ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସମସ୍ତେ ସୁଖରେ ରହନ୍ତୁ

ଚିନୁ ତା’ ଜେଜେମାଆଙ୍କୁ କୁଣ୍ଢାଇ ପକାଇ ପଚାରିଲା “ଜେଜେମାଆ, ତୁମେ ଚିଂଟୁକୁ ମୋଠାରୁ ଅଧିକ ଭଲପାଅ । ଏ କଥା ସତ ନା?” ତହୁଁ ଜେଜେମାଆ କହିଲେ “ତୁମେ କାହିଁକି ଏପରି କଥା କହୁଛ, ଚିନୁ? ତୁମେ ମୋର ଯେତିକି ପ୍ରିୟ ତୁମର କାକା ପୁଅ ଭାଇ ଚିଂଟୁ ମଧ୍ୟ ମୋର ସେତିକି ପ୍ରିୟ । ତୁମେ ଦୁହେଁ ମୋର ଦୁଇ ଆଖି ପରି । ସମସ୍ତେ ମୋ ପାଇଁ ସମାନ ।”

                ଚିନୁ ଯୁକ୍ତି କରି କହିଲା “ତେବେ ତୁମେ କାହିଁକି କହୁଛ ଯେ ତୁମେ ଏଠିକି ଆସିବାର ମୋଟେ ଆଠ ଦିନ ବି ହୋଇ ନାହିଁ କିନ୍ତୁ ପୁଣି କାକାଙ୍କ ଘରକୁ ଫେରିଯିବ?”

                ଜେଜେମାଆ କହିଲେ “କାକା ଗାଁରେ ରୁହନ୍ତି । ସେଠାକାର ବାୟୁମଣ୍ଡଳ ପ୍ରଦୂଷଣମୁକ୍ତ । ଧୂଳି ଧୂଆଁର କୌଣସି ଭୟ ନ ଥାଏ । ସେଠାରେ ରହିଲେ ମୋର ଶ୍ୱାସ ରୋଗ ନିୟନ୍ତ୍ରଣରେ ରହେ ।”

                ଚିନୁ କହିଲା “ସେ କ୍ଷେତ୍ରରେ, ତୁମେ ଦୟାକରି ଉତ୍ସବ ପରେ ଫେରିଯିବ । ଦୀପାବଳି ଆଉ ମାତ୍ର ଚାରି ଦିନ ରହିଲା ।”

                ଏକଥା ଶୁଣି ଜେଜେମା କହିଲେ “ମୁଁ ଯେତେବେଳେ ବି ସହରରେ ଦୀପାବଳି ଉତ୍ସବ ପାଳନ ବିଷୟରେ ଚିନ୍ତା କରୁଛି ଭୟରେ ମୋର ହୃଦ୍ସ୍ପନ୍ଦନର ବେଗ ବଢିଯାଉଛି । ଏଠାରେ ମୋତେ ଅଣନିଶ୍ୱାସୀ ମନେ ହେଉଛି । ମୋର ଛାତି ଥରି ଯାଉଛି ।”

                ଚିନୁ ତା’ ଜେଜେମାଙ୍କୁ ପଚାରିଲା “ତୁମେ କାହିଁକି ଏପରି କହୁଛ ଯେ ଜେଜେମାଆ?”

                ତା’ପରେ ଜେଜେମାଆ କହିଲେ “ମୁଁ ଜାଣେ ବାବୁ, ଦୀପାବଳି ହେଉଛି ପିଲାମାନଙ୍କର ସବୁଠାରୁ ପ୍ରିୟ ଉତ୍ସବ । ତୁମେ ପିଲାମାନେ ବହୁତ ବାଣ ଫୁଟାଇବାକୁ ଭଲ ପାଅ । କିନ୍ତୁ ଆମେ ବୃଦ୍ଧ ଲୋକମାନେ ଯେଉଁମାନେ ମୋ ପରି ପୁରୁଣା ରୋଗରେ ପୀଡିତ ସେମାନଙ୍କୁ ଦୀପାବଳୀ ପୃଥିବୀରେ ଯମରାଜଙ୍କର ଦର୍ଶନ କରାଇଦିଏ ।” ଏଥିରୁ ଚିନୁ ସଂପୂର୍ଣ୍ଣ ଭାବରେ ବୁଝିପାରିଲା ନାହିଁ । କିନ୍ତୁ କଥାର ଅର୍ଥ କଣ ଠଉରାଇ ନେଲା ।

                “କେବଳ ମୋର ସ୍ୱାସ୍ଥ୍ୟ ନୁହେଁ ।” ଗତବର୍ଷ ଆମ ପଡୋଶୀ ଲଗାତାର ଭାବରେ ବାଣ ଫୁଟିବା ଯୋଗୁଁ ଏବଂ ସଲଫର୍ ଧୂଆଁ ଯୋଗୁଁ ସାଂଘାତିକ ଅବସ୍ଥାରେ ପଡିଥିଲେ । ମରୁ ମରୁ ବଂଚିଗଲେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ