ସେ ରାଜା ବିଜୟ ସେନ୍ଙ୍କ ଶୁଆ, ଖୁବ୍ ଚତୁର ଆଉ ବୁଦ୍ଧିଆ ମଧ୍ୟ, ସେ ଶୁଆ ଯାଇ ବସି ଥାଏ ରାଜ କୁମାରୀ ଛଇଳାଙ୍କ ଉଆସ କାନ୍ଥରେ , ରାଜ କୁମାରୀ ବଡ ଚାଲାଖ, ସେ ସେହି ଶୁଆଟିକୁ ଧରିବାକୁ ଚେଷ୍ଟା କଲା, ପାଖକୁ ଆସିବା ଲାଗି ଶୁଆକୁ ବହୁ ପ୍ରଲୋଭନ ଦେଖାଇଲା, ଶୁଆ ରାଜ କୁମାରୀର ସମସ୍ତ ପ୍ରଲୋଭନ କଥାକୁ ବୁଝି ସାରିଥିଲେ । ସେ ରାଜ କୁମାରୀ ପାଖକୁ ଯାଇ ତା’ ହାତରେ ଧରା ପଡି ଗଲା ।
ରାଜ କୁମାରୀ ଜାଣିଛି ୟେ କେବେ ସାଧାରଣ ଶୁଆ ନୁହେଁ । ୟେ କାହାର କଥାରେ ପଡି ମୋ ପାଖକୁ ଆସି ଅଛି । ତହୁଁ ସେ ଦାସୀକୁ ଡାକି କହିଲେ ତମେ ମାନେ ଅତି ଶୀଘ୍ର ଛୁରୀ ଆଣ । ୟେ ପ୍ରକୃତରେ ଶୁଆ ନୁହେଁ । ମନ୍ତ୍ର ବଳରେ ୟେ ଶୁଆ ହୋଇ ଆସିଛି ।