ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଭିନବ ରାଜମୁକୁଟ

                ରାଜା ତତ୍କ୍ଷଣାତ୍ ନୂଆ ପୋଷାକ ଧରି ନଈ କୂଳକୁ ଗଲେ । ଅଟାଙ୍ଗ କୂଳକୁ ଯାଇ ସେସବୁ ପିନ୍ଧି ନଅରକୁ ଗଲା ।

                ବାହାଘର ହୋଇଗଲା । ତା’ପରେ ସେଠାରେ କିଛିଦିନ ରହିବା ପରେ ବୋହୁକୁ ଧରି ନିଜ ଘରକୁ ଯିବା କଥା ।

                ରାଜା ଶିଆଳକୁ ପଚାରିଲେ “ଆମ ଜୁଆଁଇଙ୍କୁ ପାଛୋଟି ନେବାକୁ କ’ଣ କେହି ଆସିବେ ନାହିଁ?”

                ଶିଆଳ କହିଲା “ଆସିବେ ନାହିଁ ମାନେ? ସେମାନେ ଆସି ନଈ ସେ ପାରିରେ ଅଛନ୍ତି । କାଳେ ବନ୍ୟା ଆସିବ ବୋଲି ମୁଁ ସେମାନଙ୍କୁ ଆସିବାକୁ ମନା କରିଛି ।”

                ନଈ ସେ ପାଖ ଦେଇ ଦଳେ ବଣିକ ଯାଉଥିଲେ । ଶିଆଳ ଆଗତୁରା ଯାଇ ସେମାନଙ୍କୁ କହିଲା, “ଡାକୁଦଳ ଆସୁଛନ୍ତି । ସାବଧାନ!”

                ବଣିକ ଦଳପତି କହିଲେ “ତାହେଲେ ଏବେ ଆମେ କ’ଣ କରିବା? ଶିଆଳ ହୋଇ ତମେ ଯଦି କଥା କହି ପାରୁଛ, ତେବେ ଆମକୁ ଏ ବିପଦରୁ ରକ୍ଷା କରିପାରିବା ଭଳି ଶକ୍ତି ବି ତମର ଅଛି ।”

                ଶିଆଳ ବତାଇ ଦେଲା “ତମେମାନେ କହିବ କି ତମେମାନେ ମହାରାଜା ଅଟାଙ୍ଗଙ୍କର ଲୋକ ।”

                ରାଜାଙ୍କ କର୍ମଚାରୀମାନଙ୍କୁ ସେ ଲୋକେ ସେଇଆ କହିଲେ । ବରକନ୍ୟାଙ୍କୁ ସେମାନଙ୍କ ହାତରେ ସମର୍ପି ଦେଇ ରାଜାଙ୍କ ଲୋକ ବାହୁଡି ଗଲେ ।

                ଶିଆଳ ଯାଇ ବଣ ଭିତରେ ପହଁଚି ରାକ୍ଷସକୁ ଭେଟିଲା । ସେତେବେଳକୁ ସେ ରାକ୍ଷସ ଆସି ବୁଢା ହେଲାଣି । ଶିଆଳ କହିଲା, “ରାଜାଙ୍କ ବିଶାଳ ସୈନ୍ୟବାହିନୀ ତମକୁ ମାରିଦେବାକୁ ଆସୁଛନ୍ତି ।”

                “ମୋର ତ ଆଉ ସେମାନଙ୍କ ସହ ଲଢିବା ପାଇଁ ବଳ ନାହିଁ!” ରାକ୍ଷସ ଆତଙ୍କିତ ହୋଇ ଏତକ କହିଲା ।

                ଶିଆଳ କହିଲା “ତେବେ ଏଇଠି କାଠଗଦା ଭିତରେ ଲୁଚି ରହ । କେହି ତୁମର କିଛି ବି କରିବେ ନାହିଁ ।”

                ପରିଶେଷରେ ସେ ରାକ୍ଷସ ସେଇଆ କଲା । ତା’ ପ୍ରାସାଦରେ ଅଟାଙ୍ଗ ଆସି ସସ୍ତ୍ରୀକ ରହିଲା । ଅଟାଙ୍ଗ ଉକ୍ତ ପ୍ରାସାଦର ଅଧିକାରୀ ହେବାରୁ ରାକ୍ଷସକୁ ରାଜା ବୋଲି ମାନୁଥିବା ସେ ଆଖପାଖର ସମସ୍ତ ଲୋକେ ତାକୁ ବି ରାଜା ରୂପେ ମାନିଲେ । ରାକ୍ଷସ ତା’ ମୃତ୍ୟୁ ଯାଏଁ ଲୁଚି ରହିଥାଏ । ଶିଆଳ ସବୁ ଖାଦ୍ୟ ଆଣି ତାକୁ ଖାଇବାକୁ ଦେଉଥାଏ ।

                କାଳକ୍ରମେ ସେ ଶିଆଳର ମୃତ୍ୟୁ ହେଲା । ଅଟାଙ୍ଗ ତା’ ଚମଡାରେ ନିଜ ଟୋପି ତିଆରିକଲା । ସେହି ଟୋପି ହେଲା ତା’ର ଓ ତା’ ଉତ୍ତରାଧିକାରୀମାନଙ୍କର ରାଜମୁକୁଟ ।


ଗପ ସାରଣୀ

ତାଲିକାଭୁକ୍ତ ଗପ