ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅନନୁଶୋଚିୟ ଜାତକ

       ଏହାପରେ ବୋଧିସତ୍ୱ ଗୋଟିଏ ଅପୂର୍ବ ସୁନ୍ଦରୀକନ୍ୟାର ସ୍ୱର୍ଣ୍ଣମୟୀ ମୂର୍ତି ନିର୍ମାଣ କରାଇ ତାହାକୁ ପିତାଙ୍କୁ ଦେଇ କହିଲେ, “ବାପା, ଠିକ୍ ଏହି ମୂର୍ତିଭଳି ଗୋଟିଏ ସୁନ୍ଦରୀ କନ୍ୟା ମିଳିଲେ ମୁଁ ତାହାକୁ ବିବାହ କରିବି ।”

         ପିତା ଏହି ମୂର୍ତି ଟିକୁ ଗୋଟିଏ ସୁସଜ୍ଜିତ ରଥରେ ବସାଇ ବିଶ୍ୱସ୍ତ ଅନୁଚରମାନଙ୍କ ଦ୍ୱାରା ବିଭିନ୍ନ ରାଜ୍ୟର ବିଭିନ୍ନ ସହରରେ ବୁଲାଇଲେ । ଅନୁଚରମାନଙ୍କୁ ଆଦେଶ ଦିଆଯାଇଥିଲା ଯେ ଯଦି ଏହି ମୂର୍ତିର ଅନୁରୂପ କନ୍ୟା ମିଳେ, ତେବେ ସୁବର୍ଣ୍ଣ ପ୍ରତିମା ପରିବର୍ତରେ ସେମାନେ ସେହି କନ୍ୟାକୁ ଆଣିବେ ଓ ବୋଧିସତ୍ୱଙ୍କ ସହିତ ଉକ୍ତ କନ୍ୟାର ବିବାହ ସମ୍ପାଦିତ ହେବ ।

         ବ୍ରାହ୍ମଣଙ୍କ ଅନୁଚରମାନେ ସ୍ୱର୍ଣ୍ଣମୟୀ ମୂର୍ତି ସହିତ ଅନେକ ନଗର ଓ ଜନପଦ ଭ୍ରମଣ କଲେ; କିନ୍ତୁ କୌଣସିଠାରେ ସେହି ମୂର୍ତିର ଅନୁରୂପ କନ୍ୟା ଦେଖିଲେନାହିଁ । ଅନ୍ତର ସେମାନେ କାଶୀରାଜ୍ୟର ଏକ ସହରରେ ଉପସ୍ଥିତ ହେଲେ । ସେହି ସହରରେ ଜଣେ ଧନଶାଳୀ ବ୍ରାହ୍ମଣ ବାସ କରୁଥିଲେ । ସେ ଶତକୋଟି ମୁଦ୍ରାର ଅଧିକାରୀ ଥିଲେ । ତାଙ୍କର ସମ୍ମିଲ୍ଲଭାଷିଣୀ ନାମରେ ଗୋଟିଏ କନ୍ୟା ଥିଲା । ଏହି କନ୍ୟାଟି ରୂପରେ ଅପସରାମାନଙ୍କୁ ମଧ୍ୟ ନିନ୍ଦା କରୁଥିଲା । ତାହାର ଅନ୍ତରରେ କୌଣସି ପାପଚିନ୍ତା ପ୍ରବେଶ କରିନଥିଲା ।

         ସହରର ଲୋକେ ରଥରେ ସୁନାର ପ୍ରତିମାକୁ ଦେଖି ବିସ୍ମିତ ହୋଇଗଲେ ଓ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, “ଏ କଅଣ? ଅମୁକଙ୍କ ଝିଅ ସମ୍ମିଲ୍ଲଭାଷିଣୀ ଏଠାକୁ ଆସି ରଥରେ ବସିଛି କାହିଁକି?”

         ଲୋକଙ୍କଠୁ ଏପ୍ରକାର କଥା ଶୁଣି ବ୍ରାହ୍ମଣଙ୍କ ଅନୁଚରମାନେ ବୁଝିପାରିଲେ ଯେ ମୂର୍ତିଟିକୁ ଲୋକେ ବ୍ରାହ୍ମଣଙ୍କ କନ୍ୟା ସମ୍ମିଲ୍ଲଭାଷିଣୀ ବୋଲି ମନେକରୁଅଛନ୍ତି । ତେଣୁ ସେମାନେ ଉକ୍ତ କନ୍ୟାର ପିତାମାତାଙ୍କର ସନ୍ଧାନ ନେଇ ତାଙ୍କୁ ସମସ୍ତ ଘଟଣା ଜଣାଇଲେ ଓ ବୋଧିସତ୍ୱଙ୍କ ସହିତ ସମ୍ମିଲ୍ଲଭାଷିଣୀଙ୍କର ବିବାହ ପ୍ରସ୍ତାବ ଦେଲେ । ପିତାମାତା ଏହି ପ୍ରସ୍ତାବରେ ଆନନ୍ଦରେ ସ୍ୱୀକୃତ ହେଲେ; କିନ୍ତୁ ସମ୍ମିଲ୍ଲଭାଷିଣୀ କହିଲେ, “ମୁଁ ବିବାହ କରି ପୁତ୍ରକନ୍ୟାଙ୍କର ଜନନୀ ହେଲେ ସୁଖୀ ହୋଇପାରିବିନାହିଁ । ମୁଁ ବର୍ତ୍ତମାନ ପିତାମାତାଙ୍କ ସେବାକରି ସନ୍ତୁଷ୍ଟ । ସେମାନଙ୍କ ଅନ୍ତେ ମୁଁ ସନ୍ନ୍ୟାସିନୀ ହୋଇ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ସ୍ଥିର କରିଛି ।” କିନ୍ତୁ ତା’ର ପିତାମାତା କନ୍ୟାର ଏହି ଅଭିଳାଷ ପ୍ରତି କିଛିମାତ୍ର ଗୁରୁତ୍ୱ ନଦେଇ ସୁବର୍ଣ୍ଣ ପ୍ରତିମାଟି ଗ୍ରହଣ କଲେ ଓ ବୋଧିସତ୍ୱଙ୍କ ସହିତ ବିବାହ ନିମନ୍ତେ ଉପଯୁକ୍ତ ଧନରତ୍ନ ଦେଇ କନ୍ୟାକୁ ପଠାଇଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ