ପଡିଆରେ ଚରୁଥିବା ଷଣ୍ଢମାନଙ୍କୁ ଗୋଟିଏ ସିଂହ ଆଖେଇଥାଏ । ମାତ୍ର ଯେତେବେଳେ ସେ ସିଂହ ଗୋଟାଏ ଷଣ୍ଢକୁ ଧରିବାକୁ ଯାଏ, ସେତେବେଳେ ସବୁ ଷଣ୍ଢମାନେ ମିଶି ତା’ର ତଥା ସେ ସିଂହର ଉଚିତ୍ ମୁକାବିଲା କରନ୍ତି । ଏସବୁ ଦେଖି ଷଣ୍ଢଙ୍କ ଏକତା ଭାଙ୍ଗିବାକୁ ସେ ସିଂହ ଗୋଟାଏ ଚକ୍ରାନ୍ତ କଲା । ପ୍ରତ୍ୟେକ ଷଣ୍ଢ ପାଖକୁ ସେ ସିଂହ ଶାନ୍ତ ଭାବରେ ଯାଇ କହିଲା – ତୁ ଯେଉଁମାନଙ୍କୁ ସାଙ୍ଗ ବୋଲି ଭାବୁଛୁ ତୋ ବିରୁଦ୍ଧରେ ସେମାନେ ଲାଗିଛନ୍ତି । ଏ ସିଂହ କଥାରେ ବିଶ୍ୱାସ କରି ସେ ଷଣ୍ଢମାନେ ଅଲଗା ଅଲଗା ଚରିଲେ । ଫଳରେ ସେ ସିଂହକୁ ଭାରି ସୁବିଧା ହେଲା ଓ ସେ ଗୋଟିଏ ଗୋଟିଏ କରି ସବୁ ଷଣ୍ଢଙ୍କୁ ଶିକାର କରି ଖାଇଲା ।
ଏକତା ନଷ୍ଟ ହେଲେ ହିଁ ଦୁର୍ଦ୍ଦିନ ଆସେ ।