କାରାଗାର ମଧ୍ୟରେ ଏମିତି କିଛି ଦିନ କଟି ଯାଇଛି, କାରାଗାର ମଧ୍ୟରେ ସେହି ରାଜ କନ୍ୟା ରୂପଶ୍ରୀଙ୍କର ମୃତ୍ୟୁ ହୋଇ ଗଲା । ସଖୀ ମାନେ କଦାକାର ରୂପରେ ପରିଣତ ହୋଇ ସେମାନେ ସବୁ ନାନା ପ୍ରକାର ରୋଗରେ ପଡି ଗଲେ ।
ରାଜ କନ୍ୟାଙ୍କର ମୃତ୍ୟୁ ଖବର ପ୍ରହରୀ ମାନେ ଯାଇ ରାଜାଙ୍କ ପାଖରେ ପହଁଚାଇ ଦିଅନ୍ତେ ରାଜା ତହୁଁ ଆଦେଶ ଦେଲେ ଯେ ରାଜ କନ୍ୟା ରୂପଶ୍ରୀଙ୍କର ସଖୀ ମାନଙ୍କୁ ଖଲାସ କରି ଦିଅ । ଆଉ ରାଜ କନ୍ୟା ରୂପଶ୍ରୀଙ୍କର ସିଂହ ଦ୍ୱାର ସମ୍ମୁଖରେ ସମାଧି କର । ଆଉ ସେହି ସମାଧି ଉପରେ ରାଜ କନ୍ୟାଙ୍କର ଏକ ପ୍ରତିମୂର୍ତ୍ତି ପାଷାଣରେ ନିର୍ମାଣ କର । ତା’ ପରେ ମୂର୍ତ୍ତି ତଳକୁ ଲେଖି ଦେଲେ –
ବୁଦ୍ଧିମତୀ ନାରୀକୁ ହୁଣ୍ଡା ପୁରୁଷ
ନିଜ ହସ୍ତରେ ନିଜେ ହୁଅନ୍ତି ନାଶ ।
ପୁରୁଷ ବୋକା ପରି ନିଜର ଘର ସଂସାର ନ କରିବା ଆଉ ନିଜ ସ୍ତ୍ରୀକୁ ନିଜ ଆୟତରେ ନରଖିବା ତା’ର ଭୁଲ୍ । ସେହିପରି ନାରୀ ଚତୁରୀ ହୋଇ ନିଜ ପରୁଷକୁ ନିଜ ଆୟତରେ ରଖି ନପାରିବା ମଧ୍ୟ ଭୁଲ୍ ।
ଶୁଣ ଅବୋଲକରା ବୁଲିବା କଥା
ବେଳ ଥାଉଁ ଥାଉଁ କରିବୁ ଚିନ୍ତା ।
ତିର୍ଲାକୁ ବୁଝାଅ ଆପଣେ ଯାଇ
ଚାହିଁ ରହି ଅଛି ତୋ ବାଟକୁ ଚାହିଁ ।
ଘଟଣା ଶୁଣିଲୁ କନ୍ୟା ରତନ
ରାଜା ରାଣୀଙ୍କର ଜୀବନ ଧନ ।
ଚତୁରୀ ହୋଇଣ ବିକଳେ ମଲା
ଏପରି ସୁଖରୁ କିଲାଭ ହେଲା ।
ଉଠାଅ କମ୍ବଳ ଧର ଛତା
କେତେ ଦିନ ଗଲେ ପଶିବ ଚେତା ।
ବିଧାତା ଖଞ୍ଜିଲା ଯାହାକୁ ଯହିଁ
ସୁଖରେ ରହିବ ତାହାକୁ ପାଇ ।