ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ହୃଦୟ ପରିବର୍ତ୍ତନ

କର୍ଣ୍ଣାଟକରେ ଶ୍ରୀନିବାସ ନାମକ ସ୍ୱର୍ଣ୍ଣକାର ସଂପ୍ରଦାୟର ଜଣେ ଶେଠ୍ ଥିଲେ । ସେ ଅତି କୃପଣ ଥିଲେ । ଦିନେ ଜଣେ ଗରିବ ବ୍ରାହ୍ମଣ ଶ୍ରୀନିବାସଙ୍କୁ ଭେଟି ଝିଅ ବିଭାଘର ନିମନ୍ତେ କିଛି ସାହାଯ୍ୟ ପାଇଁ ପ୍ରାର୍ଥନା କଲେ । ଶ୍ରୀନିବାସ ବହୁ ଚିନ୍ତା କଲା ପରେ ଦୁଇ ଥାଳିରେ ରଖାଯାଇଥିବା କିଛି ଅର୍ଥ ଆଣି ବ୍ରାହ୍ମଣଙ୍କ ସମ୍ମୁଖରେ ରଖି ଉଭୟରୁ ଗୋଟିଏ ଲେଖା ଟଙ୍କା ନେବାପାଇଁ ନିର୍ଦେଶ ଦେଲେ । ବ୍ରାହ୍ମଣ ଏଥିରେ ସନ୍ତୁଷ୍ଟ ନହୋଇ ଶେଠ୍ଙ୍କ ଘରକୁ ଯାଇ ତାଙ୍କ ପତ୍ନୀଙ୍କୁ ନିଜ ଦୁଃଖ କଥା କହି ସହାୟତା ମାଗିଲେ । ସ୍ୱର୍ଣ୍ଣକାର କୃପଣ ଥିଲେ ମଧ୍ୟ ପତ୍ନୀ ଅତିଶୟ ଦୟାଳୁ ଥିଲେ । ବ୍ରାହ୍ମଣଙ୍କୁ ସେ ନାକରେ ପିନ୍ଧିଥିବା ହୀରାଫୁଲଟି ଓହ୍ଲାଇ ଦେଇଦେଲେ । ବ୍ରାହ୍ମଣ ଦୁଇଟି ମୁଦ୍ରା ନନେଇ ଚାଲିଆସିବା ପରେ ଶ୍ରୀନିବାସ ବେଶ୍ ଖୁସି ହୋଇଯାଇଥିଲେ । ଏଇଥିପାଇଁ ଯେ ବ୍ରାହ୍ମଣଟି କିଛି ନନେଇ ଚାଲିଗଲା । ପରଦିନ ବ୍ରାହ୍ମଣଟି ପୁଣି ଦୋକାନରେ ପହଁଚିଲା । ସେହି ହୀରାର ଫୁଲଟି ନେଇ ତା’ ପରିବର୍ତ୍ତେ ତାକୁ କିଛି ସ୍ୱର୍ଣ୍ଣମୁଦ୍ରା ଦେବାପାଇଁ ପ୍ରାର୍ଥନା କଲା । ଶ୍ରୀନିବାସ ନାକ ଫୁଲଟିକୁ ଭଲଭାବେ ଦେଖି ଜାଣିପାରିଲେଯେ ଏଇଟି ତାଙ୍କ ପତ୍ନୀଙ୍କର । ତେଣୁ ତାହା ଦୋକାନରେ ରଖି ବ୍ରାହ୍ମଣଙ୍କୁ କହିଲେ ଏଇଟି ଏବେ ମୁଁ ରଖିଛି, କାଲି ସ୍ୱର୍ଣ୍ଣ ମୋହର ମୋଠାରୁ ନେଇଯିବ । ବ୍ରାହ୍ମଣ ଚାଲିଗଲେ । ଶ୍ରୀନିବାସ ନାକଫୁଲଟିକୁ ଦୋକାନରେ ଯତ୍ନରସହ ସାଇତିରଖି ସିଧା ଗୃହକୁ ଚାଲିଲେ । ଘରେ ପହଁଚି ପତ୍ନୀଙ୍କୁ ହୀରାଫୁଲ ସମ୍ପର୍କରେ ପଚାରିଲେ । ପତ୍ନୀ ଏହା ଶୁଣି ହଡବଡେଇ ଗଲେ । ପତ୍ନୀ ହୀରାଫୁଲଟି ବ୍ରାହ୍ମଣଙ୍କୁ ଦାନ ଦେଇଛନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ