ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅବିଶ୍ୱାସୀ ଉସମାନ ଓ ଚଣ୍ଡାଳ କନ୍ୟା କଳା

         ଏମିତି ଯାଉ ଯାଉ ଗୋଟିଏ ଗାଁରେ ପହଁଚିଲା । ସେଇ ଗାଁରେ ମେହେନ୍ତର ଝିଅ ସହିତ ତାର ସାକ୍ଷାତ ହୋଇ ଗଲା । ସେଇ ମେହେନ୍ତର ଝିଅ ଏମିତି ସୁନ୍ଦରୀ ଯେ ତାକୁ ଦେଖିଲେ ଯେ କେହି ଆକୃଷ୍ଠ ହୋଇ ଯିବେ । ଅହମ୍ମଦ ଅଲ୍ଲୀ ସେ ଝିଅକୁ ଦେଖୁ ଦେଖୁ କାମ ବାଣରେ ଆକ୍ରାନ୍ତ ହୋଇ ବେହୋଶ ହୋଇ ଗଲା ।

         ଗାଁ ଲୋକ ମାନେ ଯୁବକର ଏ ଅବସ୍ଥା ଦେଖି ଘେରି ଗଲେ । ପାଣି ସିଂଚି ହୋଶରେ ଆଣିଲେ । ତା ପରେ ଏମିତି କାହିଁକି ହେଲା ତାର କାରଣ ପଚାରିଲେ । ଅହମ୍ମଦ କାନ୍ଦି କାନ୍ଦି ସବୁ କଥା କହି ଗଲା । ଲୋକମାନେ ଯେତେ ବେଳେ ଜାଣି ଗଲେ ଯେ ଏହି ଅଜଣା ଯୁବକ ମେହେନ୍ତର ଝିଅର ପ୍ରେମରେ ପଡି ଯାଇଛି ।ସେମାନେ ମେହେନ୍ତରକୁ ଡକାଇଲେ । ବାଧ୍ୟ କରି ସେହି ଯୁବକ ସହିତ ମେହେନ୍ତର ଝିଅର ବାହାଘର କରାଇ ଦେଲେ ।

         ଦୁହିଁଙ୍କ ଭିତରେ ବେଶ୍ ପ୍ରେମ ବଢି ଗଲା । ଦୁହେଁ ଜଣେ ଅନ୍ୟ ଜଣକୁ କ୍ଷଣେ ସୁଦ୍ଧା ଛାଡୁ ନଥିଲେ । ଏକାଠି କାମ କରୁ ଥିଲେ, ଏକାଠି ଖାଉ ଥିଲେ ଓ ଏକାଠି ବୁଲୁ ଥିଲେ । ଅନ୍ୟ କୌଣସି କଥା ସେମାନଙ୍କ ମୁଣ୍ଡରେ ପଶୁ ନଥିଲା ।

         ଏମିତି ସୁଖ ସ୍ୱାଚ୍ଛନ୍ଦ୍ୟରେ କିଛି ଦିନ ବିତି ଗଲା । ଦିନେ ଅହମ୍ମଦ ଅଲ୍ଲୀ ମନରେ ନିଜ ଘର କଥା, ଦେଶ କଥା ମନେ ପଡିଲା । ଶାଶୁ ଶ୍ୱଶୁରଙ୍କୁ କୁହା ବୋଲା କରି, ସ୍ତ୍ରୀକୁ ସାଥିରେ ଧରି ସେ ନିଜ ଘରକୁ ଫେରିଲା । ବିଦାୟ ସମୟରେ ଶାଶୁ – ଶ୍ୱଶୁର ଝିଅ ଜ୍ୱାଇଁଙ୍କୁ ବହୁତ ଧନ ଦୌଲତ ଓ ସୁନା ରୂପା ମଧ୍ୟ ଦେଇଥିଲେ । ସେ ଦୁହେଁ ଚାଲୁ ଚାଲୁ ଗୋଟିଏ ଅଗନା ଅଗନି ବନସ୍ତରେ ଆସି ପହଁଚିଲେ । ସେଇଠି ମଧ୍ୟ ସନ୍ଧ୍ୟା ହୋଇଗଲା । ରାତିଟି ସେଇଠି କାଟି ଦେବା ପାଇଁ ସ୍ଥିର କଲେ । କାରଣ ପାଖରେ କେଉଁଠି ହେଲେ ଗାଁ ଗଣ୍ଡା ନଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ