ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଭିନବ ବିବାହ

କଂଚୁକ କହିଲା, “ପାହାଡ ମୁଁ ବର୍ତ୍ତମାନ ଉଠାଇ ଦେଉଛି । କିନ୍ତୁ ପ୍ରଥମ ଓ ଦ୍ୱିତୀୟ ସର୍ତ୍ତ ମୋ ପାଇଁ କଷ୍ଟକର ତଥାପି ମଧ୍ୟ ମୁଁ ତାହା ପୁରଣ କରିବାକୁ ଚେଷ୍ଟା କରିବି । ମୋ ପାଇଁ ଅପେକ୍ଷା କରିଥାଅ ।” ଏତିକି କହି ସେ ସେଠାରୁ କୁଆଡେ ଅଦୃଶ୍ୟ ହୋଇଗଲା ।

ଏକ ସପ୍ତାହ ପୁରା ହେବା ପୂର୍ବରୁ ଖବର ମିଳିଲା କି ନଦୀସ୍ରୋତରୁ ପାହାଡ ଉଠି ଯିବାରୁ ବଡ ସୁନ୍ଦର ଭାବରେ ନଦୀ ରାଜ୍ୟକୁ ପାଣି ଯୋଗାଇ ଦେଉଛି । କଂଚୁକ ଫେରି ଆସିଲା, ଦେଖାଗଲା ସେ ପତଳା ହୋଇଯାଇଛି । ସ୍ୱର୍ଣ୍ଣମୁଖୀ ତାକୁ ଦେଖି ପଚାରିଲେ “ତୁମର ଏ ଦଶା କିପରି ହେଲା? ତହୁଁ ସେ କହିଲା, “ତୁମରି ସର୍ତ୍ତ ପୁରା କରିବା ପାଇଁ ମୁଁ ମାଂସ ଭକ୍ଷଣ ଛାଡି କନ୍ଦମୁଳ ଓ ଫଳ ଖାଉଛି । କିନ୍ତୁ ମୁଁ ଦିନକୁ ଦିନ ଦୁର୍ବଳ ହୋଇ ପଡୁଛି ।” ସ୍ୱର୍ଣ୍ଣମୟୀ କଂଚୁକର କଥା ଶୁଣି ବଡ ଆଶ୍ଚର୍ଯ୍ୟ ହେଲେ । ସେ କହିଲେ, “ତୁମର ଏ ନିଷ୍ଠା ଦେଖି ମୁଁ ତୁମକୁ ପ୍ରଶଂସା ନକରି ଆଉ ରହି ପାରୁ ନାହିଁ । ମୁଁ ଏବେ କେବଳ ତୁମକୁ ହିଁ ବିବାହ କରିବି ।” ତା’ପରେ ସେ ସର୍ପଦଂଷ୍ଟ୍ର ବିଷୟରେ କହିଲେ, “ତୁମେ ପ୍ରଥମେ ସେ ଦୁଷ୍ଟକୁ ମାରି ଦିଅ । ସେ ମୋର ନିର୍ଦୋଷ ମାତାପିତାଙ୍କୁ ନେଇ କାରାଗାରରେ ରଖିଛି ।”

କଂଚୁକ କହିଲା, “ସର୍ପଦଂଷ୍ଟ୍ରକୁ ତ ମାରିବା ମୋ ପକ୍ଷେ ଅତି ସହଜ, କିନ୍ତୁ ମୁଁ ତ ତୁମ ପାଖରେ ବଚନବଦ୍ଧ । ମୁଁ ତୁମର ଦ୍ୱିତୀୟସର୍ତ୍ତ ଅନୁସାରେ ତ ହିଂସାବୃତି ପୁରାପୁରି ଛାଡି ଦେଇଛି ।” କଂଚୁକର କଥା ଶୁଣି ସ୍ୱର୍ଣ୍ଣମୁଖୀ ଆହୁରି ଆନନ୍ଦିତା ହେଲେ ।” ତା’ପରେ ସେ ସ୍ୱର୍ଣ୍ଣମୁଖି କିଛି ଚିନ୍ତା କରି କହିଲେ, “ଯେତେଦିନ ପର୍ଯ୍ୟନ୍ତ ସର୍ପଦଂଷ୍ଟ୍ର ରହିବ ଆମର ବିବାହ ହୋଇପାରିବ ନାହିଁ । ସେ ଅଧର୍ମ ବାଟରେ ଆମ ରାଜ୍ୟ ନେଇଛି, ମୋର ମାତା ପିତାଙ୍କୁ ସେ କାରାଗାରରେ ରଖିଛି ମୋତେ ଜବରଦସ୍ତ ବିବାହ କରିବାକୁ ସେ ଚାହେଁ । ଏପରି ଦୁଷ୍ଟକୁ ମାରିଲେ ତୁମର ବଚନ ଭଙ୍ଗ କେବେ ମଧ୍ୟ ହେବ ନାହିଁ ।”

କଂଚୁକ କହିଲା, “ଦୁଷ୍ଟକୁ ମାରିବା କିଛି ଖରାପ କଥା ନୁହେଁ କିନ୍ତୁ ସେ ମୋ ପ୍ରତି କିଛି ଖରାପ ବ୍ୟବହାର ନଦେଖାଇବା ସତ୍ତ୍ୱେ ତାକୁ ମୁଁ ମାରି ତୁମକୁ ବିବାହ କରିବାଟା ତ ସ୍ୱାର୍ଥପରତା ହେବ । ତେଣୁ ତୁମେ ମୋତେ କ୍ଷମା କର ।”

କଂଚୁକର ତର୍କ ଅକାଟ୍ୟ ଥିଲା । ସ୍ୱର୍ଣ୍ଣମୁଖି କିଛି ସମୟ ପର୍ଯ୍ୟନ୍ତ ଚିନ୍ତା କରି ପରେ କହିଲେ, “ଠିକ୍ ଅଛି ତେବେ ମୋତେ ଭାବିବାକୁ କିଛି ସମୟ ଦିଅ । ଏକ ସପ୍ତାହ ପରେ ଆମେ ପୁଣି ଏହି ସ୍ଥାନରେ ମିଳିତ ହେବା ।”

ସପ୍ତାହେ ପରେ ସ୍ୱର୍ଣ୍ଣମୁଖୀ ବଗିଚାରେ ଏକ ବୃକ୍ଷ ନିକଟରେ ବସି ଭାବୁଛନ୍ତି । ଠିକ୍ ଏହି ସମୟରେ ସେଠାରେ କଂଚୁକ ଆସି ପ୍ରକଟ ହେଲା ଓ କହିଲା, “ରାଜକୁମାରୀ, ତୁମେ କ’ଣ ଠିକ୍ କଲ ମୋତେ ତାହା ଶୀଘ୍ର କୁହ ।” ଠିକ୍ ସେତିକିବେଳେ ସେଠାରେ ସର୍ପଦଂଷ୍ଟ୍ର ବି ଆସି ପହଁଚିଲେ । ସେ ରାକ୍ଷସ ଓ ରାଜକୁମାରୀଙ୍କୁ ପାଖାପାଖି ବସି ଥିବାର ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇ କହିଲେ, “ଇଏ କିଏ ସେ? ତୁମେ ତା ସହିତ ଏଠାରେ ବସି କି କଥା ହଉଛ? ସେ ସହଜ ଭାବରେ କହିଲେ, “ଇଏ ମଧ୍ୟ ତୁମପରି ମୋତେ ବିବାହ କରିବାକୁ ଇଚ୍ଛୁକ । କିନ୍ତୁ ତୁମ ପରି ଜୋର୍ କରି ନୁହେଁ ବରଂ ମୋ’ଇଚ୍ଛା ଯୋଗୁଁ ।” ଏକଥା ଶୁଣିବା ମାତ୍ରେ ସର୍ପଦଂଷ୍ଟ୍ର ତଲ୍ବାର କାଢି କହିଲେ, “ରେ ନୀଚ୍ଚ ରାକ୍ଷସ, ତୋର ଏତେ ସାହସ କିପରି ହେଲା? ରହିଥା ଏବେ ତୋର ମଜାଦେଖୁଛି ।” ଏତିକି କହି ସେ ତଲ୍ବାର ଦ୍ୱାରା କଂଚୁକକୁ ଆଘାତ କଲେ । ଏପରି ପ୍ରତ୍ୟାଶିତ ଘଟଣାରେ ସେ କ୍ରୁଦ୍ଧ ହୋଇ, ତାଙ୍କ ହାତରୁ ତଲ୍ବାର ଛଡାଇ ନେଇ ଏବଂ ତାଙ୍କୁ ଶୂନ୍ୟକୁ ଉଠାଇ ନେଇ ଘୁରାଇ ଘୁରାଇ କଚାଡି ଦେଲା ।” ଏହାପରେ ସେ ସର୍ପଦଂଷ୍ଟ୍ର ତଳେ ପଡି ନିଜ ପ୍ରାଣ ତ୍ୟାଗକଲା ।

ରାଜାରାଣୀଙ୍କୁ କାରାଗାରରୁ ମୁକ୍ତ କରି ଦିଆଗଲା । କିନ୍ତୁ ସେମାନେ ତାଙ୍କ ଝିଅର ରାକ୍ଷସ ବରକଥା ଶୁଣି ବଡ ଦୁଃଖିତ ହେଲେ । ସ୍ୱର୍ଣ୍ଣମୁଖୀ କହିଲେ, “ପ୍ରକୃତରେ ତ ସର୍ପଦଂଷ୍ଟ୍ରହିଁ ରାକ୍ଷସ ଥିଲା ଆଉ ଇଏ ରାକ୍ଷସର ରୂପରେ ଏକ ମହାନ୍ ହୃଦୟବାନ୍ ମାନବ ।” ଏଥିଉତାରେ ଏକ ଶୁଭ ମୁହୂର୍ତ୍ତ ଦେଖି ସେମାନଙ୍କର ବିବାହ ହେଲା କିନ୍ତୁ ବିବାହସମୟରେ ରାଜକୁମାରୀ ଯେତେବେଳେ କଂଚୁକର ଗଳାରେ ନିଜ ବରଣ ମାଳା ଦେଲେ, ଠିକ୍ ସେହି ମୁହୂର୍ତ୍ତରେ କଂଚୁକର ସେ ରାକ୍ଷସ ରୂପ କୁଆଡେ ଗଲା । ଦେଖୁଦେଖୁ ସେ ଏକ ସୁନ୍ଦର ରାଜକୁମାରରେ ପରିଣତ ହୋଇଗଲେ । ଏହି ଅଦ୍ଭୁତ ଦୃଶ୍ୟ ଦେଖି ସମସ୍ତେ ଭାରି ଆଶ୍ଚର୍ଯ୍ୟ ହେଲେ । ସେତେବେଳେ ନବପରିଣିତ ରାଜକୁମାର କହିଲେ, “ମୁଁ ବତ୍ସଳ ରାଜ୍ୟର ଯୁବରାଜ ବିକ୍ରମସିଂହ । ଗୁରୁକୁଳରୁ ଫେରିବା ସମୟରେ ଏକ ଦେବକନ୍ୟା ମୋତେ ବିବାହ କରିବାକୁ ଚାହିଁଲେ । ମୁଁ ତାଙ୍କ ପ୍ରସ୍ତାବରେ ସ୍ୱୀକୃତି ନ ଦେବାରୁ ସେ ମୋତେ ଅଭିଶାପ ଦେଇ ରାକ୍ଷସ କରିଦେଲେ । ତା’ପରେ ମୋର ଦୁର୍ଦଶା ଦେଖି ମୋ ଉପରେ ଦୟା କରି ସେ କହିଲେ ଯେ ଯଦି କୌଣସି ରାଜକୁମାରୀ ତା’ ନିଜ ଇଚ୍ଛାରେ ମୋତେ ବିବାହ କରିବ, ତେବେଯାଇ ମୁଁ ମୋର ପୂର୍ବରୂପ ଫେରି ପାଇବି ।”

ତାଙ୍କ କଥା ଶୁଣି ରାଜା, ସମସ୍ତେ ଆନନ୍ଦରେ ବିଭୋର ହୋଇଉଠିଲେ । ବିବାହ ପରେ ବରକନ୍ୟା ବତ୍ସଳ ଦେଶକୁ ଗଲେ । ସେଠାରେ ବିକ୍ରମଙ୍କ ମାତାପିତା ବହୁଦିନୁ ବିକ୍ରମଙ୍କୁ ହରାଇ ବଡ ଦୁଃଖରେ ଥିଲେ । ଏବେ ସବୁ କଥା ଶୁଣି ପୁଅ ବୋହୁଙ୍କୁ ପାଖରେ ପାଇ ସେମାନେ ଅତ୍ୟନ୍ତ ଖୁସି ହୋଇଗଲେ ।

ଏଣିକି ସେ ଦୁଇ ରାଜ୍ୟର ରାଜା ବିକ୍ରମଙ୍କ ଶାସନରେ ପ୍ରଜାମାନେ ବଡ ଆନନ୍ଦରେ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ