ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅନିଷ୍ଟ ଓ ଉପକାର

ବୁଲୁ ଓ କୁଲୁ ଦୁଇ ସାଙ୍ଗ । ବୁଲୁ ଭାରି ଭଦ୍ର ଓ ନମ୍ର । ସେ ଗୁରୁଜନଙ୍କ କଥା ମାନେ, ଭଲ ପାଠପଢେ ବୋଲି ସମସ୍ତେ ତାକୁ ଭଲ ପାଆନ୍ତି । ନାଚଗୀତ, ଖେଳକୁଦ ଓ ବକ୍ତୃତା, ଚିତ୍ରାଙ୍କନରେ ସେ ସମସ୍ତଙ୍କଠାରୁ ବଳେଇ ଯାଏ ବୋଲି ବିଦ୍ୟାଳୟରେ ଗୁରୁଜୀଙ୍କର ବି ପ୍ରିୟପାତ୍ର ।

       ମାତ୍ର ତା’ର ସାଥୀ କୁଲୁର ସ୍ୱଭାବ ଠିକ୍ ବିପରୀତ । ବିଦ୍ୟାଳୟ ବଦଳରେ ବହିପତ୍ର ଧରି ତା’ର ପାଠପଢା ନଈକୂଳରେ । ଘରେ କି ବିଦ୍ୟାଳୟରେ କେହି ତାକୁ ଭଲପାଆନ୍ତି ନାହିଁ । ବୁଲୁ ତାର ସାଥୀ ହେଲେ କ’ଣ ହେଲା, ତାର ଭଲ କାମ ଗୁଡିକ କୁଲୁକୁ ଜମା ଭଲଲାଗେ ନାହିଁ । ତା’ର କେବେ ପ୍ରଶଂସା କଥା ଶୁଣିଲେ ରାଗରେ ଜଳିଯାଏ । ତା’ପ୍ରତି ଦାଉ ସାଧିବ ବୋଲି ମନେ ମନେ ସୁଯୋଗ ଉଣ୍ଡୁଥାଏ ।

       ଦିନକର କଥା । ସ୍କୁଲରେ ପରୀକ୍ଷା ଫଳ ବାହାରିଥାଏ । ବୁଲୁ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବାରୁ ସମସ୍ତେ ତା’ର ପ୍ରଶଂସା କରୁଥାନ୍ତି । ମାତ୍ର କୁଲୁ ତା’ର ବିଫଳତା ପାଇଁ ତଳକୁ ମୁଣ୍ଡପୋତି ରହିଥାଏ । ତେବେ ସେ ସାଥୀ ବୁଲୁ ଉପରେ ଈର୍ଷାପରାୟଣ ହୋଇ ଦାଉ ସାଧିବ ବୋଲି ଠିକ୍ କଲା ।

       କୁଲୁ ଦିନେ ବୁଲୁକୁ ଡାକି କହିଲା, “ଭାଇ, ପରୀକ୍ଷା ତ ସରିଲା, ଚାଲ ପୋଖରୀରେ ମନବୋଧ କରି ଗାଧୋଇବା । ତୋତେ ବି ପହଁରାର କୌଶଳ ଶିଖାଇ ଦେବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ