ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅମର ମଣିଷ

ସ୍କଟ୍ଲ୍ୟାଣ୍ଡର ଏକ ଦରିଦ୍ର ପରିବାରରେ କାର୍ନେଗୀ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ତୁଳା କାରଖାନାର କାରିଗର ଥିଲାବେଳେ ମାତା ଜୋତା ସିଲେଇ କରୁଥିଲେ । ପିତାମାତାଙ୍କର ଏହି ସ୍ୱଳ୍ପ ଆୟରେ ସେ ପରିବାର ବଡ କଷ୍ଟେମଷ୍ଟେ ଚଳିଯାଉଥିଲା । ସୁତରାଂ ଏଭଳି ଦାରିଦ୍ର୍ୟର କଷାଘାତରେ ସେ କାର୍ନେଗୀ ଆଉ ବେଶି ପାଠ ପଢିପାରି ନ ଥିଲେ । ତଥାପି ବି ସେ ଯେତିକି ପଢିଥିଲେ ସେହି ପାଠରେ ଟେଲିଗ୍ରାଫ୍ ଅପରେଟର୍ ଚାକିରିରେ ସେ ନିଯୁକ୍ତି ପାଇଗଲେ । ମାତ୍ର ପରବର୍ତ୍ତୀ କାଳରେ ନିଜର କଠିନ ଅଧ୍ୟବସାୟ ଓ ଇଚ୍ଛାଶକ୍ତି ବଳରେ ସେ ବିଶ୍ୱରେ ଏକ ବିଶାଳ ଷ୍ଟିଲ୍ କମ୍ପାନୀର ମାଲିକ ହୋଇଗଲେ ।

ଆମ ପୃଥିବୀରେ ତ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଅଜସ୍ର ଧନସମ୍ପତ୍ତିର ମାଲିକ ହୋଇଗଲା ପରେ ପିଲାଦିନକଥା ଓ ସମାଜର ଦଳିତ ଜନତାଙ୍କ କଥା ପୂରାପୂରି ଭୁଲି ଯାଆନ୍ତି, ଆଉ ଅୟସରେ କାଳ କାଟନ୍ତି । ମାତ୍ର କାର୍ନେଗୀ ସେପରି ନ ଥିଲେ ।

ପ୍ରଶଂସାର କଥା ହେଲା ଯେ, ସେତେବେଳେ କାର୍ନେଗୀଙ୍କର ସମସାମୟିକ ପୁଞ୍ଜିପତିମାନେ ଧନକୁ ବେପରୁଆ ଭାବରେ ଉଡାଇବାରେ ବ୍ୟସ୍ତ ଥିଲା ବେଳେ, ସେ କିନ୍ତୁ ତାଙ୍କର ଅର୍ଦ୍ଧାଧିକ ସମ୍ପତ୍ତି ଇଂଲଣ୍ଡ, ଆମେରିକା, ୟୁରୋପ ଏବଂ ଅଷ୍ଟ୍ରେଲିଆ ଆଦି ଦେଶରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏବଂ ପ୍ରକାଣ୍ଡ ପୁସ୍ତକାଳୟମାନ ସ୍ଥାପନରେ ବ୍ୟୟ କରି ଦେଇଥିଲେ । ସେ ନିଜେ ତାଙ୍କ ପିଲାଦିନେ ଆର୍ଥିକ ଅନଟନ ହେତୁ ପାଠ ପଢିବାରେ ଘୋର ଅସୁବିଧା ଭୋଗ କରିଥିବାରୁ ସେହି ବିଶ୍ୱବିଦ୍ୟାଳୟମାନଙ୍କରେ ଗରିବ ପିଲାଙ୍କ ପାଠପଢାପାଇଁ ବିଶେଷ ବ୍ୟବସ୍ଥା କରିଦେଇଥିଲେ କାର୍ନେଗୀ । ସେ ସବୁବେଳେ ଚାହୁଁଥିଲେ ପାଠ ପଢିବାକୁ ଚାହୁଁଥିବା ଗରିବ ପିଲାଟିଏ କେବେହେଲେ ବି ନିରକ୍ଷର ନ ରହୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ