ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅତି ଚାତୁରୀରେ ମୃତ୍ୟୁ

ଗୋଟିଏ ଘଂଚ ଜଙ୍ଗଲ । ଆଉ ସେଇ ଜଙ୍ଗଲ ଭିତରେ ଥାଏ ଗୋଟିଏ ପାହାଡ । ପାହାଡ ଦେହରୁ ଝରଣା ବହିଯାଇଛି । ସେସବୁ ଝରଣା ପାଣି ଗୋଟିଏ ଜାଗାରେ ଜମି ରହି ପୋଖରୀ ଭଳି ବଡ ଜଳଶୟଟି ହୋଇଛି । ସଂଧ୍ୟା ହେଲେ ସେହି ଜଳାଶୟ ପାଖକୁ ତ ଅନେକ ଜୀବଜନ୍ତୁ ପାଣି ପିଇବାକୁ ଆସନ୍ତି । ସେଠାରେ ଗୋଟିଏ ବିଲୁଆ ବୁଦା ଆଢୁଆଳରେ ଲୁଚି କରି ବସିଥାଏ । ସବୁ ଜୀବଜନ୍ତୁଙ୍କ ଆସିବା, ପାଣି ପିଇବା, ଜଙ୍ଗଲକୁ ଫେରିବା ଲକ୍ଷ୍ୟ କରୁଥାଏ । ତାର ଭାରି ଇଚ୍ଛା ଥାଏ ଏଠାକୁ ମହାବଳ ବାଘ ଆସିଲେ ଭାରି ଭଲ ହୁଅନ୍ତା । ସୁନ୍ଦର ସୁନ୍ଦର ହରିଣ ଠେକୁଆ ଯେମିତି ଏଠାକୁ ଆସୁଛନ୍ତି ମହାବଳ ହାବୁଡରେ ପଡିଲେ ସେ ନିଶ୍ଚୟ ସେମାନଙ୍କୁ ମାରି ଖାଆନ୍ତା । ଖଣ୍ଡେ ଅଧେ ମାଉଁସ କିମ୍ବା ହାଡ ବି ତାକୁ ଖାଇବା ପାଇଁ ମିଳିଯା’ନ୍ତା । ଅନେକ ଦିନ ଅପେକ୍ଷା କରିବା ପରେ ବି ସେ ମହାବଳ ବାଘକୁ ଦେଖିବାକୁ ପାଇଲା ନାହିଁ । ତେଣୁ ଏଥର ସେ ନିଜେ ମହାବଳ ବାଘକୁ ଡାକିବା ପାଇଁ ବଣ ଭିତରକୁ ଗଲା । ପାହାଡ ଗୁମ୍ଫା ଭିତରେ ଥାଏ ମହାବଳ ବାଘ । ବିଲୁଆ ଧୀରେ ଧୀରେ ଯାଇ ତାକୁ ନମସ୍କାର କରି କହିଲା, ଆପଣ ହେଉଛନ୍ତି ବଣ ରାଇଜର ରାଜା । ଆପଣଙ୍କ ରାଜ୍ୟରେ ଗୋଟିଏ ବଡ ପୋଖରୀ ଅଛି । ସେହି ପୋଖରୀକୁ ପ୍ରତିଦିନ ଅନେକ ଜୀବଜନ୍ତୁ ପାଣି ପିଇବାକୁ ଆସୁଛନ୍ତି । ଆପଣ ସଂଧ୍ୟାବେଳେ ସେଇଠିକୁ ଗଲେ ଆପଣଙ୍କୁ ଭଲ ଶିକାର ମିଳିପାରନ୍ତା । ମହାବଳ ଶିକାର କଥା ଶୁଣି ଅତ୍ୟନ୍ତ ଖୁସି ହୋଇଗଲା । ପଚାରିଲା ସେ ପୋଖରୀଟା କେଉଁଠି? ବିଲୁଆ କହିଲା ମୋ ସାଙ୍ଗରେ ଆସନ୍ତୁ ଦେଖାଇ ଦେବି । ବିଲୁଆ ଆଗେ ଆଗେ ଚାଲିଲା ତା ପଛେ ପଛେ ଚାଲିଲା ମହାବଳ ବାଘ । ପୋଖରୀ ପାଖରେ ସେ ମହାବଳକୁ ପହଁଚାଇ ଦେଇ ବିଲୁଆ କହିଲା, ଆପଣ ଗଛ ଆଢୁଆଳରେ ବସନ୍ତୁ ଦେଖିବେ କେତେ ଜୀବଜନ୍ତୁ ଆସୁଛନ୍ତି । ତା’ପରେ ଆପଣଙ୍କର ଯାହାକୁ ଇଚ୍ଛା ତାକୁ ମାରି ଖାଇବେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ