ରାଜ କୁମାରୀ ରୂପଶ୍ରୀ ଯେତେବେଳେ ଅଶ୍ୱ ଚଢେ, ଯୁଦ୍ଧ ଶିକ୍ଷା କରେ ସେତେବେଳେ ସେ ମନ୍ତ୍ରୀ ପୁଅ ଅନିନ୍ଦ୍ୟ ସୁନ୍ଦରର ପୋଷାକ ପିନ୍ଧେ । ସେ ଯେତେବେଳେ ପୁଅ ପିଲାଙ୍କ ପରି ପୋଷାକ ପିନ୍ଧନ୍ତି, ସେତେବେଳେ ସେହି ରାଜକନ୍ୟା ରୂପଶ୍ରୀ ଖୁବ୍ ସୁନ୍ଦର ଦେଖା ଯାଏ । ନିଜ କନ୍ୟାକୁ ଏପରି ପୋଷାକ ପିନ୍ଧିବାର ଦେଖି ଦେଲେ ରାଣୀ କହନ୍ତି ମୋର ଆଉ ପୁଅରେ କି ଦରକାର । ରୂପ ମୋର ପୁଅ ଆଉ ଝିଅ ସବୁ କିଛି । ସେଥି ଲାଗି ସେମାନେ ତାଙ୍କ ଝିଅର ପିନ୍ଧିବା ଲାଗି ସଦାସର୍ବଦା ପୁଅର ପୋଷାକ ମାନ ତିଆରି କରାଇଲେ । ରାଜ କୁମାରୀ ରୂପଶ୍ରୀ ଯେତେବେଳେ ପୁଅ ପିଲାର ପୋଷାକ ପିନ୍ଧନ୍ତି ସେତେବେଳେ ତାଙ୍କ ନିଜ ମନରେ ପୁରୁଷର ଭାବ ଆସି ଯାଏ । ସେଥି ଲାଗି ସେ ସଦାସର୍ବଦା ରାଜ କୁମାର ମାନଙ୍କ ପରି ପୋଷାକ ପିନ୍ଧି ଖୁସି ହେଲା ।
ଦିନକର କଥା, ସେହି ମନ୍ତ୍ରୀ ପୁଅ ଅନିନ୍ଦ୍ୟ ସୁନ୍ଦରଙ୍କ ସାଥିରେ ରାଜା ଝିଅ ରୂପଶ୍ରୀ ଅରଣ୍ୟ ମଧ୍ୟକୁ ପାରିଧି କରିବାକୁ ଗଲେ । ଅରଣ୍ୟ ମଧ୍ୟରେ ବହୁତ ଦୂରକୁ ଚାଲି ଯିବା ପରେ ସେଠାରେ ରାତି ହୋଇଗଲା । ଅନ୍ଧାର ହୋଇ ଯିବାରୁ ସେମାନେ ଆଉ ରାଜ ଉଆସକୁ ଫେରି ପାରିଲେ ନାହିଁ । ପରିଶେଷରେ ସେ ଦୁହେଁ ଏକ ଝରଣା ନିକଟରେ ଗୋଟିଏ ତମ୍ବୁ ଟାଣି ସେଠାରେ ବିଶ୍ରାମ ନେଲେ ।
ସେହି ଝରଣା କୂଳଟି ଥିଲା ଖୁବ୍ ନିର୍ମଳ ସ୍ଥାନ । ରାତି ଯେତେ ଅଧିକ ହୁଏ ସେତେବେଳେ ଅରଣ୍ୟ ସାରାର ଜୀବ ଜନ୍ତୁ ମାନେ ଏହି ଝରଣା କୂଳର ଜଳ ପାନ କରିବାକୁ ଆସନ୍ତି । ସେଦିନ ରାତିରେ ହଠାତ୍ ଗୋଟିଏ ମହାବଳ ବାଘ ଆସି ସେହି ସ୍ଥାନରେ ଉପସ୍ଥିତ ହେଲା । ତା’ର ନିଃଶ୍ୱାସକୁ ମନୁଷ୍ୟର ଗନ୍ଧ ବାଜିଲାରୁ ସେ ଚାରି ଆଡେ ଧଣ୍ଡାଳି ହୋଇ ସେମାନଙ୍କୁ ଖୋଜିବାକୁ ଲାଗିଲା । ଏହି ପରି ଖୋଜୁ ଖୋଜୁ ସେ ଆସି ରାଜ କନ୍ୟା ଓ ମନ୍ତ୍ରୀ ପୁଅ ରହୁଥିବା ତମ୍ବୁଠାରେ ପହଁଚି ମନ୍ତ୍ରୀ ପୁଅ ଅନିନ୍ଦ୍ୟ ସୁନ୍ଦରକୁ ଆଗ ଆକ୍ରମଣ କଲା । ବାଘ ଓ ସେ ମନ୍ତ୍ରୀ ପୁଅଙ୍କ ମଧ୍ୟରେ ଘମାଘୋଟ ଲଢେଇ ହେଲା । ବହୁ ସମୟ ଲଢେଇ ହେବା ପରେ ଶେଷରେ ସେହି ମନ୍ତ୍ରୀ ପୁଅ ହସ୍ତରେ ବାଘଟିର ପ୍ରାଣ ଗଲା । ହେଲେ ଆରମ୍ଭରୁ ଶେଷ ଯାଏଁ ମନ୍ତ୍ରୀ ପୁଅ ସାଥିରେ ସେହି ବାଘଟିର ଲଢେଇ ଦେଖୁ ଦେଖୁ ରାଜ କନ୍ୟା ରୂପଶ୍ରୀ ସେହିଠାରେ ହିଁ ବେହୋଷ ହୋଇ ପଡିଲା । ପାଖରେ ରାଜ କନ୍ୟା ରୂପଶ୍ରୀଙ୍କର ସଖି ମାନେ ସବୁ ଥିଲେ । ସେହି ମନ୍ତ୍ରୀ ପୁଅଙ୍କ ସହିତ ସଖୀ ମାନେ ମିଶି ରାଜ କନ୍ୟାଙ୍କୁ ତାଙ୍କ ତମ୍ବୁ ମଧ୍ୟକୁ ନେଇ ଗଲେ ।
ସେହି ତମ୍ବୁ ମଧ୍ୟରେ ରାଜ କନ୍ୟା ସେମିତି ବେହୋଷ ହୋଇ ଶୋଇ ରହି ଥାଏ । ସଖୀ ମାନେ ରାଜ କନ୍ୟା ରୂପଶ୍ରୀଙ୍କର ଅନେକ ସେବା କଲେ । ରାତ୍ରି ଅନେକ ହେବାରୁ ସେମାନେ ଗୋଟିକ ପରେ ଗୋଟିଏ ସମସ୍ତେ ନିଦ୍ରା ଗଲେ ।
କିନ୍ତୁ ମନ୍ତ୍ରୀ ପୁଅକୁ କିଛି ଭଲ ଲାଗୁ ନାହିଁ । ରାଜ କନ୍ୟା ରୂପଶ୍ରୀଙ୍କର କ’ଣ ଯେ ହୋଇଛି ତାହା ଜଣା ପଡୁ ନାହିଁ । ରାତ୍ରିର ସମୟ ସକାଳ ହୋଇଲେ ସିନା ସେ କୌଣସି ବୈଦ୍ୟରାଜଙ୍କୁ ଧରି ଆଣି ସେହି ରାଜ କନ୍ୟାଙ୍କୁ ଦେଖାଇ ତାଙ୍କୁ କିଛି ଔଷଧ ଦିଅନ୍ତା ।
ରାଜ କନ୍ୟା ରୂପଶ୍ରୀଙ୍କ ଲାଗି ସେହି ମନ୍ତ୍ରୀ ପୁଅ ଅନିନ୍ଦ୍ୟ ସୁନ୍ଦର ଏହିପରି ଅନେକ କଥା ଚିନ୍ତା କଲା । ମନ୍ତ୍ରୀ ପୁଅ ତେଣେ ଭାବିଲେ ଯେ ବୋଧ ହୁଏ ତମ୍ବୁ ମଧ୍ୟରେ ସେବା କରୁଥିବା ସଖୀ ମାନେ ଶୋଇ ପଡିଲେଣି । କାହାରି ଆଉ କଣ୍ଠସ୍ୱର ତ ଶୁଭୁ ନାହିଁ । ଏହା ପରେ ରାଜ କନ୍ୟା ରୂପଶ୍ରୀଙ୍କର ପୁଣି କ’ଣ ହେଲା । ଏହି କଥା ଭାବି ଭାବି ତାଙ୍କ ମନ ନମାନିବାରୁ ଅସ୍ଥିର ହୋଇ ସେ ମନ୍ତ୍ରୀ ପୁଅ ଅନିନ୍ଦ୍ୟ ସୁନ୍ଦର ସେହି ତମ୍ବୁ ଭିତରକୁ ଗଲା ।
ମନ୍ତ୍ରୀ ପୁଅ ଅନିନ୍ଦ୍ୟ ସୁନ୍ଦର ଦେଖିଲାଯେ ରାଜ କନ୍ୟା ରୂପଶ୍ରୀଙ୍କୁ ତାଙ୍କ ସଖୀ ମାନେ ଅର୍ଦ୍ଧ ଉଲଗ୍ନ କରି ସେବା କରୁଥିବା ସମୟରେ ଶୋଇ ପଡି ଛନ୍ତି । ନିଜେ ସାଧାରଣ ଶେଯ ଉପରେ ପଡି ପଡି ରାଜ କନ୍ୟା ରୂପଶ୍ରୀ ଯନ୍ତ୍ରଣାରେ ଛଟପଟ ହେଉ ଥାଆନ୍ତି ।
ତାହା ଦେଖି ମନ୍ତ୍ରୀ ପୁଅ ଆଉ ସହ୍ୟ କରି ପାରିଲା ନାହିଁ । ପିଲାଟି ଦିନରୁ ସେହି ରାଜ କନ୍ୟା ରୂପଶ୍ରୀଙ୍କ ସାଥିରେ ତାଙ୍କର ସାଙ୍ଗ । ମନ ମଧ୍ୟରେ ରାଜ କନ୍ୟାଙ୍କ ଲାଗି ଖୁବ୍ ଅନ୍ତରଙ୍ଗତା ଲାଗି ରହିଛି । ତହୁଁ ସେ ସମସ୍ତଙ୍କ କଥାକୁ ପଛକୁ ପକାଇ ସେହି ରାଜ କନ୍ୟା ରୂପଶ୍ରୀଙ୍କର ସେବା କରିବାରେ ଲାଗି ପଡିଲେ ।
ପୁରୁଷ ହସ୍ତର ସେବା ସେହି ରାଜ କନ୍ୟାଙ୍କୁ ଟିକେ ଅଲଗା ଅଲଗା ଲାଗୁ ଥାଏ । ଯେତେବେଳେ ସାମାନ୍ୟତମ ଉପସମ ହୋଇଛି ସେ ଆଖି ଖୋଲି ଦେଖନ୍ତି ଯେ ତାଙ୍କ ସଖୀ ମାନେ ସବୁ ନିଘୋଡ ନିଦରେ ଶୋଇ ପଡି ଛନ୍ତି । ମନ୍ତ୍ରୀ ପୁଅ ଅନିନ୍ଦ୍ୟ ସୁନ୍ଦର ତାଙ୍କର ସର୍ବାଙ୍ଗରେ ହସ୍ତଚାଳନ ପୂର୍ବକ ଆଉଁସା ଘସା କରୁ ଛନ୍ତି । ପୁରୁଷର ଏ ପ୍ରକାର ଚିକିତ୍ସା ରେ ସେହି ରାଜକନ୍ୟା ରୂପଶ୍ରୀଙ୍କର ମନ ଉତଲା ହୋଇ ଯିବାରୁ ସେ ମନ୍ତ୍ରୀ ପୁଅଙ୍କ ଗଳାକୁ ଦୁଇ ହସ୍ତରେ ଜାବୁଡି ଧରି ତାଙ୍କୁ ଚୁମ୍ବନ ଦେବାକୁ ଲାଗନ୍ତେ ମନ୍ତ୍ରୀ ପୁଅ ମଧ୍ୟ ନିଜକୁ ଆଉ ସମ୍ଭାଳି ରହି ପାରିଲେ ନାହିଁ ।