ସ୍ୱର୍ଗର ରାଜା ଗୋଟିଏ ଶୁଆ ଚଢେଇକୁ ଭାରି ଭଲ ପାଉଥିଲେ । ସେ ଶୁଆଟି ବି ସବୁବେଳେ ରାଜାଙ୍କ ଆସନ ପାଖରେ ବସୁଥାଏ ।
ଦିନେ ସଭାରେ ରାଜାଙ୍କ ପାଖକୁ ସବୁ ଦେବତାମାନେ ଆସିଥିଲେ । ଯେତେବେଳେ ମୃତ୍ୟୁ ଦେବତା ଆସିଲେ ସେ ଶୁଆଟିକୁ ଦେଖି ଟିକେ ହସି ଦେଲେ । ଏଥିରେ ସମସ୍ତେ ବୁଝିଲେ ଯେ ସେ ଶୁଆଟିର ମରିବା ସମୟ ଆସିଲାଣି । ତେଣୁ ସବୁ ଦେବତାମାନେ ମୃତ୍ୟୁ ଦେବଙ୍କୁ ରାଜାଙ୍କ ଶୁଆଟିକୁ ଛାଡି ଦେବାକୁ ଅନୁରୋଧ କଲେ ।
ସମସ୍ତଙ୍କର ଅନୁରୋଧ ଶୁଣି ମୃତ୍ୟୁଦେବ କହିଲେ ଯେ ଜନ୍ମହେଲେ ମରିବା ତ ନିଶ୍ଚିନ୍ତ । ସମୟ ଆସିଲେ ତ ତାକୁ ମରିବାକୁ ହିଁ ପଡିବ । କାହିଁକିନା ଏ ହେଉଛି ସଂସାରର ନିୟମ । ସେଥିପାଇଁ ସେ ମୃତ୍ୟୁ ରାଜାଙ୍କ ଶୁଆଟିକୁ କଦାପି ଛାଡିପାରିବେ ନାହିଁ । ତା’ପରେ ଶୁଆଟି ମରି ପଡିଗଲା ।
ଜନ୍ମ ହେଲେ ହିଁ ମରିବା ସୁନିଶ୍ଚିତ