ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅନନୁଶୋଚିୟ ଜାତକ

ଥରେ ବୋଧିସତ୍ୱ ବାରାଣସୀର ଏକ ଧନୀ ବ୍ରାହ୍ମଣର ପୁତ୍ରରୂପେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ବାଲ୍ୟକାଳ ସୁଖରେ ଅତିବାହିତ ହୋଇଥିଲା । ବୟସର ବୃଦ୍ଧି ହେବାରୁ ସେ ପିତାଙ୍କଦ୍ୱାରା ତକ୍ଷଶିଳାକୁ ପ୍ରେରିତ ହେଲେ ଓ ସେଠାରେ ସୁଯୋଗ୍ୟ ଅଧ୍ୟାପକଙ୍କର ଶିଷ୍ୟ ହୋଇ ଶିକ୍ଷାଲାଭ କଲେ । ଶିକ୍ଷା ସମାପ୍ତ ହେବାରୁ ସେ ଗୁରୁଙ୍କର ଅନୁମତି ନେଇ ପିତାମାତାଙ୍କ ନିକଟକୁ ଫେରିଆସିଲେ ।

       ପିତା ଦେଖିଲେ ପୁତ୍ର ବିବିଧ ବିଦ୍ୟାରେ ନୈପୁଣ୍ୟ ଲାଭ କରିଛି ଓ ଯୌବନରେ ଉପନୀତ । ତେଣୁ ସେ ପୁତ୍ରକୁ ବିବାହ ଦେବା ଉଦ୍ଧେଶ୍ୟରେ ଗୋଟିଏ ରୂପବତୀ ଓ ଗୁଣବତୀ କନ୍ୟାର ଅନୁସନ୍ଧାନ କଲେ ।

       ପିତାମାତାଙ୍କର ଏହି ଅଭିପ୍ରାୟ ଜାଣିପାରି ବୋଧିସତ୍ୱ ପିତାଙ୍କୁ କହିଲେ, “ପିତା ମୋର ବିବାହ କରିବା ଆଦୌ ଇଚ୍ଛା ନୁହେଁ । ତେଣୁ କନ୍ୟାର ଅନ୍ୱେଷଣ କରିବା ଅନାବଶ୍ୟକ । ମୋର ଲକ୍ଷ୍ୟ ହେଉଛି, ସନ୍ନ୍ୟାସ ଅବଲମ୍ବନକରି ଧର୍ମମୟ ଜୀବନଯାପନ କରିବା ।”

       ପୁତ୍ରର ଏପ୍ରକାର ଅଭିଳାଷ ଜାଣି ପିତା ମନେ ମନେ ଦୁଃଖିତ ହେଲେ ଏବଂ ବୈବାହିକ ଜୀବନଯାପନ ନିମନ୍ତେ ପୁତ୍ରକୁ ନାନାପ୍ରକାରେ ପ୍ରବର୍ତାଇଲେ । ମାତା ମଧ୍ୟ ବୋଧିସତ୍ୱଙ୍କୁ ବିବାହ କରିବା ନିମନ୍ତେ ଏକାନ୍ତ ଅନୁରୋଧ କଲେ । ଏହିପରି ପିତାମାତାଙ୍କର ବାରମ୍ବାର ଅନୁରୋଧରେ ପଡି ଶେଷରେ ବୋଧିସତ୍ୱ କହିଲେ, “ମୋର ବିବାହ କରିବାକୁ ଇଚ୍ଛା ନାହିଁ । ତଥାପି ତୁମମାନଙ୍କ ସନ୍ତୋଷ ନିମନ୍ତେ ବିବାହ କରିବାକୁ ପ୍ରସ୍ତୁତ ଅଛି; କିନ୍ତୁ ମୋର ଇଚ୍ଛାନୁରୂପ କନ୍ୟା ମିଳିଲେ ମୁଁ ବିବାହ କରିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ