ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶାଶ୍ୱତର ଆକର୍ଷଣ

କାମନା ଏକ ବହ୍ନିମାନ ଦୀପଶିଖା । ମାନବତ୍ୱକୁ ଏହା ଜାଳିପୋଡି ନଷ୍ଟ କରିଦେଇଥାଏ । ଦହନର ଜ୍ୱାଳା ଦୁର୍ବିସହ ଯନ୍ତ୍ରଣା ସତ୍ତ୍ୱେ ସାଂସାରିକ ମାୟାଜାଲରେ ଅବୋଦ୍ଧ ମଣିଷ କାମନାର ନିଆଁରେ ଜଳୁଛନ୍ତି । ଅନ୍ୟ ପକ୍ଷରେ ଯିଏ ଏହି  କାମନାର ଅଗ୍ନିକୁ ନିର୍ବାପିତ କରି ଦେଇଛନ୍ତି ସେ ଶାନ୍ତି ପାଇଛନ୍ତି, କାରଣ ତାଙ୍କର ସବୁ ଦୁଃଖ ନିର୍ବାପିତ ହୋଇଯାଇଥାଏ । ବୃଦ୍ଧ, ସ୍ଥିବର, ଅସମର୍ଥ ଠାରେ ମଧ୍ୟ ଦୁର୍ବାର କାମନା ଜାଗେ । ଏହି ଜ୍ୱାଳାମୁଖୀ କାମନାରେ ବଶବର୍ତ୍ତୀ ମଣିଷ ଜନ୍ମାଦ ହୋଇଯାଇଥାନ୍ତି ।  ଜାତି ଧର୍ମ ବୟସର ଚିହ୍ନ ଏଠି ହାର ମାନିଥାଏ । କାମନାର ଶେଷ ହୋଇଗଲେ ମୁକ୍ତି ଆଉ ମହାନିର୍ବାଣର ପଥ ଆଖି ଆଗରେ ଉଦ୍ଭାସିତ ହୋଇ ଉଠେ । ପାଂଚାଳ ନରେଶଙ୍କ ରାଜ୍ୟରେ ସବୁକିଛି ଥିଲା । ପ୍ରଜାମାନଙ୍କୁ ସେ ସନ୍ତାନବତ୍ ଶ୍ରଦ୍ଧା କରୁଥିଲେ ।  ଦିନେ ଜଣେ ଚାରଣ ଆସି ନରେଶଙ୍କ ସ୍ତୁତିଗାନପୂର୍ବକ ତାଙ୍କର ଜୟଜୟକାର କଲେ । ରାଜା ବିନମ୍ରତାର ସହ ଏହା ବନ୍ଦ କରିବାକୁ କହିଲେ । ଚାରଣ ଆଶ୍ଚର୍ଯ୍ୟ ହୋଇ ରାଜାଙ୍କୁ କହିଲେ ମହାରାଜ ! ମୋର କିଛି ଭୁଲ୍ ହୋଇଗଲା କି? ‘ପାଂଚାଳ ନରେଶଙ୍କ ନିକଟରେ ଏଭଳି ସ୍ତୁତିର କୌଣସି ଅର୍ଥ ନାହିଁ । ମୁଁ ଆପଣଙ୍କର ସ୍ତୁତି ଶୁଣିବାକୁ ଚାହୁଁ ନାହିଁ । ଯାଅ ନିଜ କାମ କର’ – ରାଜାଙ୍କ ଏଭଳି ଉତ୍ତରରେ ଚାରଣ କହିଲେ – କୁହନ୍ତୁତ ଜଣେ ଚାରଣଙ୍କର ବା ଅନ୍ୟ କି କାମ ଅଛି? ପୁନରାୟ ସେ ଦୋହରାଇଲେ ‘ମହାରାଜଙ୍କର ଜୟହେଉ’ । ରାଜା କ୍ଷୁବ୍ଧ ହୋଇ କହିଲେ ସ୍ତୁତିଗାନ କରିବା ନିମନ୍ତେ ମୁଁ ତୁମଙ୍କୁ ନିଷେଧ କରିଛି । ଏବେ ଉତ୍ତର ଦିଅନ୍ତୁ – ଆପଣ ବିଭିନ୍ନ ସ୍ଥାନ ବୁଲୁଛନ୍ତି । କୁହନ୍ତୁତ ମୋ ରାଜ୍ୟରେ କିଛି ଅଭାବ ଅଛି କି? ଚାରଣ କିଛି ସମୟ ଚିନ୍ତାକରି କହିଲେ ମହାରାଜ ! ଏକ ଚିତ୍ରଶାଳାର ଅଭାବ ରହିଛି । ଯଦି ଏକ ଚିତ୍ରଶାଳା ହୁଅନ୍ତା ତେବେ କେବେକେବେ ସେଠାରେ ପ୍ରଦର୍ଶନୀର ଆୟୋଜନ କରାଯାଅନ୍ତା ।


ଗପ ସାରଣୀ

ତାଲିକାଭୁକ୍ତ ଗପ