ଦିନେ ଗୋଟିଏ କୁକୁର ଡେଇଁ ଡେଇଁ ଖେଳୁଥିଲା । ମାତ୍ର ସେ ତା’ପଛରେ ଥିବା କୁଅକୁ ମୋଟେ ଦେଖି ନଥିଲା । ତେଣୁ ଡେଇଁଲା ବେଳେ ସେ କୁକୁରଟି ହଠାତ୍ କୁଅରେ ପଡିଗଲା ।
ଜଣେ ଲୋକ ସେ କୁକୁରକୁ କୁଅରେ ପଡିଥିବାର ଦେଖି କୁଅ ଭିତରକୁ ପଶିଲା ଓ ତାକୁ ପାଣିରୁ ଉଠାଇ ଆଣିଲା । ଠିକ୍ ଉଠାଇ ଆଣିଲା ବେଳେ କୁକୁରଟା ସେ ଲୋକର ହାତକୁ କାମୁଡି ଦେଲା ।
ଏଥିରେ ରାଗିଯାଇ ସେ ଲୋକଟି କୁକୁରକୁ ପୁଣି ପାଣିରେ ପକାଇ ଦେଲା ।
ଅକୃତଜ୍ଞକୁ ଶାସ୍ତି ଦେବାହିଁ ଦରକାର ।