ଏଥର ସେ ବାପା ପୁଅଙ୍କ ମିଳିତ ଉଦ୍ୟମରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ଏଥିପାଇଁ ଲୋକବଳ କି ଅର୍ଥବଳର ତ କୌଣସି ଅଭାବ ନ ଥିଲା । ମାତ୍ର କାର୍ଯ୍ୟ କିଛିଦିନ ଚାଲିଲା ପରେ ସେଠାରେ ଏକ ଦୁର୍ଘଟଣା ଘଟିଲା । ସେଥିରେ ରେବ୍ଲିଂଙ୍କର ଶୋଚନୀୟ ମୃତ୍ୟୁ ଘଟିଲା ଓ ତାଙ୍କ ପୁଅ ୱାଶିଂଟନ୍ର ମସ୍ତିଷ୍କର ଗୋଟିଏ ପାଖ ନଷ୍ଟ ହୋଇଗଲା । ଫଳରେ ସେ ତାଙ୍କ ବାକ୍ଶକ୍ତି ହରାଇ ବସିଲେ ଓ ଚଳତ୍ଶକ୍ତିହୀନ ହୋଇଗଲେ ।
ଏସବୁ ଘଟଣା ଦେଖି ଲୋକମାନେ ଏବେ କୁହାକୁହି ହେଲେ ଯେ, ବାପପୁଅଙ୍କର ଏଭଳି ଏକ ଦୁଃସାହସିକ ଚିନ୍ତାଧାରା କେବଳ ତାଙ୍କର ବୋକାମି ଛଡା ଆଉ କିଛି ବି ନଥିଲା । ତଥାପ ମଧ୍ୟ ୱାଶିଂଟନ୍ ତାଙ୍କର ଅର୍କମଣ୍ୟ ଅବସ୍ଥାରେ ପୋଲ ତିଆରି ଆଶା ମନରୁ ଯମା ପୋଛି ନଥିଲେ ।
ଦିନକର କଥା । ୱାଶିଂଟନ୍ ନିର୍ବେଦ ଭାବରେ ଖଟରେ ଶୋଇ ବାହାରକୁ ଚାହିଁଥାନ୍ତି । ଝରକା ବାଟ ଦେଇ ନିର୍ମଳ ଆକାଶ, ନରମ ଖରା ଓ ସୁଲୁସୁଲିଆ ପବନକୁ ସେ ଉପଭୋଗ କରୁଥାନ୍ତି । ଏହି ସମୟରେ ହଠାତ୍ ତାଙ୍କର ମନରେ ସୃଷ୍ଟି ହେଲା ଭାବନା, ଯେମିତି ହେଲେ ବି ସେ ପୋଲ କାର୍ଯ୍ୟ ସଂପୂର୍ଣ୍ଣ କରିବେ । ସେ ଗୋଟିଏ ସୂତ୍ର ବି ପାଇଗଲେ । ସେତେବେଳକୁ ତ ତାଙ୍କର ଗୋଟିଏ ମାତ୍ର ହସ୍ତ ଅଙ୍ଗୁଳି କାର୍ଯ୍ୟକ୍ଷମ ଥିଲା । ତେଣୁ ସେ ତାଙ୍କର ପତ୍ନୀଙ୍କ ବାହୁରେ ଟିପ ମାରି ନିଜର ମନଭାବନାକୁ ବ୍ୟକ୍ତ କଲେ ।
ଏଥର ୱାଶିଂଟନ୍ ତାଙ୍କର ସ୍ତ୍ରୀଙ୍କ ଜରିଆରେ ପୁଣି ଆଉଥରେ ସମସ୍ତଙ୍କୁ ଏକାଠି କରି କାମ ଆରମ୍ଭ କରିଦେଲେ । ତା’ର ଠିକ୍ ତେରବର୍ଷ ପରେ ସେହି ପୋଲ କାର୍ଯ୍ୟ ସମାପ୍ତ ହୋଇଗଲା । ଏହା କିଛି କମ୍ ବଡ କଥା ନଥିଲା । ଏହା କେବଳ ଦୃଢ ଇଚ୍ଛାଶକ୍ତି ଓ ସଂକଳ୍ପ ବଳରେ ହିଁ ହୋଇପାରିଥିଲା ।
ସୁତରାଂ କଥାରେ ପରା ଅଛି –
“କାର୍ଯ୍ୟ ଅସମ୍ଭବ ଜଣା ପଡିଲେ ବି ଅବଶ୍ୟ ସମ୍ଭବ ହୋଇବ ଦିନେ
ଏଥିପାଇଁ ଲୋଡା ଇଚ୍ଛାଶକ୍ତି ଆଉ ରହିଥିଲେ ଦୃଢ ସଂକଳ୍ପ ମନେ ।”