ଶୃଙ୍ଗ ଏବଂ ଅନ୍ୟ ପାଶ୍ୱର୍ରେ ତେଭିଲ୍ ନାମକ ଏକ ଶୃଙ୍ଗ ରହିଛି । ଏହି ପର୍ବତର ଆକୃତି ଯେ କେବଳ ବିସ୍ମୟ ସୃଷ୍ଟି କରିଛି ତାହାନୁହେଁ ବରଂ ଏହାର ସମତଳ ଶୀର୍ଷ ଦେଶରେ ଶୁଭ୍ର ବସ୍ତ୍ର ଭଳି ମେଘମାଳାରେ ଆଚ୍ଛାଦିତ ହୋଇଥିବାବେଳେ ଉଭୟ ଶୃଙ୍ଗରେ ଘନକୁହୁଡି ଯେମିତି ଏକ ଧବଳହାର ପରି ପ୍ରତୀୟମାନ ହେଉଛି । ବେଳେବେଳେ ଏହି ମେଘମାଳା ସ୍ଥିର ଏବଂ ନିଶ୍ଚଳ ଦେଖାଯାଉଥିବାବେଳେ ଧଳା ଏବଂ ପଶମୀ ବର୍ଣ୍ଣ ଧାରଣ କରିଥାଏ ଏବଂ ଆଉ କେତେବେଳେ ଏହି ମେଘଖଣ୍ଡ ମାନଙ୍କୁ ଚାହିଁଲେ ଜଣାଯାଏ ଯେ ଶୁଭ୍ର ଫେଣରାଶି ଯେମିତି ଗୁଡାଇ ହୋଇ ଶୃଙ୍ଗ ଦେଶରୁ ନିମ୍ନକୁ ବହିଆସି ଏକ ପ୍ରପାତ ଭଳି ଦେଖାଯାଉଛି ।

ଏହି ବିସ୍ମୟକର ଦୃଶ୍ୟ ସଂପର୍କରେ ବୈଜ୍ଞାନିକମାନେ କହନ୍ତି ଯେ ଗରମ ଚୁଲି ଉପରେ ପାଣି ଢାଳିଲେ ତାହା ଯେପରି ବାଷ୍ପରେ ପରିଣତ ହୁଏ ଠିକ୍ ସେହିପରି ସମୁଦ୍ର ଆଡୁ ଆସୁଥିବା ଶୀତଳବାୟୁ ସଂସ୍ପର୍ଶରେ ଘନୀଭୂତ ଜଳୀୟବାଷ୍ପ ଉତପ୍ତ ସ୍ଥଳଭାଗ ସଂସ୍ପର୍ଶରେ ଆସି ଏହିପରି ଦୃଶ୍ୟ ସୃଷ୍ଟି କରୁଛି । ଆମ ଭିତରୁ ଅନେକେ ବୈଜ୍ଞାନିକମାନଙ୍କ ଏହିକଥାକୁ ବିଶ୍ୱାସନକରି ଏହାର ରହସ୍ୟ ଅନୁସଂଧାନ ପାଇଁ ଚେଷ୍ଟା କଲାବେଳେ କେପ୍ଟାଉନ୍ର ମ୍ୟାଲେକ୍ୱାଟର ଥିବା ଅନେକ ହାଜୀମାନଙ୍କ ମଧ୍ୟରୁ ଜଣେ ହାଜୀଙ୍କ ସମ୍ପର୍କରେ ଏକ ଗୁଜବ ଶୁଣିବାକୁ ପାଇଲୁ । ଆମେ ଜାଣିନଥିବା ଅନେକ ବିଷୟରେ ସେ ଜାଣନ୍ତି ଏବଂ ସେ ସମ୍ପର୍କରେ ଅନେକ କଥା କହିଥାନ୍ତି । ଥରେ ସେ ମକ୍କା ଯାଇଥିବାବେଳେ ମହାଶୂନ୍ୟରେ ଝୁଲି ରହିଥିବା ମହମ୍ମଦଙ୍କ କଫିନ୍ ଏବଂ ସିନ୍ଦ୍ବାଦର ନାବିକଙ୍କ ଜଳଯାତ୍ରା ଦେଖିଥିବାର କହନ୍ତି । ଆମେ ଭାଗ୍ୟବାନ ଯେ ସେଇ ହାଜୀମାନଙ୍କ ମଧ୍ୟରୁ ମୂଲ୍ୟବାନ ରଙ୍ଗିନ୍ ପୋଷାକ ସହିତ ଲାଲ୍ ଟୋପି ପିନ୍ଧିଥିବା ଜଣେ ହାଜୀ ବସି ଏଇ ଟେବୁଲ୍ ଆକୃତି ପର୍ବତର ଉତ୍ପତି ସଂପର୍କର ରହସ୍ୟ କଥା ସବୁ ଆମେ ଶୁଣିଛୁ । ସେ ଯାହା କହିଥିଲେ ତାହା ହେଲା –

ଅନେକଦିନ ତଳେ ଯେତେବେଳେ ଏଇ ହାଜୀମାନଙ୍କର ପୂର୍ବ ପୁରୁଷ ଚେମେନ୍ଙ୍କ ଦାସ ଥିଲେ ସେତେବେଳେ ଡେଭିଲ୍ ଶୃଙ୍ଗର ପୂର୍ବପଟ ଢାଲୁ ଅଂଚଳରେ ଭ୍ୟାନ୍ହୁଙ୍କୁସ୍ ନାମରେ ଜଣେ ବ୍ୟକ୍ତି ଏକ ନିର୍ଜ୍ଜନ କୋଠରିରେ ବାସ କରୁଥିଲା । ସେଇ ସମୟରେ ସେଇ ଶୃଙ୍ଗକୁ ଡେଭିଲ୍ଶୃଙ୍ଗ କୁହାଯାଉନଥିଲା ଏବଂ ଟେବୁଲ୍ ପର୍ବତ ଉପରେ ମେଘମାଳା ଦେଖାଯାଉଥିଲେ ମଧ୍ୟ ବର୍ତ୍ତମାନ ଭଳି ଏତେ ବହୁତ ଆକାର ଧାରଣ କରୁନଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ