ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଳପ ହେଲେ ବି ଖୋଲା ମନରେ ଦାନ କର

ତହୁଁ ସେ କୁନି ପିଲାଟି କହିଲା, “ଖବରକାଗଜରେ ଚିନି ପାଇଁ ଆପଣଙ୍କ ନିବେଦନ ପଢିବା ପରେ ମୁଁ ମୋର ଚିନି ଖାଇବା ଖର୍ଚ୍ଚ ବନ୍ଦ କରିଦେଇ ସପ୍ତାହରେ ଏତକ ବଳକା କରି ଆପଣଙ୍କ ପାଖକୁ ନେଇ ଆସିଛି । ଏଇ ଅଳ୍ପ ଚିନି ଆପଣଙ୍କର କୌଣସି କାର୍ଯ୍ୟରେ ଲାଗିପାରିବ ତ? ମୁଁ ଆଉ ବେଶି ଦେଇ ପାରିବି ନାହିଁ ।”

ସେହି କୁନି ପିଲାଟି ମୁହଁରୁ ଏକଥା ଶୁଣିସାରିଲା ପରେ ମାଆ ଟେରେସା ତାକୁ କୁଣ୍ଢେଇ ପକାଇଲେ । ତାକୁ ଅନେକ ଆଶୀର୍ବାଦ ଦେଇ ମାଆ କହିଲେ, “ସେତୁବନ୍ଧ ପ୍ରତିଷ୍ଠାବେଳେ ଗୁଣ୍ଡୁଚିମୂଷା ଦେହରେ ବାଲି ନେଇ ଝାଡିଲା ଭଳି ପିଲାଟିର ଏଇ କିଂଚିତ ଦାନ ମାଆଙ୍କ ପାଇଁ ସୁମହତ ହୋଇଗଲା ।”

ତହୁଁ ମାଆ ପୁନଶ୍ଚ କହିଲେ, “ଏଇ କପ୍ଟିରେ ଚିନି ଭର୍ତ୍ତି ହୋଇ ନାହିଁ ଯେ, ଏହା ତୁମର ପ୍ରେମରେ ଭର୍ତ୍ତି ହୋଇଯାଇଛି । ମୋ’ ପାଇଁ ତୁମ ପ୍ରେମର ମୂଲ୍ୟ ଏକ ଲକ୍ଷ ଟଙ୍କା ସହିତ ସମାନ ।” ଏହା କହି ମଦର ଟେରେସା ପିଲାଟି ହାତରୁ ଚିନି କପ୍ଟିକୁ ଅତି ଆଦରରେ ଗ୍ରହଣ କଲେ ।

ମଦର ଟେରେସାଙ୍କ ଜୀବନରେ ଆଉ ଏକ ଘଟଣା । ସେତେବେଳେ ସେ କଲିକତାର ଲୋୟର ସର୍କୁଲାର ରୋଡ୍ର ଗୋଟିଏ ଘରେ ରହୁଥିଲେ । ସେହି ଘରକୁ ଲୋକମାନେ ମଦର୍ସ ହୋମ୍ ବୋଲି କହୁଥିଲେ । ଦିନେ ମାଆଙ୍କୁ ସାକ୍ଷାତ୍ କରିବା ପାଇଁ ଜଣେ ଭିକାରି ଆସି ତାଙ୍କ ଦୁଆରେ ଘଂଟି ବଜାଇଲା । ମାଆ ଆସିବାର ଦେଖି ସେ ଭିକାରୀ ଜଣକ ନିଜ ଛିଣ୍ଡାଲୁଗାର କାନିକୁ ଫିଟାଇ କହିଲା, “ମୁଁ ଆଜି ଭିକ୍ଷା ମାଗି ଏତିକି ସଂଗ୍ରହ କରିଛି । ଆଉ ଏଇତକ ଆପଣଙ୍କ ଅନୁଷ୍ଠାନ ମାଧ୍ୟମରେ ମୁଁ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଛି । ଆପଣ ଦୟାକରି ଏହି ସ୍ୱଳ୍ପ ଦାନ ଗ୍ରହଣ କରନ୍ତୁ ।”

ଭିକାରିଠାରୁ ଏଭଳି କଥା ଶୁଣି ମା’ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ମନରେ ଭାବିଲେ ଦାନ ଗ୍ରହଣ ନ କଲେ ବିଚରା ମନଦୁଃଖ କରିବ, ତେଣେ ଗ୍ରହଣ କରିନେଲେ ବିଚରା ଆଜି ଉପବାସ ରହିଯିବ । ସେତେବେଳେ ଏଭଳି ଅନେକ ଚିନ୍ତା ମା’ଙ୍କର ମୁଣ୍ଡଙ୍କୁ ଆସିଲା  । ଶେଷରେ ଭିକାରିଟିର ମହାନତା ପ୍ରତିପାଦନ ଲାଗି ମା’ ତାଙ୍କ ଠାରୁ ଦାନ ଗ୍ରହଣ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ