ମୋର ଶସ୍ତ୍ର ବିଦ୍ୟା ଶିକ୍ଷା କ’ଣ ଶେଷ ହୋଇଗଲା? କ’ଣ ଆଉ କିଛି ଶିକ୍ଷାଲାଭ କରିବାକୁ ନାହିଁ? ମହର୍ଷି କିଛି ସମୟ ଚିନ୍ତାକରି କହିଲେ ଯଦି ଆଉ କିଛି ଶିକ୍ଷାଲାଭ କରିବାକୁ ଇଚ୍ଛୁକ ତେବେ ହିମାଳୟ ଯାଇ ସେଠାରେ ତପସ୍ୟାକରି ଭଗବାନ ଶଙ୍କରଙ୍କୁ ପ୍ରସନ୍ନ କରାଇପାରିଲେ ତୁମେ ଅଜେୟ ହୋଇପାରିବ । ଶ୍ରେଷ୍ଠ ଯୋଦ୍ଧା ହେବାର ଉଚ୍ଚାକାଂକ୍ଷ୍ୟାକୁ ସାକାର କରିବା ନିମିତ ରାମ ହିମାଳୟର ଗନ୍ଧମାର୍ଦ୍ଧନ ପର୍ବତକୁ ଚାଲିଲେ । ରାମ ସେଠାରେ କଠୋରତପସ୍ୟା କଲେ । ଦେବଦେବ ଈଶ୍ୱର ତପସ୍ୟାରେ ପ୍ରସନ୍ନହୋଇ ବର ଯାଚଜ୍ଞା କଲେ । ରାମ ପ୍ରଣାମ କରି କହିଲେ ମୋର ମନରେ ଅଜେୟ ବୀର ହେବାର ବାସନା ଜାଗିଛି ପ୍ରଭୁ ! ଏହାକୁ ସଫଳ କରିବାକୁ ଆପଣ ମୋତେ ଶାସ୍ତ୍ରଜ୍ଞାନ ଦିଅନ୍ତୁ । ଭଗବାନ ଶଙ୍କର ତଥାସ୍ତୁ କହିଲେ । ଏହାପରେ ରାମ ଶୀଘ୍ର ସମସ୍ତ ଶସ୍ତ୍ରବିଦ୍ୟା ଶିଖିଗଲେ । ବିଦ୍ୟା ସମାପ୍ତି ହେବାପରେ ଦିନେ ଭଗବାନ ଶଙ୍କର ଆର୍ବିଭୂତ ହୋଇ ରାମଙ୍କୁ ଏକ ଭୟଙ୍କର ଦେଖାଯାଉଥିବା ଓ ଭାରୀ ପରଶୁ ପ୍ରଦାନ କଲେ । ଆଶୀର୍ବାଦ ଦେଇ ଈଶ୍ୱର କହିଲେ ରାମ ! ଏହି ପରଶୁ ତୁମକୁ ଅଜେୟ କରିଦେବ । ଏହି ପରଶୁର ଖ୍ୟାତି ବଳରେ ଧୀରେଧୀରେ ରାମଙ୍କ ନାମ ପରଶୁରାମ ହୋଇଗଲା ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ କିଛିଟି ସତ୍ୟତା ଥାଇ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଉପରଲିଖିତ ପୌରାଣିକ କାହାଣୀଟିକୁ ଅନେକ ହିନ୍ଦୁ ଧର୍ମାମ୍ବଲମ୍ବୀମାନେ ସତ୍ୟ ମନେକରନ୍ତି । କାହାଣୀଟିର ଅନେକ ରୂପାନ୍ତର ଥିଲେ ମଧ୍ୟ ସବୁ ରୂପାନ୍ତରରେ ପର୍ଶୁରାମ ନିଜ ମାତାକୁ ହତ୍ୟା କରିଥିବା କଥା ଲିଖିତ ହୋଇଛି । ପର୍ଶୁରାମଙ୍କ ପିତା ଋଷି ଜମଦଗ୍ନିଙ୍କର ତାଙ୍କ ପତ୍ନୀଙ୍କ ଚରିତ୍ରରେ ସନ୍ଦେହ ହବାରୁ ପାଂଚଜଣ ପୁତ୍ରଙ୍କୁ ରେଣୁକା ଦେବୀଙ୍କୁ ମାରିବା ପାଇଁ ଆଦେଶ ଦେଇଥିଲେ, କିନ୍ତୁ ପାଂଚଜଣ ପୁତ୍ରଙ୍କ ମଧ୍ୟରୁ ଚାରିଜଣ ମାତୃଙ୍କୁ ହତ୍ୟା କରିବା ପାଇଁ ମନା କରିଦେଇଥିଲେ; କିନ୍ତୁ କନିଷ୍ଠ ପୁତ୍ର ପର୍ଶୁରାମ ଋଷି ଜମଦଗ୍ନିଙ୍କର କଥାମାନି ମାତୃହନ୍ତା ହୋଇଥିଲେ । କାହାଣୀଟି ଶିକ୍ଷ୍ୟା ଉଦ୍ଧେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ଶିକ୍ଷା କମ୍ ମିଥ୍ୟାକୁ ଅଧିକ ପ୍ରତିପାଦିତ କରୁଛି ତେଣୁ କାହାଣୀଟିକୁ ଅନ୍ଧ ଭାବରେ ବିଶ୍ୱାସ ନକରି ନିଜ ତର୍କ ବିଚାର ଦ୍ୱାରା ଗ୍ରହଣ କରିବା ଉଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।