ଜଟିପୁରରେ ଗୋଟିଏ କାରାଗାର ଥାଏ । ସେଥିରେ ଅନେକ ପ୍ରକାରର ଅପରାଧ କରି ଅପରାଧିମାନେ କାରାଗାରରେ ବନ୍ଦୀ ହୋଇଥା’ନ୍ତି । ସେମାନେ ସେଠାରେ ନାନାପ୍ରକାରର କଠିନ ପରିଶ୍ରମ କରନ୍ତି । ସେହି ଦେଶର ରାଜା, ବନ୍ଦୀମାନଙ୍କ ଉପରେ ଦୟାକରି ଏକ ବଡ ପୁସ୍ତକାଳୟ ଖୋଲିଲେ ଯେପରି ବନ୍ଦୀମାନେ ନାନା ପ୍ରକାରର ପ୍ରସ୍ତକରୁ ଜ୍ଞାନ ଆହରଣ କରିପାରିବେ । ପୁସ୍ତକ ପଢିଲାବେଳେ ସେମାନେ ମଧ୍ୟ ନିଜର ଦୁର୍ଭାଗ୍ୟ କଥା ଭୁଲିଯା’ନ୍ତି ।
ସେହି ସହରରେ ବସୁଦେବ ନାମକ ଜଣେ ବ୍ୟବସାୟୀ ଥିଲା । ତା’ ଘରେ ତ ଅନେକ ଟଙ୍କା; ତେଣୁ ସେ ଭାବିଲା “ସାହିତ୍ୟ ଲେଖି ଖ୍ୟାତି ଅର୍ଜ୍ଜନ କରିବି, ତେଣୁ ତା’ର ନାମଟିକୁ ସେ କବି ବସୁଦେବ ବୋଲି ଘୋଷଣା କଲା । ବହି ମଧ୍ୟ ଚଟାପଟ ଲେଖା ହୋଇଗଲା । ଏବେ କେତେକ ବହି ଆସିଛି ତେଣୁ ବସୁଦେବ ସମସ୍ତିଙ୍କୁ ବହି ବାଂଟିଲା ଓ କେତେକ ବିକ୍ରିକଲା । ତାଙ୍କର ସେ ବହିଟି ପଢି ସମସ୍ତେ ଖୁବ୍ ବିରକ୍ତ ହେଲେ । କେତେକ ବହି ଆଣି ଫେରସ୍ତ ଦେଇଦେଲେ ।”
ବସୁଦେବ ଏତେଗୁଡିଏ ବହି ନେଇ କ’ଣ କରିବେ । ତାଙ୍କର ମନେ ପଡିଲା କଇଦୀମାନଙ୍କୁ ମାଗଣା ଦେବେ । ଏକଥା ସେ ଯାଇ କାରାଗାର ଅଧ୍ୟକ୍ଷକଙ୍କୁ କହିଲେ ।
ତହୁଁ ସେଠିକା ଅଧ୍ୟକ୍ଷ ଅଳ୍ପ ହସି କହିଲେ “ବସୁଦେବଜୀ, ରାଜାଙ୍କର ଆଜ୍ଞା ଅନୁସାରେ ମୁଁ ସେମାନଙ୍କୁ ଦଣ୍ଡ ଦିଏ ଏବେ ତୁମ ବହି ମୁଁ କିପରି ରଖିବି? ତାଙ୍କୁ ମୁଁ ଦଣ୍ଡ ଦେଉଛି । ପୁଣି ତୁମ ବହି ପଢିବାଟା ହିଁ ଦଣ୍ଡ ବୋଲି ମୁଁ ଭାବୁଛି । ଅଧିକ ଦଣ୍ଡ ମୁଁ ସେମାନଙ୍କୁ କିପରି ଓ କାହିଁକି ବା ଦେବି? ତୁମେ ରାଜାଙ୍କଠାରୁ ଅନୁମତି ଆଣିଲେ ଯାଇ ଏହା ସମ୍ଭବ ହେବ । ତେଣୁ ତୁମ ଗ୍ରନ୍ଥ ମୁଁ ସ୍ୱୀକାର କରୁନାହିଁ ।”
ଏଥର ବସୁଦେବ ଜାଣିଗଲେ କି ତାଙ୍କ ଗ୍ରନ୍ଥର ମୂଲ୍ୟ କେତେ । ତେଣୁ ପ୍ରଥମ କଥା ନଗରରେ ସେ ଘୋଷଣା କଲେ କି ସେ କବି ବସୁଦେବ ନୁହଁନ୍ତି କେବଳ ବସୁଦେବ ।