ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ରୋଗ ଠାରୁ ଔଷଧ ଦୁଃଖ ଦାୟକ

ବର୍ଷା ଋତୁ ହୋଇ ଥିବାରୁ ନଈରେ ବନ୍ୟା ଆସି ଥିଲା । ନଈରେ ଭରପୂର ପାଣି ଥିବା ସତ୍ୱେ ଗୋଟିଏ ଗଧିଆ ସାହସ କରି ପାଣି ଭିତରକୁ ଡିଆଁ ମାରିଲା ନଈର ସେପଟକୁ ଯିବ ବୋଲି । ଯେତେ ବେଳେ ଗଧିଆ ପହଁରି ପହଁରି ମଝି ନଈରେ ଆସି ପହଁଚିଲା ସେତେ ବେଳେ ପାଣିର ପ୍ରବଳ ଭଉଁରୀରେ ତାକୁ ତଳ ଆଡକୁ ଭିଡିଲା । କିନ୍ତୁ ସେ ହିମ୍ମତ୍ ହାରିଲା ନାହିଁ ସେ ଲଗାତାର ତା’ର ଗୋଡ ହଲେଇ ହଲେଇ ପହଁରିବାକୁ ଲାଗିଲା । ବହୁତ ପ୍ରତିକୁଳ ସତ୍ୱେ ସେ ଆର ପାରିରେ ପହଁଚି ଗଲା । କିନ୍ତୁ କୂଳରେ ଥିବା ଚିଙ୍ଗୁଡିଆ ଦଳ ମଧ୍ୟରେ ତାର ଗୋଡ ଛନ୍ଦି ହୋଇ ଗଲା । ସେ ବହୁତ ଚେଷ୍ଟା କଲା ବାହାରକୁ ବାହାରିବା ପାଇଁ ।

ଏହି ଭଳି କଷ୍ଟ କରୁ ଥିବା ସମୟରେ ଆଉ ଗୋଟିଏ ବିପଦ ତା’ ଉପରେ ମାଡି ଆସିଲା । ହଜାର ହଜାର ମଶା ତାକୁ ଘେରି ଯାଇ ତା’ର କୋମଳ ଶରୀରରୁ ରକ୍ତ ପିଇବାକୁ ଲାଗିଲେ । ବିଚରା ଗଧିଆଟି ଏଭଳି କଷ୍ଟକୁ କିଭଳି ସମ୍ଭାଳି ପାରିଥା’ନ୍ତା । ବିଚରା ଗଧିଆଟି ଦୌଡି ପଳାଇବାକୁ ଚେଷ୍ଟା କରୁ ଥିଲା କିନ୍ତୁ ସେଥିରେ ବାରମ୍ବାର ବିଫଳ ହେଉ ଥିଲା । ଦଳରେ ଅଟକି ସେ ପାଟି କରି ଚିତ୍କାର କରୁ ଥିଲା । ବୁଦା ଭିତରେ ବୁଲୁ ଥିବା ଗୋଟିଏ ଝିଙ୍କ ଗଧିଆର ବିକଳ ଚିତ୍କାର ଶୁଣି ଗଧିଆ ନିକଟରେ ଆସି ପହଁଚିଲା । ସେ ଗଧିଆର କଷ୍ଟକୁ ସହ୍ୟ କରି ନ ପାରି ସେ ଯାଇ କହିଲା – କ’ଣ ଗଧିଆ ଭାଈ ଏହି ମଶା ମାନେ ତୁମକୁ ଅନେକ କଷ୍ଟ ଦେଲେଣି । ଚାହୁଁଛ ଯଦି ମୁଁ ତାଙ୍କୁ ଘଉଡାଇ ଦେଇ ପାରେ କି?


ଗପ ସାରଣୀ

ତାଲିକାଭୁକ୍ତ ଗପ