ଏବେ ଗୁରୁ ପାଣିରେ ବୁଡି ଯାଉଥିଲା ବେଳେ ଚିତ୍କାର କରି କହୁଥାନ୍ତି, “ଆରେ ମୂର୍ଖ ଦଳ ! ମୋତେ ଶୀଘ୍ର ବଂଚାଅ । ନଚେତ୍ ଖୁବ୍ କମ୍ ସମୟ ଭିତରେ ମୋର ପ୍ରାଣବାୟୁ ଉଡିଯିବ । ମାତ୍ର ଶିଷ୍ୟମାନଙ୍କର ଗୁରୁଙ୍କର ଏଭଳି ଆକୁଳ ନିବେଦନ ପ୍ରତି ଆଦୌ ନିଘା ନଥିଲା । ସେମାନେ ପ୍ରାଣ ବିକଳରେ ବହିଖୋଜି ଚାଲିଥାନ୍ତି ।”
ଠିକ୍ ଏତିକିବେଳେ ଜଣେ ନଦୀଗର୍ଭକୁ ଚାହିଁ ଦେଖିଲା, ଗୁରୁ ଆଉ ପାଣି ଉପରକୁ ଦିଶୁ ନାହାନ୍ତି । ସେ ଅଥଳ ଜଳରେ ବୁଡି ଗଲେଣି । ସେ ତା’ର ଅନ୍ୟ ସାଥୀମାନଙ୍କୁ କହିଲା, “ଗୁରୁ ଆଉ ଦେଖା ଯାଉ ନାହାନ୍ତି,ଏବେ କ’ଣ କରିବା?”
ଆଉ ଜଣେ ଶିଷ୍ୟ କହିଲା, “ଇଏ ତ ଏକ ନୂଆ ସମସ୍ୟା ଆସିଲାଣି । ଏହାର ଉପାୟ ମଧ୍ୟ ଖୋଜି ବାହାର କରିବାକୁ ପଡିବ । ସେମାନେ ଦୁଇଟିଯାକ ସମସ୍ୟା ଏବେ ବହିଗଦାରୁ ଖୋଜିଲେ, ହେଲେ ଗୋଟିଏ ବି ପାଇଲେ ନାହିଁ କି ଗୁରୁଙ୍କୁ ବଂଚାଇ ପାରିଲେ ନାହିଁ । ଅକାରଣରେ ତାଙ୍କର ପ୍ରାଣବାୟୁ ଉଡିଗଲା । ସେଇଠି ଶିଷ୍ୟମାନେ ନିଜ ଭୁଲ୍ ବୁଝିପାରି ଜାଣିଲେ ଯେ, କେତେକ ପୋଥିଗତ ବିଦ୍ୟା ଦରକାରବେଳେ କାମରେ ଲାଗେ ନାହିଁ ।”