ମେହେନ୍ତର ଝିଅ ଯନ୍ତ୍ରଣାରେ ଛଟ ପଟ ହେଉଥାଏ, ମାତ୍ର ମରି ନଥାଏ । ସେଇ ବାଟ ଦେଇ ମେହେନ୍ତର ସାହିର ଅନ୍ୟ ଲୋକ ମାନେ ଯାଉଥିଲେ, ସେମାନେ ଚିହ୍ନି ନେଲେ । ସେବା ଶୁଶ୍ରୂଶା କରି ତାକୁ ବାପ ପାଖରେ ପହଁଚାଇ ଦେଲେ । ଝିଅ ବାପ ମା’ ଆଗରେ ପୂର୍ବ କଥା ଓ ଏବର କଥା ସମ୍ପୂର୍ଣ୍ଣ ଭାବେ ବର୍ଣ୍ଣନା କରି କହିଲା । ସେଇ ଦିନ ଠାରୁ ସେ ସ୍ତ୍ରୀ ଲୋକ ବଂଚିଥିବା ପର୍ଯ୍ୟନ୍ତ ଆଉ ବଦମାସ୍ ପୁରୁଷ ର ନାଁ ନେଲା ନାହିଁ ।
ଏହି କାହାଣୀ କହି ସାରି ଶାରୀ କହିଲା – ଏ ଶୁଆ, ଯେଉଁ ଦିନ ଠାରୁ ଏ କାହାଣୀ ଶୁଣିଲି, ସେହି ଦିନ ଠାରୁ ପୁରୁଷ ମାନଙ୍କ ଠାରୁ ନିଜକୁ ନିଜେ ବଂଚାଇ ରଖିଛି ।
ଶୁଆ କହିଲା – ଏ ଶାରୀ, ସବୁ ପୁରୁଷ ଗୋଟିଏ ପ୍ରକାର ନୁହଁନ୍ତି କି ସବୁ ସ୍ତ୍ରୀ ଏକ ପ୍ରକାର ନୁହଁନ୍ତି । କେବଳ ପୁରୁଷ ଧୋକା ଦିଅନ୍ତି ନାହିଁ, ସ୍ତ୍ରୀ ଲୋକ ମାନେ ବି ଧୋକା ଦିଅନ୍ତି । ମୁଁ ତୋତେ ଜଣେ ଅବିଶ୍ୱାସୀ ବଦମାସ୍ ସ୍ତ୍ରୀ ଲୋକର କାହାଣୀ ଶୁଣାଉଛି ଶୁଣ ।