ବ୍ରାହ୍ମଣର ପୁଅ ପ୍ରଭୁଦତ ବି ବାପାଙ୍କ କଥା ଅକ୍ଷରେ ଅକ୍ଷରେ ପାଳନ କଲା । ପ୍ରଥମ ଦିନ କ୍ଷୀର ବଦଳରେ ସୁନାମୋହର ପାଇ ସେ ବହୁତ ଖୁସିହେଲା । ଏବେ ପୁଅ ଘରକୁ ଆସି ସୁନାମୋହରଟିକୁ ହାତରେ ଧରି ବାରମ୍ବାର ଦେଖିଲା । ତା’ର ମନରେ ଲୋଭ ଆସିଲା, ଯଦି ପ୍ରତିଦିନ ଗୋଟିଏ ଗୋଟିଏ ମୋହର ମିଳୁଛି, ତେବେ ଏ ଉଇ ହୁଙ୍କାରେ ଅନେକ ସୁନାମୋହର ଗଚ୍ଛିତ ହୋଇଥିବ ବୋଲି ଭାବିଲା । ସୁତରାଂ ପ୍ରତିଦିନ କ୍ଷୀର ଦେଇ ପୂଜାପାଠ କଲେ ଗୋଟିଏ ସୁନାମୋହର ହାତକୁ ଆସିବା ପରିବର୍ତ୍ତେ ଗଚ୍ଛିତଥିବା ସବୁ ମୋହର ଏକା ବେଳକେ ଗୋଟିଏ ଦିନରେ ମିଳିଗଲେ ଭାରି ଭଲ ହୁଅନ୍ତା । ଅନେକ ଗୁଡିଏ ସୁନାମୋହରର ମାଲିକ ହୋଇ ଗାଁର ସବୁଠାରୁ ବଡ ଧନୀ ହେବା ନିଶା ଏବେ ପ୍ରଭୁଦତ ମୁଣ୍ଡକୁ ବିଗାଡି ହେଲା । ଏହାଭାବି ସେ ଗୋଟିଏ ଶାବଳନେଇ ଉଇ ହୁଙ୍କା ନିକଟରେ ପହଁଚିଲା । ଚାହୁଁ ଚାହୁଁ ଶାବଳରେ ହୁଙ୍କାଟାକୁ ତାଡି ପକାଇଲା ।
ପ୍ରଭୁଦତ ହୁଙ୍କା ତାଡିଲା ମାତ୍ରେ ତା’ ଭିତରେ ବସା ବାନ୍ଧିଥିବା ଅନେକ ନାଗସାପ ବାସହରା ହୋଇ ବାହାରକୁ ବାହାରି ପଡିଲେ । ରାଗରେ ଫୁଁ ଫୁଁ ହୋଇ ଗୋଡାଇ ଗୋଡାଇ ପ୍ରଭୁଦତକୁ ଦଂଶନ କଲେ । ବାପା ଫେରି ଆସି ଦେଖିଲା ବେଳକୁ ପ୍ରଭୁ ଦତର ପ୍ରାଣବାୟୁ ଉଡିଯାଇଥିଲା ।
ଏବେ ଦେବଦତ ମନରେ ଭାବିଲେ ସତରେ ଅତି ଲୋଭ ଯୋଗୁଁ ପୁଅର ଏଭଳି ଦଶା ହେଲା ।