ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମନ ଭୂତ

ସେଦିନ ଥିଲା ଶୀତୁଆ ସଂନ୍ଧ୍ୟା । ଶୀତର ପ୍ରକୋପ ସଂନ୍ଧ୍ୟାଠାରୁ ଆସ୍ତେ ଆସ୍ତେ ବଢି ବଢି ଚାଲି ଥାଏ । ତାସାଙ୍ଗକୁ କାକର ପଡିବା ମଧ୍ୟ ଆରମ୍ଭ କରି ଥାଏ । ଗଛ ପତ୍ରର ଉପରେ କାକର ଟପ୍ ଟପ୍ ହୋଇ ପଡୁ ଥାଏ । ନିଛାଟିଆ ଜଙ୍ଗଲିଆ ଯାଗାରେ ଭୟାକୁଳ ପରିସ୍ଥିତି ସୃଷ୍ଟି  କରୁଥାଏ । ସେଦିନ ଦେବ ବାବୁ ଶେଷ ଗାଡିରେ ପ୍ରାୟ ସାଢେ ସାତଟା ସଂନ୍ଧ୍ୟା ସମୟରେ ବାହାରି ପଡିଲେ ତାଙ୍କ ଘରକୁ । କାରଣ ସେଦିନ ସାମ୍ବ ଦଶମୀ ଥାଏ । କ’ଣ ଗୋଟାଏ ବିଶେଷ କାର୍ଯ୍ୟ ଅଫିସ୍ରେ ଥିବାରୁ ସେ ନିଜ ଗାଁକୁ ଯିବା ଟିକେ ଡେରି ହୋଇ ଗଲା । ତାପରେ ବାବୁଙ୍କର ପୁଣି ପୋଲିସ୍ ଚାକିରି । ତାଙ୍କୁ ସାମ୍ବ ଦଶମୀରେ ଛୁଟିବା କାହୁଁ ମିଳିବ? ସାମାନ୍ୟ ସମୟର ଫାଙ୍କରେ ପର୍ବ ପାଳନ କରିବାକୁ ଶେଷ ଗାଡିରେ କଟକରୁ ବାହାରି ପଡିଲେ । ତାଙ୍କ ଗ୍ରାମଟା ମଧ୍ୟ ଅଡଶପୁର ବଜାର ଠାରୁ ପ୍ରାୟ ପାଂଚ କି.ମି. ଦୂର ହେବ । ସେତେବେଳେ ତାଙ୍କ ଯିବା ପାଇଁ କିଛି ଗାଡି ମଟର ନଥିଲା ।

ଦେବ ବାବୁ ଅଡଶପୁର ବଜାରରେ ପହଁଚିଲା ବେଳକୁ ସମୟ ପ୍ରାୟ ରାତି ନଅଟା । ଦେବ ବାବୁ ଭାବିଲେ ଗାଁ ପାଖ ଲୋକ କିଏ ମିଳି ଗଲେ ତା ସାଥିରେ ଚାଲି ଯିବେ । ଦେବ ବାବୁ ବହୁତ ଖୋଜା ଖୋଜି କଲେ । ହେଲେ କେହି ହେଲେ ମଳିଲେନି । ସେ ଗୋଦାମ ଆଡେ ଗଲେ କାଳେ ବାଦାମ୍ କିମ୍ବା ଧାନ ନେଇ କାହା ଶଗଡ ଆସିଥିବ । ତାଙ୍କ ସାଥିରେ ସେ ଚାଲି ଯିବେ । କିନ୍ତୁ ସେଠାରେ ସେ ମଧ୍ୟ କାହାକୁ ପାଇଲେନି । ଦେବ ବାବୁ ଏପଟ ସେପଟ ଖୋଜା ଖୋଜି କରିବା ଭିତରେ ପ୍ରାୟ ଅଧ ଘଂଟାଏ ବିତି ଗଲା । ତା ମଧ୍ୟରେ ନିଶ୍ଚନତା ମଧ୍ୟ ଆହୁରି ବଢି ଗଲା । ଏଥର ନିଶୁନତା ରାସ୍ତାରେ ଦେବ ବାବୁ ସାହସ ବାନ୍ଧି ତାଙ୍କ ଗ୍ରାମ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ରାସ୍ତା ଦାଢରେ କାଁଭାଁ, କେଉଁଠି ଗଛ । ଆଉ ବିସ୍ତିର୍ଣ୍ଣ ଶସ୍ୟ କ୍ଷେତ୍ର । ଧାନ ଉଠିଯିବା ପରେ, ମୁଗ, ବିରି, ବାଦାମ ରବି ଫସଲର ସବୁଜ କ୍ଷେତ । ଅବଶ୍ୟ ତା ସବୁଜତା ଘନ ଅନ୍ଧକାର ମଧ୍ୟରେ ଦୃଷ୍ଟି ଗୋଚର ହେଉ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ