ଯିବା ପୂର୍ବରୁ ସୁନ୍ଦରୀ ଥାକେ ଶାଢୀ ଆଣି ସୁକୁମାରୀ ଆଗରେ ସେସବୁ ଥୋଇ ଦେଇ କହିଲା, “ତୁମର ଏଠିକି ଆସିବାରେ ମୁଁ ବହୁତ ଖୁସି । ତୁମେ ଏଥିରୁ ଗୋଟେ ଶାଢୀ ପସନ୍ଦ କର ।
ସୁକୁମାରୀ ସଙ୍ଗେ ସଙ୍ଗେ ନିଜର ଚାକରାଣୀକୁ ଡାକି କହିଲା, “ଏ ଭିତରୁ ତତେ ଯେଉଁ ଶାଢୀଟି ଭଲ ଲାଗୁଛି ବାଛି ନେ ।” ସୁନ୍ଦରୀ ତାର ଏପରି ବ୍ୟବହାରରେ ବହୁତ ଆଶ୍ଚର୍ଯ୍ୟ ହେବାରୁ ସୁକୁମାରୀ କହିଲା, “ମୋ ପିନ୍ଧିବା ପରି ଶାଢୀ ତମେ କେବେବି ଦେଇ ପାରିବ ନାହିଁ । ଏ ଶାଢୀ ମୁଁ ପିନ୍ଧିଲେ ମୋ ଇଜ୍ଜତ୍ ମାଟିରେ ମିଶିଯିବ ଓ ସମସ୍ତେ ମତେ ଭାରି ଥଟ୍ଟା କରିବେ ।”
ଏହାର କିଛିଦିନ ପରେ ସୁନ୍ଦରୀ ତା’ ବାପ ଘରକୁ ଗଲା । ସୁକୁମାରୀ ତା ସାଙ୍ଗରେ ଦେଖା କରିବାକୁ ଆସିଲା । ଯାଉ ଯାଉ ସେ କହିଲା, ଯିବାପୂର୍ବରୁ ଆମ ଘରକୁ ଆସିବ, ଖାଇବ ଏବଂ ମୁଁ ତୁମକୁ ଯେଉଁ ଶାଢୀ ଦେବି ତାହା ନେବ ।”
ସୁନ୍ଦରୀ ପଚାରିଲା “ନିଶ୍ଚୟ ଯିବି; ମୁଁ ମଧ୍ୟ ମୋ ସାଙ୍ଗରେ ମୋ ଚାକରାଣୀକୁ ଆଣିବି ନା?” “ଠିକ୍ ଅଛି ।” ଏହା କହି ସୁକୁମାରୀ ସେଠାରୁ ଚାଲିଗଲା ।
ଫେରିବା ପୂର୍ବରୁ ସୁନ୍ଦରୀ ଏକା ସୁକୁମାରୀ ଘରକୁ ଗଲା । ସାଙ୍ଗରେ ଚାକରାଣୀ ନ ଆସିବାର କାରଣ ସୁକୁମାରୀ ପଚାରିଲାରୁ ସୁନ୍ଦରୀ କହିଲା, “କେମିତି ତୁମ ଘରକୁ ମୁଁ ତାକୁ ଆଣିଥାନ୍ତି କହିଲ? ଏକଥା ଶୁଣି ସୁକୁମାରୀ ତା’ମନେ ମନେ ଭାରି ଖୁସି ହେଲା । ଏଥିରୁ ସେ ବୁଝିଲା ଯେ ସୁନ୍ଦରୀ ତା’ର ମହତ୍ତ୍ୱ ଓ ଶ୍ରେଷ୍ଠତ୍ତ୍ୱକୁ ଠିକ୍ ଜାଣିଯାଇଛି ।”
ଖାଇ ସାରିବା ପରେ ସୁକୁମାରୀ ଶାଢୀର ଏକ ଥାକ ସୁନ୍ଦରୀ ଆଗରେ ରଖିଲା ଏବଂ କହିଲା, “ଏଥିରୁ ତୁମର ଯେଉଁ ଶାଢୀବି ପସନ୍ଦ ତାହା ନେଇଯାଅ । ଏସବୁ କିଛି ମାମୁଲି ଶାଢୀ ନୁହେଁ । ମୁଁ ତ ନିଜେ ଏଇ ପ୍ରକାରର ଶାଢୀ ପିନ୍ଧେ ।”
ସୁନ୍ଦରୀ ସେଥିରୁ ଗୋଟିଏ ଶାଢୀ ବାଛିଲା ଏବଂ ନିଜ ସାଙ୍ଗକୁ ସେ କହିଲା, “ମୁଁ ତୁମକୁ ଯେଉଁ ଶାଢୀ ଦେଇଥିଲି ତୁମେ ତାକୁ ନିଜର ଚାକରାଣୀକୁ ଦେଲ । ଏଇଆ ନ୍ୟାୟ ଯେ ମୁଁ ମଧ୍ୟ ତୁମେ ଦେଇଥିବା ଶାଢୀ ମୋ ଚାକରାଣୀକୁ ଦିଏ । ତୁମେ କିଛି ଖରାପ ଭାବିବ ନାହିଁ । ସୁକୁମାରୀ ଆଶ୍ଚର୍ଯ୍ୟ ହୋଇ ଯାଇ କହିଲା, “ଏତେ ଦାମୀ ଶାଢୀ ତମେ ତମ ଚାକରାଣୀକୁ ଦେଇଦେବ?
“ହଁ, ମୁଁ ତ ମୋ ଚାକରାଣୀକୁ ନିଜ ସ୍ତରର ଶାଢୀ ଦିଏ ।” ସୁନ୍ଦରୀ ଏହା କହି ସେଠାରୁ ଚାଲିଗଲା । ମାତ୍ର ସୁକୁମାରୀ ଏହି ଘଟଣାକୁ ଆଦୌ ଭୁଲି ପାରିଲା ନାହିଁ । ମନ ଭିତରେ ସେ ଖାଲି ଜଳି ଜଳି ରହିଲା । ସେ ଭଲ କରି ଜାଣିଲା ଯେ ସୁନ୍ଦରୀ ତାହାର ଅପମାନ କରିଛି । ଇଟାର ଜବାବ ସେ ପଥରରେ ଦେଇଛି ।
ମାସକ ପରେ ସୁକୁମାରୀ ସ୍ୱାମୀର କୌଣସି କାମ ପାଇଁ ଚକ୍ରପୁରୀ ଯିବାର ଥିଲା । ସେତେବେଳେ ସୁକୁମାରୀ ମଧ୍ୟ ତାଙ୍କ ସ୍ୱାମୀ ସାଙ୍ଗରେ ଚକ୍ରପୁରୀ ଗଲା । ଯେତେବେଳେ ସ୍ୱାମୀ ତାଙ୍କ ନିଜ କାମରେ ଗଲେ ଠିକ୍ ସେହି ସମୟରେ ସେ ସୁନ୍ଦରୀ ଘରକୁ ଆସି କବାଟ ଖଟ ଖଟ କଲା ।
ସୁନ୍ଦରୀ କବାଟ ଖୋଲିଲା । ସେତେବେଳେ ସେ ଲୁଗା ଧୋଉଥିଲା । ଧୋଇବା ମଝିରେ ତାକୁ ଆସିବାକୁ ହେଲା । ତେଣୁ ତା ମୁଁହଁରେ ପାଣି ପଡିଥିଲା ବାଳ ମଧ୍ୟ ଅସଜଡା ଥିଲା । ସବୁଠାରୁ ବଡ କଥା ହେଲାଯେ ସେଦିନ ସେ ସୁକୁମାରୀ ଦେଇଥିବା ଶାଢୀହିଁ ପିନ୍ଧିଥିଲା ।
ସୁକୁମାରୀ ଥଟ୍ଟାରେ ପଚାରିଲା “ତୁମ ଚାକରାଣୀକୁ ଦେଖିବାକୁ ଆସିଥିଲି, କଣ ସେ ଆଜି କାମକୁ ଆସିନି “ତାପାଇଁ ଆଣିଥିବା ଶାଢୀ ତୁମେ କାହିଁକି ପିନ୍ଧିଛ?”
ସୁନ୍ଦରୀ ହସି ହସି କହିଲା, “ଏବେ ବି କଣ ତୁମେ ବୁଝି ପାରୁନ ଯେ ମୁଁ ସେଇ ଚାକରାଣୀ । ତୁମେ କୁହ ନିଜ ଖାଦ୍ୟ ନିଜେ ଖାଇବା, ନିଜ କାମ ନିଜେ କରିବା ଉଚିତ୍ ସେଥିପାଇଁ ଭଗବାନ୍ ଆମ ଶରୀରକୁ ବିଭିନ୍ନ ଅଂଶ ଦେଇଛନ୍ତି ତାକୁ କାମରେ ନ ଲଗାଇ ଅନ୍ୟ ଦ୍ୱାରା କାମ କରାଇବା ପଙ୍ଗୁ ସହ ସମାନ ।”
ସୁନ୍ଦରୀର ସତ୍ୟତା ଓ ବୁଦ୍ଧିମତାର ପ୍ରଶଂସା କରି ସୁକୁମାରୀ କହିଲା, “ଇର୍ଷା ଆଉ ଅହଙ୍କାର ମତେ ତୁମ ପରି ଭଲ ସାଙ୍ଗଠାରୁ ଦୂର କରି ଦେଇଥିଲା । ତେଣୁ ମୋତେ କ୍ଷମାକର ।