ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅତି ଲୋଭରେ ବଂଶ ବୁଡେ

ସଂନ୍ଧ୍ୟା ହେବା ଆଗରୁ କଳା ହାଣ୍ଡିଆ ମେଘ ବର୍ଷିବାକୁ ଲାଗିଲା । ଚାରି ଆଡେ ପାଣି ହିଁ ପାଣି । ଏହି ସମୟରେ ଜଙ୍ଗଲରେ ଛେଳି ଚରାଇବାକୁ ନେଇ ଥିବା ଛେଳି ଚରାଳି ବ୍ୟସ୍ତ ହୋଇ ଗଲା ଯେ ସେ କିଭଳି ଛେଳି ମାନଙ୍କୁ ନେଇ ଗାଁରେ ପହଁଚିବ । ସେ ଚିନ୍ତା କରୁ କରୁ ଜଙ୍ଗଲ ମଧ୍ୟରେ ଗୋଟିଏ ଗୁମ୍ଫା ନିକଟରେ ପହଁଚି ଗଲା । ଗୁମ୍ଫା ଭିତରେ ପ୍ରବେଶ କରିବା ପରେ ସେ ଦେଖିଲା ଯେ ସେଠାରେ ଆଗରୁ କିଛି ମେଣ୍ଢା ତାଙ୍କର ଛୁଆ ମାନଙ୍କୁ ନେଇ ରହିଛି ।

                ଏହା ଦେଖି ଛେଳିଆଳ ପିଲାଟି ଭାବିଲା ଯାହା ହେଉ ଭଲ ହେଲା । ଜଙ୍ଗଲରେ ମିଳି ଥିବା ଯେତେ ଘାସ ଆଉ କୁଟା ଥିଲା ସେ ସବୁ ସେହି ଜଙ୍ଗଲୀ ମେଣ୍ଢା ମାନଙ୍କୁ ସେ ଖାଇବାକୁ ଦେଇ ଦେଲା । ଏହି ନୂଆ ମେଣ୍ଢା ମାନଙ୍କୁ ଦେଖି ସେ ପାଳି ଥିବା ଛେଳି ମାନଙ୍କ କଥାକୁ ସେ ସଂପୂର୍ଣ୍ଣ ରୂପେ ଭୁଲି ଯାଇ ଥିଲା । ସେ ରାତି ସାରା ଗୁମ୍ଫା ବାହାରେ ରହିଲା । ରାତିରେ ବର୍ଷା ତଥା ଶୀତରେ ଥରି ଥରି ରହିଲା ।

                ସକାଳ ହେବାରୁ ଛେଳି ଚରାଳି ବାହାରକୁ ବାହାରି ଆସି ଦେଖେ ତ ସେ ଆଣି ଥିବା ଛେଳି ମାନଙ୍କ ମଧ୍ୟରୁ ଅନେକ ଛେଳି ତା’ର ଛୁଆ ମାନଙ୍କ ସହିତ ମରି ପଡିଛନ୍ତି । ଏହି ସମୟରେ ଗୁମ୍ଫା ଭିତରେ ରହି ଥିବା ଜଙ୍ଗଲୀ ମେଣ୍ଢା ମାନେ ତାଙ୍କର ଛୁଆ ପିଲାଙ୍କୁ ଧରି ବାହାରକୁ ବାହାରି ଚାଲି ଗଲେ । ଛେଳି ଜଗୁଆଳି ପାଟି କରି ଯେତେ ଡାକିଲେ ବି ସେମାନେ କେହି କିଛି ଶୁଣିଲେ ନାହିଁ । ସେ ପାଟି କରି କହୁଥାଏ କେତେ ବେଇମାନ୍ ଏଇ ମେଣ୍ଢା ମାନେ । ମୁଁ ରାତି ସାରା ମୋ ଛେଳି ମାନଙ୍କୁ ବାହାରେ ରଖି ତାଙ୍କ ପାଇଁ ଆଣିଥିବା ଘାସ ସବୁ ତୁମକୁ ଖାଇବାକୁ ଦେଲି । ଅଥଚ କେତେ ବେଇମାନ୍ ତୁମେ ମାନେ ସତେ । ତମ ମାନଙ୍କର କେତେ ଯତ୍ନ ନେଲି ଅଥଚ ମୋ ଛେଳି ମାନଙ୍କର ଅଯତ୍ନର ସ୍ୱରୂପ ସେମାନଙ୍କ ମଧ୍ୟରୁ ଅଧିକାଂଶ ମରି ଗଲେ । ତୁମ ମାନଙ୍କର ଏତେ ସେବା ଯତ୍ନ କ’ଣ ସଂଗେ ସଂଗେ ଭୁଲି ଗଲ । ମୁଁ କିଭଳି ଭୁଲ୍ କରିଛି ସତେ?


ଗପ ସାରଣୀ

ତାଲିକାଭୁକ୍ତ ଗପ