ଜଣେ ବ୍ୟବସାୟୀ ଥିଲେ । ତାଙ୍କର ଏକମାତ୍ର ପୁତ୍ର ସବୁବେଳେ ମନଦୁଃଖରେ ବସି ରହୁଥିଲା । ସୁତରାଂ ସନ୍ତୋଷ ଲାଭର ରହସ୍ୟ କ’ଣ ଜାଣିବା ପାଇଁ ଜଣେ ବୁଦ୍ଧିମାନ ଲୋକ ପାଖକୁ ବ୍ୟବସାୟୀ ଜଣକ ତାଙ୍କର ପୁଅକୁ ପଠାଇଲେ ।
ଏଥର ଯୁବକ ଜଣକ ଏକ ବିଶାଳ ମରୁଭୂମିରେ ଯାତ୍ରା କରି ଏକ ସୁନ୍ଦର କୋଠାଘର ନିକଟରେ ପହଂଚିଲେ । ପାହାଡର ଶୀର୍ଷଦେଶର ସେହି କୋଠାଘରେ ବୁଦ୍ଧିମାନ ବ୍ୟକ୍ତି ଜଣକ ରହୁଥିଲେ ।
ଯୁବକ ଜଣକ ସେଠାରେ ପହଂଚି ଦେଖିଲେ, ସେହି ବୁଦ୍ଧିମାନ ବ୍ୟକ୍ତିଜଣକ ସେଠାରେ ଦେଖାଯାଉ ନାହାନ୍ତି । ତଥାପି ସେ ଘର ଭିତରେ ଅନେକଗୁଡିଏ କାମ ଏକ ସମୟରେ ଚାଲିଛି । ସେଠାରେ ଅନେକ ଲୋକ ଯାତାୟତ କରୁଥାନ୍ତି । ଘରେ ରେଡିଓରୁ ମଧୁର ସଂଗୀତ ଶୁଣାଯାଉଛି ଏବଂ ଟେବୁଲ ଉପରେ ସ୍ୱାଦିଷ୍ଟ ବ୍ୟଞ୍ଜନ ବି ରଖାଯାଇଚି ।
ବ୍ୟବସାୟୀଙ୍କ ପୁଅ ଦେଖିଲା, ସେଠାରେ ଜଣେ ବ୍ୟକ୍ତି ବସି ସମସ୍ତଙ୍କର ସମସ୍ୟା ଶୁଣୁଛନ୍ତି ଓ ପରାମର୍ଶ ବି ଦେଉଛନ୍ତି । ଏବେ ଯୁବକଟି ଭାବିଲା ସେହି ବ୍ୟକ୍ତି ହିଁ ବୁଦ୍ଧିମାନ ବ୍ୟକ୍ତି ହୋଇଥିବେ । ଏହା ଭାବି ସେ ଲୋକଙ୍କ ଧାଡିରେ ଠିଆ ହୋଇଗଲା ଓ ତା’ର ପାଳି ଦୁଇଘଂଟା ପରେ ପଡିଲା ।
ବୁଦ୍ଧିମାନ ବ୍ୟକ୍ତି ଜଣକ ଯୁବକଙ୍କଠାରୁ ସବୁଶୁଣି ସାରିଲା ପରେ କହିଲେ, “ଯୁବକ, ତୁମକୁ ଆନନ୍ଦର ରହସ୍ୟ କ’ଣ କହିବା ପାଇଁ ମୋ ପାଖରେ ସମୟ ନାହିଁ । ତୁମେ ମୋର ଏହି ମହଲରେ ବୁଲି ଦୁଇ ଘଂଟାରେ ଫେରିଆସିବ ଓ ସେହି ସମୟରେ ଗୋଟିଏ କାମ କରିବାକୁ ହେବ । ସେହି କାମଟି ହେଲା, ତୁମେ ବୁଲିବାବେଳେ ଗୋଟିଏ ଚାମଚରେ ତେଲ ପୂର୍ଣ୍ଣକରି ହାତରେ ଅତି ଯତ୍ନରେ ଧରିଥିବ ଯେପରି ଟୋପାଏ ହେଲେ ତେଲ ଢାଳି ନ ଯାଏ ।