ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଦ୍ଭୁତ ହିସାବ

ଦୁନିଆରେ କେତେ କିସମର ହିସାବୀ ଲୋକ ଥାନ୍ତି । ସେଥିଭିତରୁ ଜଣେ ହେଲେ ରଙ୍ଗପୁର ବଜାରର ଥିଲାବାଲା ବେପାରୀ ସୁନ୍ଦର ସେଠ ।

                ଆଜିକାଲି ଯେମିତି ବ୍ୟାଙ୍କରେ ଟଙ୍କା ରଖା ହୁଏ ସେତେବେଳେ ବି ଠିକ୍ ସେମିତି ରାଜାଙ୍କ ଖଜଣାଖାନାରେ ଲୋକେ ଟଙ୍କା ରଖି ପାରୁଥିଲେ । ତେବେ ବ୍ୟାଙ୍କରେ ସୁଧ ମିଳେ, ମାତ୍ର ଖଜଣାଖାନାରେ ଖାଲି ଅର୍ଥ ସୁରକ୍ଷିତ ରହୁଥିଲା ।

                ତେବେ ଅଧିକାଂଶ ବେପାରୀ ଲୋକଙ୍କୁ ଋଣ ଦେଇ ସୁଧ ଉପାର୍ଜନ କରୁଥିଲେ । କିନ୍ତୁ ସୁନ୍ଦର ସେଠ କେବେବି ଋଣ ଦେଉ ନଥିଲେ । ଦିନେ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ହରିହର ତାଙ୍କୁ କହିଲେ, “ସୁନ୍ଦର ଭାଇ, ତମେ ତମର ସବୁ ଲାଭ ଖଜଣାଖାନାରେ ନରଖି ଲୋକଙ୍କୁ ଋଣ ଦେଲେ ତ ସୁଧ ପାଆନ୍ତ!”

                ସୁନ୍ଦର ସେଠ ବୁଝାଇ ଦେଲେ “ଆରେ ହରିହର, ମୁଁ କ’ଣ ଏତେ ବୋକା? ମୁଁ ଯେତିକି ଟଙ୍କା ଜମା ରଖେ, ସେଥିରୁ ତିନିଭାଗ ହେଲା ମୂଳଧନ, ଆଉ ବାକି ଚତୁର୍ଥ ଭାଗ ହେଲା ସୁଧ । ଏଇଆ ଧରିନେଇ ମୁଁ ରଖେ । ତେଣୁ ମୁଁ ଆଉ କେଉଁଠି ସୁଧ ହରାଉଛି? ହାଃ ହାଃ!”

                ଏଥର ହରିହର ଆଉ କ’ଣ କହିବେ?


ଗପ ସାରଣୀ

ତାଲିକାଭୁକ୍ତ ଗପ