ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅମାନିଆ ଛୁଆ

       ତେଣେ ତା’ର ମାଆ ଛୁଆ ପାଇଁ ଭଲ ଭଲ ଖାଦ୍ୟ ନେଇ ଘରକୁ ଫେରିଲା । ଘରେ ଛୁଆକୁ ନ ଦେଖି ଖାଦ୍ୟଦ୍ରବ୍ୟକୁ ଫିଙ୍ଗି ଦେଇ ଦୌଡିଲା ଛୁଆକୁ ଖୋଜିବା ପାଇଁ । ହେଲେ ତାକୁ ପାଇବ କେଉଁଠୁ ଆଉ ସନ୍ଧାନ ଦେବ କିଏ? ରାତି ଆସି ହେଲାଣି, ଛୁଆ ଘରକୁ ଫେରିନି କି ମାଆ ବାୟାଣୀ ଭଳି ବୁଲୁଛି ସିନା ପାଉନି । ମନେ ମନେ ଭାବିଲା କୌଣସି ହିଂସ୍ର ଜନ୍ତୁ ପେଟରେ ବୋଧେ ଆହାର ହୋଇଯିବଣି?

       ଠିକ୍ ଏତିକିବେଳେ ହରିଣଛୁଆ ପଡିଥିବା ଗାତବାଟ ଦେଇ ହାତୀଟିଏ ଯାଉଥିଲା । ଛୁଆର କାନ୍ଦଣା ଶୁଣି ହାତୀର ଦୟା ହେଲା । ସତେଯେମିତି ଅରକ୍ଷିତକୁ ଦଇବ ସାହା । ସେ ତକ୍ଷଣାତ୍ ହରିଣ ଛୁଆକୁ ତା’ର ଶୁଣ୍ଢରେ ଗାତ ଭିତରୁ ଉଠାଇ ଆଣିଲା । ହରିଣଛୁଆଠୁ ତା’ର ଘର ଠିକଣା ପଚାରି ତା’ର ଘରେ ନେଇ ଛାଡି ଆସିଲା ହାତୀ ।

       ହରିଣୀକୁ ହାତୀ ସବୁକଥା କହିଦେଲା । ତହୁଁ ହରିଣୀ ହାତୀକୁ ଅଶେଷ ଧନ୍ୟବାଦ ଦେଲା ଓ କୃତଜ୍ଞତା ଜଣାଇଲା । ଏବେ ତା’ର ଛୁଆକୁ କହିଲା, “ଚଗଲା ! ଦେଖିଲୁ ତ ଗୁରୁଜନଙ୍କ କଥା ନମାନିବାରୁ କେତେ ଦୁଃଖ ପାଇଲୁ । ତୁ ଆଉ କେବେ ଦୁଷ୍ଟ ହେବୁନି ।” ସେହିଦିନଠୁ ହରିଣଛୁଆ ଗୁରୁଜନଙ୍କ କଥାମାନି ଚଳିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ