ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଣାଏ ପଇସା

ଏହାଭିତରେ ଚୋରମାନେ ବେଶ୍ କିଛି ଦୂର ଦୌଡି ପଳାଇଯିବା ପରେ ଗୋଟିଏ ସ୍ଥାନରେ ରହିଲେ । ସର୍ଦ୍ଦାର ତାର ସାଥିମାନଙ୍କୁ କହିଲା, “ଆମେ ଆଜି ଭୟାତୁର ହୋଇ ସବୁ ଲୁଟିମାଲ୍ ଛାଡି ପଳାଇ ଆସିଲେ । ଆମ ଭିତରୁ କିଏ ଆଉ ଥରେ ସେଠାକୁ ଯାଇ ଘଟଣାଟା କଣ ବୁଝି ଆସିବ କି? ଏତେ ପରିଶ୍ରମର ଧନ ଆମର ହାତଛଡା ହେବାକୁ ଯାଉଛି । ପୁଣି ଆମ ମାନଙ୍କ ପରି ବଳଶାଳୀ ଲୋକ ଏତେ ଡରିବା କଣ ଠିକ୍ ହେବ ।” ଏପରି ଉତ୍ସାହିତ କରି ଚୋର ମାନଙ୍କୁ ପୁଣିଥରେ ସେଠିକୁ ଯିବା ପାଇଁ ସେ ଉସୁକାଇଲା । କିନ୍ତୁ ଧନର ଲୋଭ ଠାରୁ ଭୁତର ଭୟ ସେମାନଙ୍କ ମନରେ ଅଧିକା ଥିଲା ।

ତିନିଜଣ ଯାକ ଚୋର ମନାକରିଦେଲେ । ଶେଷରେ ସର୍ଦ୍ଦାର ନିଜେ ସେ ସ୍ଥାନକୁ ଗଲା । ମନରେ ଖୁବ୍ ସାହସ ବାନ୍ଧି ସେ ସେହି ମନ୍ଦିର ପାଖରେ ପହଁଚି, ଭିତରେ କଣ ଚାଲିଛି ତାହା ଜାଣିବାକୁ ଚାହିଁଲେ । ଭିତରେ ରତନ ଓ ମଦନର ଝଗଡା ଚାଲିଥାଏ, ସେହି ଅଣାଏ ପଇସା ପାଇଁ ।

ସେମାନଙ୍କ କଥା ଶୁଣି ଚୋରଙ୍କ ସର୍ଦ୍ଦାରର ଦେହ ଝାଳରେ ବୁଡିଗଲା । ସେ ଜୀବନ ବିକଳରେ ଚୋରଙ୍କ ପାଖକୁ ଧାଇଁ ଯାଇ କହିଲା, “ତୁମେ କଳ୍ପନା କରିପାରିବ ନାହିଁ, ସେଠାରେ କେତେ ଭୁତ ଅଛନ୍ତି । ଆମର ଏତେ ଧନକୁ ସବୁ ଭୁତ ନିଜ ନିଜ ଭିତରେ ବାଂଟିବାରୁ ଜଣକର ଭାଗ ଅଣାଏ ପଇସା ପଡିଲା । ସେଥିରେ ପୁଣି କେତେଜଣ ସେତିକି ପାଇ ନାହାଁନ୍ତି ବୋଲି ଝଗଡା କରୁଛନ୍ତି । ସତରେ ଆମ ଭାଗ୍ୟ ଭଲ ହେତୁ ସେମାନଙ୍କ କବଳରୁ ଖସି ଆସିଲେ । ଚାଲ ଏଠାରୁ ଶୀଘ୍ର ପଳାଇବା ।” ଏହାପରେ ସବୁ ଚୋର ସେ ସ୍ଥାନ ଛାଡି ପଳାଇଲେ ।

ଶେଷରେ ରତନ ଓ ମଦନ ମଧ୍ୟରେ ବୁଝାମଣା ହେଲା । ନିଜର ଅଣାଏ ପଇସା ବାବଦକୁ ରତନ ଚୋରମାନଙ୍କର ଛୁରୀଟି ନେଲା । ସେହି ଧନରେ ରତନ ଜମିବାଡି କିଣିଲା । ବିବାହ କରି ସୁଖରେ ରହିଲା । ହାଟରେ ଜିନିଷ ବିକିବା ପାଇଁ ତା’ର ଯେଉଁ ତୀବ୍ର ଅଭିଳାଷ ଥିଲା ତାହା ମଧ୍ୟ ପୂରଣ ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ