ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅବିଶ୍ୱାସୀ ଉସମାନ ଓ ଚଣ୍ଡାଳ କନ୍ୟା କଳା

ବୃକ୍ଷ, ଲତା ଭରା ପ୍ରାଚୀ ନଦୀର ଏକ ପାଶ୍ୱର୍ରେ ଏକ ସୁରମ୍ୟ ଉପବନ ଥିଲା । ଠିକ୍ ପୁରାଣ ପ୍ରସିଦ୍ଧ ନିଆଳୀ ନଗରୀର ଉପକଣ୍ଠରେ । ଯେଉଁ ଉପବନରେ ଅନେକ ପ୍ରକାର ଫୁଲ ଫଳ ବୃକ୍ଷ ସୁଶୋଭିତ ହୋଇ ଥିଲା । ଆଉ ମଧ୍ୟ ମନ ଉଚ୍ଚାଟକାରୀ ପଦ୍ମ ପୋଖରୀ ସେଠାରେ ଥାଏ । ନାନା ରଙ୍ଗର ପକ୍ଷୀ କୋଇଲି, ହଳଦୀ ବସନ୍ତ, ଚକୋର, ହଂସ, ସାରସ ଏପରିକି ମୟୁର ପର୍ଯ୍ୟନ୍ତ ସେ ଉପବନରେ କ୍ରୀଡା କରୁଥିଲେ । ସତେ ଯେମିତି ଇନ୍ଦ୍ରଙ୍କର ନନ୍ଦନକାନନ । ସେହି ଉପବନର ସଘନ ବୃକ୍ଷ ମାନଙ୍କରେ ମଧ୍ୟ ପକ୍ଷୀମାନେ ନୀଡ ରଚନା କରିଥାନ୍ତି ।

         ଦିନେ ବହୁତ ବର୍ଷା ହେଲା । ପକ୍ଷୀମାନେ ଖାଦ୍ୟ ଖୋଜିବା ପାଇଁ କେଉଁ ଆଡେ ଯାଇ ପାରିଲେ ନାହିଁ । ପକ୍ଷୀରେ ପାଣି ଲାଗି ଖୋଲୁ ନଥାଏ । ପକ୍ଷୀମାନେ ସେମିତି ଗଛ ଡାଳରେ ବସି ରହିଥାନ୍ତି । ନିଜର ପ୍ରାଣ ବଂଚାଇବା ପାଇଁ କାହୁଁ ଶୁଆଟିଏ ଉଡି ଆସି ଆମ୍ବ ଗଛର ଡାଳରେ ବସି ଗଲା । ସେହି ଡାଳରେ ପୂର୍ବରୁ ଶାରୀଟିଏ ବସା ବାନ୍ଧି ବସି ଥାଏ ।

         ଶୁଆକୁ ଦେଖି ଶାରୀ ରାଗି ଉଠିଲା । କହିଲା ହେ ଶୁଆ, ତୁ ଏ ଗଛ ଡାଳରୁ ଉଠି ଆଉ କେଉଁ ଆଡେ ଚାଲିଯା କାରଣ ପୁରୁଷ ଜାତି ପ୍ରତି ମୋ ମନରେ ବହୁତ ଘୃଣା । ଏହି ପୁରୁଷ ଜାତି ବହୁତ ଧୋକ୍କାବାଜ, ଠକ ଓ ସ୍ୱାର୍ଥପର । କେବଳ ସେତିକି ନୁହଁନ୍ତି ନିର୍ଦ୍ଧୟ ମଧ୍ୟ ।

         ଏକଥା ଶୁଣି ଶୁଆ କହିଲା – ହେ ଶାରୀ ! ତୁ ତ ବିଲ୍କୁଲ୍ ଭୁଲ୍ କହୁଛୁ । ସ୍ୱାର୍ଥପର, ଧୋକ୍କାବାଜ ହେଉଛି ନାରୀ, ପୁରୁଷ ନୁହେଁ । ଶାରୀ କହିଲା – ଆରେ ଶୁଆ, କଥାକୁ ବଢାଅନା, ମୁଁ କାହିଁକି ପୁରୁଷକୁ ବିଶ୍ୱାସ କରେନି ସେକଥା କହୁଛି ଶୁଣ-

         ବହୁ ଦିନ ତଳେ ଦିଲ୍ଲୀ ସହରରେ ଉସ୍ମାନ ନାମକ ଜଣେ ମୁସଲମାନ ବାସ କରୁଥିଲା । ତାର ପୁଅର ନାମ ଅହମ୍ମଦ ଅଲ୍ଲୀ । ଥରେ ଅହମ୍ମଦ ସହର ଛାଡି ଅନ୍ୟ କେଉଁ ଆଡେ ଭ୍ରମଣରେ ବାହାରିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ