ଅନେକବର୍ଷ ତଳର କଥା । ଶେଠ୍ ରାଜ କିଶୋର ଥିଲେ ଜଣେ ଧନୀ ବ୍ୟବସାୟୀ । ମଥୁରା ନଗରୀରେ ବାସକରୁଥିବା ଏହି ଶେଠ୍ ଙ୍କର ତିନିପୁଅ ଥିଲେ – ରବୀନ୍ଦ୍ର, ଶଚ୍ଚୀନ୍ଦ୍ର, ଓ ଯତୀନ୍ଦ୍ର । ଶେଠ୍ ଙ୍କର ପରିଣତ ବୟସରେ ଉପସ୍ଥିତ ହେବାରୁ ତାଙ୍କର ତିନିପୁଅଙ୍କ ମଧ୍ୟରେ ସମସ୍ତ ସମ୍ପତ୍ତି ବାଂଟିଦେବାକୁ ଚାହିଁଲେ । ତଦନୁଯାୟୀ ସମ୍ପତ୍ତି ବଂଟନ କରାଗଲା । ଶେଷରେ ବଳିପଡିଲା ଶେଠ୍ ଙ୍କର ହୀରାର ମୁଦିଟିଏ । ଅତି ଆଦରର ମୁଦିଟିକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେବା କି ବିକ୍ରି କରି ଟଙ୍କାକୁ ବାଂଟିଦେବା ସ୍ଥିର ହୋଇ ପାରିଲା ନାହିଁ । ସେତେବେଳେ ଶେଠ୍ ପାଖରେ ନଥିଲେ । ଅନେକ ଆଲୋଚନା ପରେ ସମାଧାନର ସୂତ୍ର ବାହାର କରିବାପାଇଁ ଶେଠ୍ ଙ୍କ ଉପରେ ଛାଡି ଦିଆଗଲା ।
ଦିନକର କଥା ଶେଠ୍ ତିନିପୁଅଙ୍କୁ ଡାକି କହିଲେ, “ତୁମ୍ଭମାନଙ୍କୁ ଛ’ମାସ ସମୟ ଦିଆଗଲା । ଏହି ସମୟ ଭିତରେ ଯିଏ ସର୍ବଶ୍ରେଷ୍ଠ କର୍ମ କରିଥିବାର ନିଦର୍ଶନ ଦେଖାଇ ପାରିବ ତାକୁ ଏ ମୁଦିଟି ପୁରସ୍କାର ସ୍ୱରୂପ ଦିଆଯିବ ।”
ଛ’ମାସ ବିତିଗଲା । ଦିନେ ଶେଠ୍ ତିନି ପୁଅଙ୍କୁ ଡାକି ସେମାନଙ୍କର ଶ୍ରେଷ୍ଠ କର୍ମ ସମ୍ବନ୍ଧରେ ପଚାରିଲେ ।
ପ୍ରଥମେ ବଡପୁଅ ରବୀନ୍ଦ୍ରକୁ ଡାକି ପଚାରିବାରୁ ସେ କହିଲା, “ପିତା! ଜଣେ ଅଜଣା ଅଚିହ୍ନା ବ୍ୟକ୍ତି କୌଣସି କାରଣରୁ ବିନା ଲେଖାପଢାରେ ମୋ ପାଖରେ କୋଡିଏ ହଜାର ସ୍ୱର୍ଣ୍ଣମୁଦ୍ରା ରଖିଥିଲେ । ପ୍ରମାଣ ଅଭାବରୁ ମୁଁ ଚାହିଁଥିଲେ ଏହାକୁ ଆତ୍ମସାତ୍ କରିପାରିଥାନ୍ତି । ମାତ୍ର ସେପରି ନ କରି ତାହାକୁ ତାଙ୍କରି ଦରକାର ବେଳେ ଫେରାଇଦେଲି । ସେଥିପାଇଁ ସେହି ଭଦ୍ରବ୍ୟକ୍ତି ମୋତେ ଅଶେଷ କୃତଜ୍ଞତା ବି ଜଣାଇଥିଲେ ।”