ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅମୂଲ୍ୟ ଉପଦେଶ

ଥରେ ଦଳେ ଯାତ୍ରୀ କୌଣସି ଏକ ସ୍ଥାନକୁ ଯାତ୍ରା କରୁଥାନ୍ତି । ବାଟରେ ଯାଉ ଯାଉ ସେମାନେ ଦେଖିଲେ ଜଣେ ସ୍ତ୍ରୀ ଲୋକ ଅତି ବିକଳରେ କାନ୍ଦୁଛି । ସେହି ସ୍ଥାନଟି ଏକ ପାହାଡ ତଳି ଅଂଚଳ ଥିଲା । ସେଠାରେ ଏକ କବର ନିର୍ମିତ ହୋଇଥିଲା । ତାକୁ ପଚାରିବାରୁ ଜଣାଗଣା ଯେ, ସେହିଠାରେ ସେ ସ୍ତ୍ରୀଲୋକର ଶ୍ୱଶୁର ଓ ତାର ପୁଅକୁ ବାଘ ମାରି ଖାଇ ଦେଇଛି । ସେମାନଙ୍କ ସ୍ମୃତି ଉଦ୍ଧେଶ୍ୟରେ ସେଠାରେ କବର ନିର୍ମାଣ କରାଯାଇଛି ଓ ସ୍ତ୍ରୀଲୋକଟି ସେହି ପୂର୍ବ ଘଟଣାବଳିକୁ ମନେ ପକାଇ ବେଳେବେଳେ ଏଭଳି କାନ୍ଦୁଛି ।

                ସ୍ତ୍ରୀଲୋକଠାରୁ ସମସ୍ତ କଥା ଶୁଣିସାରିଲା ପରେ ସେହି ଯାତ୍ରୀଦଳର ଦଳପତି ପଚାରିଲେ, “ଆଚ୍ଛା ଭଉଣୀ! ତୁମେ ଏଠାରେ ଏତେ ସରି ହେଲା ପରେ ମଧ୍ୟ ଏ ସ୍ଥାନ ଛାଡି ଚାଲି ଯାଉ ନାହଁ କାହିଁକି? ଭବିଷ୍ୟତରେ ଏଠାରେ ପୂର୍ବ ଭଳି ଅଘଟଣ ଯେ ପୁଣି ନ ଘଟିବ ସେକଥା କିଏ ବା କହିବ?”

                ଏଭଳି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ସ୍ତ୍ରୀଲୋକ ଜଣକ କହିଲା, “ଏଠାରେ ବାଘ ଘୋଷରା ଅଛି ପଛେ ମାତ୍ର ଶାସକ ଘୋଷରା ତ ନାହିଁ । ତେଣୁ ମୁଁ ଏ ସ୍ଥାନ ଛାଡି ଅନ୍ୟତ୍ର ଚାଲିଯିବାକୁ ଆଦୌ ଇଚ୍ଛା କରୁ ନାହିଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ