ଏପରି କଥା ବିଚାର କରୁ କରୁ ହଠାତ୍ ସଭାରେ ସମ୍ରାଟ୍ ଘୋଷଣା କରି ଦେଲେ ଯେ ଯଥାଶୀଘ୍ର ପଣ୍ଡିତମାନଙ୍କ ଦଳପତି ଏଠାରେ ଆସି ଉପସ୍ଥିତ ହୁଅନ୍ତୁ ।
ସମ୍ରାଟଙ୍କର ଆଜ୍ଞା ପାଇ ପଣ୍ଡିତମାନଙ୍କର ଦଳପତି ଯାଇ ସମ୍ରାଟଙ୍କ ସମ୍ମୁଖରେ ଉପସ୍ଥିତ ହୋଇଗଲେ ଓ ବିରବଲଙ୍କ ବିରୁଦ୍ଧରେ ନାନା ପ୍ରକାର ଅଭିଯୋଗ ଆଣିଲେ ।
ସମ୍ରାଟ୍ କହିଲେ – ଦେଖ, ତୁମଠାରୁ ବିରବଲ ଅଧିକ ଭାବରେ ବିଦ୍ୱାନ୍ ଗୁଣବାନ୍ । ସେଥିଲାଗି ଦରବାରରେ ତାଙ୍କର ଆବଶ୍ୟକତା ଅଧିକ ପଡିଲା, ତେଣୁ ବିରବଲଙ୍କୁ ଡକାଯାଇଥାଏ । ତେବେ ତୁମ୍ଭେମାନେ ଯେବେ ବୀରବଲଙ୍କଠାରୁ ଅଧିକ ଚତୁର ଅଧିକ ବିଦ୍ୱାନ୍ ତାହା ହେଲେ ମୁଁ ଆଜି ଅପେକ୍ଷା କରିବି । ତୁମ୍ଭେ ଯଦି ମୋର ପରୀକ୍ଷାରେ ଉତୀର୍ଣ୍ଣ ହେବ ତାହା ହେଲେ ମୋର ଦରବାରରେ ତୁମ୍ଭମାନଙ୍କର ସ୍ଥାନ ଅଧିକ ଭାବରେ ରହିବ ।
ପଣ୍ଡିତମାନଙ୍କର ଦଳପତି କହିଲେ ଆମ୍ଭମାନଙ୍କର ମଧ୍ୟ ଆପଣଙ୍କର ଆଦେଶ ଶିରୋଧାର୍ଯ୍ୟ ।
ଏହାପରେ ସମ୍ରାଟ୍ ଆକବର ତାଙ୍କର ଦଳପତିଙ୍କୁ କହିଲେ – ଏଥର କୁହନ୍ତୁ ପଣ୍ଡିତ ଦରବାରର ପୃଷ୍ଠଦେଶରେ କୌଣସି ଏକ ଶବ୍ଦ ଶୁଭୁଅଛି । ଯାହା ଆପଣ ଶୁଣି ପାରୁଥିବେ ଆଉ ମଧ୍ୟ ସେହି ଶବ୍ଦ କାହାର ତାହା ଦେଖି ଆସି ମୋ ଆଗରେ ପ୍ରକାଶ କର । ତା’ପରେ ସମ୍ରାଟଙ୍କର ଆଦେଶ ମାନି ପଣ୍ଡିତମାନଙ୍କ ମଧ୍ୟରେ ଯେ ଦଳପତି ସେ ଦରବାରର ପୃଷ୍ଠ ଦେଶକୁ ଯାଇ ସଙ୍ଗେ ସଙ୍ଗେ ଫେରି ଆସି ସମ୍ରାଟଙ୍କ ସମ୍ମୁଖରେ ଦଣ୍ଡାୟମାନ ହୁଅନ୍ତେ ତାଙ୍କୁ ସମ୍ରାଟ୍ ପଚାରିଲେ ଦରବାରର ପୃଷ୍ଠଦେଶରେ କାହାର ଶବ୍ଦ ହେଉଛି ଦେଖିଲେ ।
ପଣ୍ଡିତ କହିଲେ – ଗୋଟିଏ କୁତି ସନ୍ତାନ ପ୍ରସବ କରିଛି । ସେହିମାନେ ହିଁ କୁଆଁ କୁଆଁ ଶବ୍ଦ କରୁଅଛନ୍ତି ।
ଆଚ୍ଛା କହିଲେ ପଣ୍ଡିତେ – ସେହି କୁତିର କେତେ ଗୋଟି ଛୁଆ ହୋଇଛି?
ମୁଁ ସେମାନଙ୍କୁ ତ ଗଣି ପାରିନାହିଁ ହଜୁର୍ ।
ତାହା ହେଲେ ଯାଇ ଗଣିଦେଇ ଆସ ।