ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶାଶୁ ବୋହୁ

ଗୋଟିଏ ଗ୍ରାମରେ ଶକୁ ନାମରେ ସ୍ତ୍ରୀଲୋକଟିଏ ଥାଏ । ସେ ବଡ କଞ୍ଜୁସ୍ । ତା’ ବିଷୟରେ ଲୋକେ କଞ୍ଜୁସ୍ ବୋଲି କହିଲେ ସେ ସେମାନଙ୍କ କଥା ମୋଟେ ମାନେନାହିଁ; ଓଲଟି କୁହେଯେ ସେ ମିତବ୍ୟୟି ।

ଶକୁ ବହୁଦିନୁ ବିଧବା । ତା’ର ଗୋଟିଏ ବୋଲି ପୁଅ ଶ୍ୟାମକୁ ପାଳି ପୋଷି ସେ ବଡ କଲା । ଏବେ ସୁନ୍ଦରୀ ସୁଲକ୍ଷଣୀ ବୋହୁଟିଏ ପାଇଁ ସେ ଚାରିଆଡେ ତା’ଆଖି ବୁଲାଇଲା । ଶକୁର ବହୁତ ଧନ ଥାଏ ହେଲେବି ସେ ଭାରି କଞ୍ଜୁସ୍ । ସେଥିପାଇଁ ଅନେକ ଲୋକ ପ୍ରସ୍ତାବ ନେଇ ଆସନ୍ତି । ଶକୁ କହିଲା, “ମୁଁ ଝିଅକୁ ପରୀକ୍ଷା କରିବା ପରେହିଁ ବିବାହ ସ୍ଥିର କରିବି ।”

ପ୍ରସ୍ତାବ ଆସିଥିବା ଘରମାନଙ୍କୁ ଯାଇ ଶକୁ ସେ ଝିଅମାନଙ୍କୁ ପରୀକ୍ଷା କଲା । କିନ୍ତୁ ତଦ୍ୱାରା କେହି ହେଲେ ମଧ୍ୟ କୃତକାର୍ଯ୍ୟ ହେଲେ ନାହିଁ ।

ପଡୋଶୀ ଗ୍ରାମରୁ ଗୋଟିଏ ପ୍ରସ୍ତାବ ଆସିଥାଏ । ସେ ଝିଅଟିକୁ ପରୀକ୍ଷା କରିବାକୁ ଶକୁ ଯାଇ ସେଠାରେ ପହଁଚିଗଲା । ଝିଅଟିକୁ ଦେଖି ସେ କହିଲା, “ତୁମ ନାଁ ରୁକ୍ମିଣୀ ନା? ଏ ନାମଟି ତ ବଡ ସୁନ୍ଦର ହୋଇଛି, ଆଉ ତୁମ କାମସବୁ କିପରି? ଆଚ୍ଛା ତୁମେ ଖାଇବା ପରେ ମୋ ପାଖକୁ ଆସ । ମୁଁ ତୁମକୁ କିଛି ପ୍ରଶ୍ନ କରିବି । ମୁଁ ତ ଖାଇ ସାରିଛି ।”

ରୁକ୍ମିଣୀ କହିଲା, “ଆମ ଘରେ ସାଧାରଣ ଦିନ ଅପେକ୍ଷା ଅଧିକ ଖର୍ଚ୍ଚ ହେଲେ, ଆମେ କିଛି ନା କିଛି କରୁ । ଆଜି ମୁଁ ଖାଇବି ନାହିଁ ।”

ତା’ର ଏଭଳି ଉତ୍ତର ଶୁଣି ଶକୁ ବହୁତ ଖୁସି ହୋଇ ତାକୁ ହିଁ ନିଜ ବୋହୁ ରୂପେ ବାଛିଲା । ସେ କହିଲା, “ମିତବ୍ୟୟରେ ତ ତୁମେ ମୋଠାରୁ ମଧ୍ୟ ଅଧିକ ବୁଦ୍ଧିମାନ । ଅତେବ ତୁମ ପରି ଝିଅକୁ ବୋହୁ ଭାବରେ ପାଇବା ମୋର ସୌଭାଗ୍ୟ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ