ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସୁବର୍ଣ୍ଣହଂସ ଜାତକ

ଏକଦା ବ୍ରହ୍ମଦତ ବାରାଣସୀ ରାଜ୍ୟରେ ରାଜତ୍ୱ କରୁଥିବା ସମୟରେ ବୋଧିସତ୍ୱ ଏକ ବ୍ରାହ୍ମଣର ପୁତ୍ରରୂପେ ଜନ୍ମିଥିଲେ । ବୟଃପ୍ରାପ୍ତ ହେବାରୁ ସେ ଜଣେ ବ୍ରାହ୍ମଣର କନ୍ୟାକୁ ବିବାହ କଲେ । କାଳକ୍ରମେ ତାଙ୍କର ତିନୋଟି କନ୍ୟା ଜାତହେଲେ । ସେମାନଙ୍କର ନାମ ଥିଲା ନନ୍ଦ, ମନ୍ଦାବତୀ ଓ ସୁନ୍ଦରୀନନ୍ଦା । ବୋଧିସତ୍ୱ ଇହଧାମ ତ୍ୟାଗ କରିବାରୁ ପ୍ରତିବେଶୀ ଓ ବନ୍ଧୁମାନେ କନ୍ୟାମାନଙ୍କୁ ଲାଳନପାଳନ କରିବାକୁ ଲାଗିଲେ । ବୋଧିସତ୍ୱ ମୃତ୍ୟୁ ପରେ ଏକ ସୁବର୍ଣ୍ଣହଂସ ରୂପେ ଜନ୍ମଗ୍ରହଣ କଲେ । ପୂର୍ବଜନ୍ମର ସୁକୃତରୁ ସେ ଜାତିସ୍ମର ହୋଇଥିଲେ ।

       ଏହି ସୁବର୍ଣ୍ଣହଂସ ଆକାରରେ ଅନ୍ୟାନ୍ୟ ହଂସଠାରୁ ଯଥେଷ୍ଟ ବଡ ଥିଲେ ଓ ସ୍ୱର୍ଣ୍ଣପରରେ ବିଭୂଷିତ ହୋଇଥିବାରୁ ଅପୂର୍ବ ଶୋଭା ଧାରଣ କରିଥିଲେ । ସେ ନିଜର ବିଧବା ପତ୍ନୀ ଓ କନ୍ୟାମାନଙ୍କର ଦୁରବସ୍ଥା ଦେଖି ନିତାନ୍ତ ଦୁଃଖିତ ହେଲେ । ସେ ଭାବିଲେ, “ମୋର ଏହି ସୁବର୍ଣ୍ଣପରରୁ ଗୋଟିଏ ଗୋଟିଏ ଦେଲେ ଏମାନେ ସୁଖରେ କାଳଯାପନ କରିପାରିବେ ।”

       ଏହିପରି ଚିନ୍ତାକରି ସେ ଦିନେ ଉଡିଯାଇ ପୂର୍ବଜନ୍ମର ନିଜ ଗୃହ ଉପରେ ବସିଲେ । ଏହି ଅପୂର୍ବ ହଂସକୁ ଦେଖି କନ୍ୟାମାନେ ପଚାରିଲେ, “ତୁମେ କେଉଁଠାରୁ ଆସିଲ? ତୁମପରି ସୁବର୍ଣ୍ଣପରମଣ୍ଡିତ ହଂସ ଆମ୍ଭେ କେଉଁଠି ଦେଖିନଥିଲୁ । ତୁମର ଆସିବାର ଉଦ୍ଧେଶ୍ୟ କଅଣ?”

       ବୋଧିସତ୍ୱ ଉତ୍ତର କଲେ, “ମୁଁ ପୂର୍ବଜନ୍ମରେ ତୁମମାନଙ୍କର ପିତା ଥିଲି । ତୁମମାନଙ୍କୁ ଦେଖିବାକୁ ଆସିଛି । ତୁମମାନଙ୍କର ଦୁରବସ୍ଥା ଦେଖି ମୋ ମନରେ ଦୁଃଖ ହେଉଅଛି । ମୁଁ ମୋର ସୁବର୍ଣ୍ଣପରରୁ ଗୋଟିଏ ଲେଖାଏଁ ତୁମମାନଙ୍କୁ ଦେଉଥିବି । ତୁମେମାନେ ତାହାକୁ ବିକ୍ରୟ କରି ସ୍ୱଚ୍ଛନ୍ଦରେ ଚଳିପାରିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ