ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଶିଳ୍ପୀର ଇଚ୍ଛା

ପୁରାକାଳର କଥା; ଚୁବାଙ୍ଗ ରାଜ୍ୟରେ ଏକ ମହାନ୍ ଶିଳ୍ପୀ ବାସ କରୁଥିଲେ । ଦିନେ ଜଣେ ଧନୀ ତାଙ୍କୁ ଘରକୁ ନିମନ୍ତ୍ରଣ କଲେ । ଶିଳ୍ପୀ ଧନୀଙ୍କର ବୈଭବ ଦେଖି ଆଶ୍ଚର୍ଯ୍ୟ ହେଲେ ଓ ଦେବୀଙ୍କୁ ପ୍ରାର୍ଥନା କଲେ ତାଙ୍କୁ ଜଣେ ଧନୀ ବ୍ୟକ୍ତି ବନାଇ ଦେବାକୁ । ଦେବୀ ତାଙ୍କର ଇଛା ପୂରଣ କଲେ । ଅବିଳମ୍ବେ ସେ ହୋଇଗଲେ ଏକ ବଡ ଧନୀ । ତା’ପରେ ସେ କିଛିଦିନ ବେଶ୍ ଆନନ୍ଦରେ  ବିଳାସବ୍ୟସନରେ ବୁଡି ରହି ଜୀବନ ବିତାଇଲେ ।

ହଠାତ୍ ଦିନେ ସେ ଦେଖିଲେ ସେନାପତି ପାଲିଙ୍କିରେ ବସି ଯାଉଛନ୍ତି । ଲୋକମାନେ ତାଙ୍କୁ ବଡ ଖାତିର କରୁଛନ୍ତି ଓ ପ୍ରଣାମ ମଧ୍ୟ କରୁଛନ୍ତି । ଧନୀ ଶିଳ୍ପୀ ତାଙ୍କୁ କୌଣସି ସମ୍ମାନ ଦେଖାଇଲେ ନାହିଁ । ତେଣୁ ତାଙ୍କ ସୈନ୍ୟମାନେ ଆସି ଧନୀଶିଳ୍ପୀଙ୍କୁ ଧୁମ୍ ପିଟିଲେ । ଫଳରେ ତାଙ୍କ ମନ ଖରାପ ହୋଇଗଲା । ସେ ଦେବୀଙ୍କୁ ପ୍ରାର୍ଥନା କଲେ ତାଙ୍କୁ ସେନାପତି ପରି ଜଣେ ରାଜକର୍ମଚାରୀ ବନାଇ ଦେବାକୁ । ତାହାହେଲେ ଯାଇ ତାଙ୍କର ଯାହା ଇଚ୍ଛା ସେ ତାହା କରିପାରିବେ । ସେହି କଥା ହିଁ ହେଲା; ଚାହୁଁ ଚାହୁଁ ସେ ସେନାପତି ହୋଇଗଲେ ।

ଦିନେ ସେ ସେନାପତି-ରୂପୀ ଶିଳ୍ପୀ ନିଜର କେତେକ ସୈନ୍ୟ ଧରି ପାହାଡୀ ଇଲାକାରେ ବୁଲୁଛନ୍ତି, ଦେଖିଲେ ଉପତ୍ୟକାରେ କେତେଗୁଡିଏ ସୁନ୍ଦରୀ ଝିଅ । ସେଥିରୁ ଗୋଟିଏ ଦୁଇଟି ଉଠାଇ ନେବାକୁ ସେ ଚେଷ୍ଟା କଲେ । ଝିଅମାନେ ପାଟିକଲେ; ପାଟି ଶୁଣି ପାହାଡିଆ ଶବର ଜାତିର ଲୋକ ସବୁ ଗାଁରୁ ଦୌଡି ଆସିଲେ । ସେନାପତିଙ୍କୁ ଓ ତାଙ୍କ ଲୋକଙ୍କୁ ନିର୍ଧୁମ ଛେଚିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ