ଏସବୁ ଦେଖି ସେ ବାମନ ଦମ୍ପତିଙ୍କ ମନ ଖୁବ୍ ଆନନ୍ଦରେ ପୁରି ଉଠିଲା । ଧିରେ ଧିରେ ସେ ପୁଅଟି ବଡ ହେଲା । ଭଲ ପଢିଲା ଓ ଭଲ ଚାକିରୀ ମଧ୍ୟ ସେ କଲା । ଦିନେ ଛୁଟିରେ ନିଜ ବନ୍ଧୁମାନଙ୍କ ସହିତ ସେ ପୁଅଟି ତା ଘରକୁ ବୁଲିବାକୁ ଆସିଲା । ତାର ବନ୍ଧୁମାନେ ମଧ୍ୟ ଖୁବ୍ ଡେଙ୍ଗା ଓ ସୁନ୍ଦର ଥିଲେ । ଏହି କାରଣରୁ ସେମାନେ ଏ ବାମନ ଦମ୍ପତିଙ୍କୁ ଅତି କୌତୁହଳରେ ଦେଖିଲେ । ସେମାନଙ୍କୁ ବି ଏସବୁ ଅତି ବିଚିତ୍ର ଲାଗିଲା । ଦିନେ ସେମାନେ ସମସ୍ତେ ମିଶି ଏକ ଯୋଜନା ପ୍ରସ୍ତୁତ କଲେ ।
ପୁଅ ଘରେ ନଥିଲା ବେଳେ, ପୁଅର ସାଙ୍ଗମାନେ ତାଘରକୁ ଆସି ବୃଦ୍ଧ ବାମନ ଦମ୍ପତିଙ୍କୁ ଟେବୁଲ୍ ଉପରେ ଛିଡାହୋଇ ବାଜାର ତାଳେ ତାଳେ ନାଚିବାକୁ ଖୁବ୍ ଅନୁରୋଧ କଲେ । ଦୁଃଖ ଓ ଅପମାନ ଜର୍ଜରିତ ଦମ୍ପତି ମନା କରିବାରୁ, ସେମାନେ ଜୋର ଜବରଦସ୍ତି ଟେବୁଲ୍ ଉପରକୁ ଟେକିଦେଇ ରୁକ୍ଷ ସ୍ୱରରେ କହିଲେ ନାଚ । ନିରାଶ୍ରୟ ଓ ଉପାୟହୀନ ବୃଦ୍ଧ ଦମ୍ପତି ଶେଷରେ ସେମାନଙ୍କ ଆଦେଶ ମାନିବାକୁ ହିଁ ବାଧ୍ୟ ହେଲେ ।
ଠିକ୍ ଏହି ସମୟରେ ସେହି ବୃଦ୍ଧ ବାମନ ଦମ୍ପତିଙ୍କ ପୁଅ ଆସି ସେଠାରେ ପହଁଚିଗଲା । ପୁଅକୁ ଦେଖି ସେ ବାମନ ଦମ୍ପତି ବହୁତ ଖୁସି ହୋଇଗଲେ । କିନ୍ତୁ ଏ କ’ଣ ପୁଅ ବି ତା ସାଙ୍ଗମାନଙ୍କ ସହିତ ମିଶି ବଜାଇଲା । ନାଚ ସରିବା ପରେ, ପୁଅ ସେମାନଙ୍କୁ ତଥା ତା ମାତା ପିତାଙ୍କୁ ଟେବୁଲ୍ ଉପରୁ ତଳକୁ ଓହ୍ଲାଇ ଦେଇ ତା ସାଙ୍ଗମାନଙ୍କ ପାଇଁ ନାଚି ଥିବାରୁ ଅଶେଷ ଧନ୍ୟବାଦ ଦେଲା ।
କାହାକୁ କିଛି ନ କହି ସେଦିନ ସେ ବୃଦ୍ଧ ଦମ୍ପତି ସେମାନଙ୍କ ଶୋଇବା ଘରକୁ ଚାଲିଗଲେ । ସେହି ରାତ୍ରିରେ ହିଁ ସେମାନେ ଆତ୍ମହତ୍ୟା କଲେ । ନିଜ ଡାଇରୀରେ ଶେଷ ଲେଖା ଥିଲା, ଆମର ବାମନ ପୁଅଟାଏ ହୋଇଥାନ୍ତା କି?