ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସତୀ ସଉତୁଣୀ ମନ୍ଦିର କଥା

ତୀର୍ଥ କରିବାକୁ ଯାଉଥିବା ରାସ୍ତାରେ ସିନ୍ଧୁ ନାମକ ଏକ ଦେଶ ପଡିଲା । ରାସ୍ତାର ପାଖ ଦେଶରେ ଯମୁନା ନାମକ ଏକ ନଦୀ କୁଳୁ କୁଳୁ ନାଦ କରି ବହି ଯାଉଛି । ଗଙ୍ଗା ଯମୁନା କାଳେ ଦୁଇ ଭଉଣୀ । ଗଙ୍ଗା ନଦୀ ଯେପରି ପବିତ୍ର ସେହିପରି ଯମୁନା ନଦୀ ମଧ୍ୟ ପବିତ୍ର । ପବିତ୍ର ଯମୁନା ନଦୀର କୂଳେ କୂଳେ ଗଲେ ବହୁତ ଗୁଡିଏ ତୀର୍ଥ ସ୍ଥାନ ଦେଖିବାକୁ ପଡେ । ସେହି ଉପଦେଷ୍ଟାଙ୍କର ପଛେ ପଛେ ବୋଲକରା ନିଜ ମୁଣ୍ଡରେ ଗଣ୍ଠିଲି କାନ୍ଧରେ କମ୍ବଳ ଆଉ ହସ୍ତରେ ଛତା ଧରି ଢିପେଇ ଢିପେଇ ଚାଲି ଥାଏ । ସେ ଯେତେବେଳେ ଯାହା ଦେଖେ ସେତେବେଳେ ଦେଖିଥିବା କଥାକୁ ଉପଦେଷ୍ଟାଙ୍କୁ ପଚାରି ତା’ର ଉତ୍ତର ଚାହେଁ ।  ଚତୁର ବ୍ୟଙ୍ଗକାର ମଧ୍ୟ ବୋଲକରାକୁ ଅତି ସହଜରେ ସବୁ କଥାର ଉତ୍ତର ଦେଇ ଦିଅନ୍ତି ।

ଏହି ଭଳି କଥା ପ୍ରସଙ୍ଗରେ ଉପଦେଷ୍ଟାଙ୍କ ସହିତ ବୋଲକରା କିଛି ରାସ୍ତା ଅତିକ୍ରମ କରି ଯିବା ପରେ ଗୋଟିଏ ସ୍ଥାନରେ ଦୁହିଁଙ୍କର ଦୃଷ୍ଟି ପଡି ଗଲା । ଯମୁନା ଘାଟ ଠାରୁ ଅଳପ ଦୂରରେ ଥିଲା ଗୋଟିଏ ଭବନ । ତା’ପାଖକୁ ଲାଗି ଥିଲା ସୁନ୍ଦର ମନ୍ଦିରଟାଏ । ଯମୁନା ନଦୀର ତୁଠ ଠାରୁ ମନ୍ଦିର ଯାଏଁ ଗୋଟିଏ ସୁମନୋହର ଫୁଲର ବଗିଚା ।

ଅବୋଲକରାକୁ ସେହି ସ୍ଥାନଟି ଖୁବ୍ ଭଲ ଲାଗିବାରୁ ସେ ଦୁଇ ପାଦ ଆଗକୁ ଯାଇ ଦେଖିଲା ସେ ମନ୍ଦିର ମଧ୍ୟରେ ପୂଜା ପାଉଛନ୍ତି ଗୋଟିଏ ସୁନ୍ଦରୀ ନାରୀର ଶଙ୍ଖ ମଲମଲ ପଥରର ନାରୀର ମୂର୍ତ୍ତି । ସେହି ମନ୍ଦିର ମଧ୍ୟକୁ ଲୋକ ମାନେ ଯାଉଛନ୍ତି । ପୁଣି ସେହି ମୂର୍ତ୍ତିକୁ ପୂଜା କରି ଫେରି ଆସୁଛନ୍ତି ।

ସେଠାରେ ଅଳପ ସମୟ ଲାଗି ଅବୋଲକରା ଠିଆ ହୋଇ ରହିଲା । ସେ ସମସ୍ତ ଦୃଶ୍ୟ ଦେଖି ସାରିବା ପରେ ଅନେକଙ୍କୁ ପଚାରିଲା ଏହି ନାରୀ ରୂପୀ ଦେବୀ କିଏ ।

ଅବୋଲକରା ଏହିପରି ଅନେକଙ୍କୁ ସିନା ପଚାରିଲା ହେଲେ ସେ କାହାଠାରୁ କିଛି ମଧ୍ୟ ଉତ୍ତର ପାଇଲା ନାହିଁ । କିନ୍ତୁ ଅବୋଲକରାର ସେହି ରୂପକୁ ଦେଖି ବରଂ ସେଠାରେ ଉପସ୍ଥିତ ଥିବା ବୋହୂ ଭୁଆଷୁଣୀ ମାନେ ଦମକାଏ ହସି ସାରି କହିଲେ – ସତୀ ସଉତୁଣୀ ତୁମେ କେଉଁଠିକାର ଲୋକ ।

ସାମାନ୍ୟ ସ୍ତ୍ରୀ ମାନଙ୍କ ମୁଖରୁ ଏପରି କଥା ଶୁଣି ବଦରାଗି ଅବୋଲକରା ଭୀଷଣ ରାଗି ଗଲା । ସେହି ରାଗୁଆ ମନରେ ଉପଦେଷ୍ଟାଙ୍କ ପାଖକୁ ଫେରି ଆସି କହିଲା ମୁଁ ଆଉ ଆପଣଙ୍କ ସାଥିରେ ତୀର୍ଥ କରି ଯିବି ନାହିଁ । ମୋର ବହୁତ ତୀର୍ଥ ହୋଇ ଗଲା । ଏଥର ମୁଁ ମୋ ଗାଁକୁ ଚାଲିଲି । ଏହା କହି ଅବୋଲକରା ଯେତେବେଳେ ତା’ର ନାଲି ଗାମୁଛା ଖଣ୍ଡିକ ନିଜ ଅଂଟାରେ ଭିଡି କରି ତାକୁ ଯିବାକୁ ବାହାରିଲା ଚତୁର ବ୍ୟଙ୍ଗକାର କହିଲେ – କିରେ କିରେ ତୋର ପୁଣି କ’ଣ ହୋଇଗଲା ।

ଅବୋଲକରା କହିଲା – ବୁଝିଲ ମହାନୁଭବ, ତୁମ ସାଥିରେ ଆସିଲେନା ମଣିଷକୁ ଅପମାନ ମିଳୁଛି । କହିଲେ ସତୀ ସଉତୁଣୀ ମନ୍ଦିର କ’ଣ । ଏତେ ଗୁଡିଏ ରାସ୍ତା ତୀର୍ଥ କରି ବୁଲି ଆସିଲେ କେଉଁଠାରେତ ଏପରି ନାମରେ ଦେବୀ ଅଛନ୍ତି ବୋଲି ମୋତେ ଜଣା ନଥିଲା । ଏତେ ପୁରାଣ ପଢା ଗଲା, କେଉଁ ପୁରାଣରେ ଏମିତି ଦେବୀଙ୍କର ନାଁ ଅଛି । ତମେ ଆପଣେ ଶୁଣିଛନ୍ତି, ପୁଣି ସେହି ମନ୍ଦିରକୁ ଆସୁଥିବା ତିର୍ଲାଗୁଡା ମୋତେ ଛିଗୁଲେଇ ବ୍ୟାଖ୍ୟା କରି ହସୁ ଛନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ