ସେହିଦିନଠାରୁ ମଣିଷ ଜିଭଟିଏ ପାଇ ବେଶ୍ ଖୁସି ହୋଇଗଲା । ଏଥର ମଣିଷ ନିଜର ମନର ଭାବକୁ ଜିଭ ସାହାଯ୍ୟରେ ଅନ୍ୟ ଆଗରେ ପ୍ରକାଶ କରି ପାରିଲା ସିନା ସୈତାନ୍ ପାଲଟିଗଲା । ସୈତାନ୍ କଥାରେ ମଣିଷ ଏବେ ପରିଚାଳିତ ହେଲା । କଥାକଥାକେ ମଣିଷ ମଣିଷ ଭିତରେ ପରସ୍ପର କଥାବାର୍ତ୍ତାରୁ କଳହ ଘଟିଲା, ଶତ୍ରୁତା ବଢି ଚାଲିଲା । ମଣିଷର କଳହ କଳରାବରେ ସାରା ପୃଥିବୀ ଚମକି ଉଠିଲା । ଭୟାବହ ପରିଣତି ସୃଷ୍ଟିହେଲା ।
ଏକଥା ଏବେ ଈଶ୍ୱରଙ୍କୁ ଗଭୀର ଚିନ୍ତାରେ ପକାଇଦେଲା । ହେଲେ ସେ କ’ଣ ବା କରିବେ? ମଣିଷତ ଗୋଟାପଣେ ସୈତାନ୍ ର ଦାସ ପାଲଟିଗଲାଣି ।
ଦିନକର କଥା । ଭଗବାନ ରାତିରେ ଆସି ମଣିଷ ଉପରେ ସ୍ୱର୍ଗରୁ ଆଣିଥିବା ଜଳ ଢାଳିଦେଲେ, ଫଳରେ ତା’ର ଜିଭରେ ନିଆଁର ଯେଉଁ ଜ୍ୱାଳା ଜଳୁଥିଲା ତାହା ହଠାତ୍ ଲିଭିଗଲା । ସକାଳୁ ଉଠି ମଣିଷମାନେ ମିଠା କଥାବାର୍ତ୍ତା ହେଲେ ।
ଏଥର ମଣିଷ ଜାତି ବୁଝିପାରିଲା ନିଜର ଭୁଲ୍ । ସେ ପୁଣି ଈଶ୍ୱରଙ୍କ ନିକଟକୁ ଯାଇ ନିଜ ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା ବି କଲା ।
ତହୁଁ ଭଗବାନ ମଣିଷକୁ କହିଲେ, “ତୋର ଏ ଜିଭ ହେଉଛି ନିଆଁ । ଏହା ଅକାରଣରେ ଭଲ ସଂପର୍କ ଭିତରେ ନିଆଁ ଲଗେଇ ଦେଇ ବହୁତ କ୍ଷତି ଘଟାଏ । ତେଣୁ ଏହାକୁ ବ୍ୟବହାର କଲାବେଳେ ଅତି ସଂଯତ ହୋଇ ରହିବାକୁ ହେବ ।”
ସେହିଦିନଠାରୁ ମଣିଷ ଜାତି ଭଗବାନଙ୍କ କଥା ମାନି ଚଳିଲା । ଯିଏ କଥା ମାନିଲା ସିଏ ଭଲରେ ରହିଲା, ଆଉ ଯିଏ ନ ମାନିଲା ସମସ୍ତଙ୍କର ଶତ୍ରୁ ପାଲଟିଗଲା ।
ଏହି ଗଳ୍ପରୁ ଶିକ୍ଷାମିଳେ, ଭଗବାନ ଯାହାକୁ ଯାହା ଦେଇଛନ୍ତି ସେତିକିରେ ଖୁସି ହେବା ଦରକାର । ଅଧିକ ଲୋଭ କଲେ କେବଳ ଦୁଃଖ ଭୋଗ ହିଁ ସାରହେବ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍।