“ଭାସ୍କରାଚାର୍ଯ୍ୟଙ୍କ କନ୍ୟା ଲୀଳାବତୀ ଥିଲେ ବୁଦ୍ଧିମତୀ ସୁନ୍ଦରୀ ଜଣେ
ବିବାହ ବନ୍ଧନେ ବାନ୍ଧିହେଲେ ସିନା ଦୁର୍ଯୋଗକୁ ହେଲେ ବିଧବା ଦିନେ ।
ଦେଇପାରିଲାନି ଦୁଃଖ ଏ ଘଟଣା ବରଂ ଜୀବନରେ ଆସିଲା ସୁଖ
ବାପଝିଅ ଦୁହେଁ ବସିଗଲେ ଲେଖି ଗାଣିତିକ ସୂତ୍ରମାନ ଅସଂଖ୍ୟ ।
ଆଜି ତାହା ଲୀଳାବତୀ ସୂତ୍ର ରୂପେ ଲଭିଅଛି ଖ୍ୟାତି ଗଣିତଶାସ୍ତ୍ରେ
ଧନ୍ୟ ସେହି କନ୍ୟା ଲୀଳାବତୀ ଦେଖ ଭାଗ୍ୟବତୀ ହେଲା ଏଇ ମରତେ ।”
ଅନେକ ଦିନ ତଳର କଥା । ଦାକ୍ଷିଣାତ୍ୟର ବୀଜ୍ଜଲବୀଡ ନାମକ ଏକ ଗ୍ରାମରେ ଜ୍ୟୋତିର୍ବିଦ ଭାସ୍କରାଚାର୍ଯ୍ୟ ରହୁଥିଲେ । ସେ ବି ବିଶ୍ୱରେ ଜଣେ ଖ୍ୟାତନାମା ଗଣିତଜ୍ଞ ଥିଲେ । ସିଦ୍ଧାନ୍ତ ଶିରୋମଣି ନାମକ ଏକ ପୁସ୍ତକ ଲେଖି ସେ ଅମର ହୋଇଯାଇଛନ୍ତି ।