ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅସଲ ଆତସବାଜି

                ତା’ପରେ ସେମାନଙ୍କ ଜେଜେବାପା ପଚାରିଲେ “ଠିକ୍ ଅଛି, ତୁମ୍ଭେମାନେ ଜାଣ ଦୀପାବଳିରେ କାହିଁକି ବାଣ ଫୁଟାଯାଏ?”

                ତହୁଁ ସେ ପିଲାମାନେ କହିଲେ “ବାଣ ଫୁଟାଇଲେ ମନ ଖୁସି ହୁଏ । ଆମେ ଯେତେବେଳେ ଆମ ଟିଭିରେ ଦେଖିଲୁ ଯେ, ଆମର ଦଳ ବିଶ୍ୱକପ୍ ଜିତିଲା, ସେତେବେଳେ ମଧ୍ୟ ଲୋକେ ବାଣ ଫୁଟାଇଥିଲେ । ଆମେ ନିର୍ବାଚନ ପରେ ମଧ୍ୟ ଟିଭିରେ ଏହି ଉତ୍ସବ ପାଳନ ଅବସରରେ ବାଣ ଫୁଟାଯିବାର ଦେଖିଛୁ । ଅତଏବ ଯେତେବେଳେ ଲୋକେ ଆନନ୍ଦିତ ହଅନ୍ତି ସେମାନେ ଉଲ୍ଲସିତ ହୋଇ ବାଣ ଫୁଟାନ୍ତି । ଠିକ୍ କହିଲି ନା?”

                “କାହିଁକି ଆମ ବାପା ଏ ପର୍ଯ୍ୟନ୍ତ ଆମକୁ ବାଣ କିଣି ଦେଉନାହାଁନ୍ତି?” ଚେତନ ସମ୍ଭାଳି ନ ପାରି ତା’ ଜେଜେବାପାଙ୍କୁ ଏହା ପଚାରିଲା ।

                “ମୁଁ ତ ଏବେ ସେ ବିଷୟରେ ହିଁ କହୁଛି । ସୂର୍ଯ୍ୟ ଏବଂ ତା’ର ସାଂଗମାନେ ବାସୁର ଘରେ ବାଣ ତିଆରି କରୁଥିଲେ । ସେମାନେ ଲୁଚେଇ ଲୁଚେଇ ବାଣ ତିଆରି କରୁଥିଲେ । ସେମାନେ କୋଇଲାଗୁଣ୍ଡ, ସଲ୍ଫର ଏବଂ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟକୁ ଏକାଠି ମିଶାଇ ଗୁଡାଇ ବାଣ ତିଆରି କରୁଥିଲେ । ସେମାନଙ୍କୁ ବାଣ ଗୁଡାଇବା ପାଇଁ ଅଧିକ କାଗଜ ଦରକାର ଥିଲା । ତେଣୁ ସେମାନେ ବାଣ ତିଆରି ଜିନିଷ ସବୁ ଲୁଚାଇ ରଖିଦେଲେ ଏବଂ ପରଦିନ ସେ ସବୁ ଗୁଡାଇ କାମ ଶେଷ କରିବାକୁ ମନସ୍ଥ କଲେ ।

                ସେହି ଦିନ ରାତିରେ ସୂର୍ଯ୍ୟର ପଡୋଶୀ ସହରରୁ କିଣି ଆଣିଥିବା ବାଣ ଫୁଟାଉଥିଲେ । ସେମାନେ ଯେତେବେଳେ ରକେଟ୍ ବାଣ ଛାଡିଲେ ତାହା ଆକାଶକୁ ଉଡିଗଲା ଏବଂ ତା’ପରେ ବାସୁର ଘର ଉପରେ ଖସି ପଡିଲା । ଏହା ଚାଳ ଘର ଥିଲା । ତେଣୁ ଖୁବ୍ ସହଜରେ ନିଆଁ ଲାଗିଗଲା । ଘର ଭିତରେ ଥିବା ରାସାୟନିକ ଦ୍ରବ୍ୟ ଖୁବ୍ ଶୀଘ୍ର ନିଆଁ ଧରିଦେଲା । ସେ ଘର ଭିତରେ ଥିବା ସତୁରୀ ବର୍ଷ ବୟସ୍କ ଅନ୍ଧ ବୃଦ୍ଧ ବାସୁର ଜେଜେବାପା ସୁରକ୍ଷିତ ଭାବରେ ଘରୁ ବାହାରି ପାରିଲେ ନାହିଁ ।

                ସୂର୍ଯ୍ୟ ସେହି ଘଟଣା ଘଟିବା ପରଠାରୁ ବାଣ ଫୁଟାଇବା କଥା ଶୁଣିଲେ ଆତଙ୍କିତ ହୋଇପଡେ । ସେମାନଙ୍କର ବୋକମୀ ଯୋଗୁଁ ବାସୁର ଜେଜେବାପା ମୃତ୍ୟୁବରଣ କଲେ । ଏଥିପାଇଁ ସେମାନେ ଭାରି ମନ ଦୁଃଖ କରନ୍ତି । ବାସୁ ମଧ୍ୟ ସେହିଦିନଠାରୁ ସୂର୍ଯ୍ୟ ପରି ବାଣ ଫୁଟାଇବା ଛାଡିଦେଲେ । ସେମାନେ କଣ କରିଥିଲେ କେବଳ ସେମାନେ ହିଁ ଜାଣିଥିଲେ । ବଡ ଲୋକମାନଙ୍କଠାରୁ କିଛି ଜିନିଷ ଗୋପନ ରଖିବା କେତେ ଯେ ଭୟଙ୍କର ହୋଇପାରେ ତାହା ସେମାନେ ହୃଦୟଙ୍ଗମ କଲେ । ସେହି ଦିନଠାରୁ ସେମାନେ ସମସ୍ତ ଦୁଷ୍ଟାମୀ କରିବା ବନ୍ଦ କରିଦେଲେ ।

                ଏହି ଘଟଣା ଘଟିବାର କିଛି ଦିନ ପରେ ବାସୁ ନିଜ ଭିତରେ ଏ କଥା ଆଉ ଲୁଚାଇ ରଖିପାରିଲା ନାହିଁ । ସେ ଦିନେ ସବୁକଥା ତା’ବାପାଙ୍କୁ କହିଲା । ସେ ସେସବୁ କଥା ବର୍ଣ୍ଣନା କରି ଖାଲି ଭୋ ଭୋ ହୋଇ କାନ୍ଦିଲା । ସେହି ଦିନଠାରୁ ସେମାନେ କେବେ ବି ଦୀପାବଳିରେ ବାଣ ଫୁଟାନ୍ତି ନାହିଁ । ମୁଁ ନିଶ୍ଚିତ ଯେ ତୁମ୍ଭେମାନେ ବୁଦ୍ଧିଆ ପିଲା ଜାଣିପାରୁଥିବ ଯେ ସେହି ବାସୁ ହେଉଛନ୍ତି ତୁମର ବାପା ବାସୁଦେବ ରାଓ । ମୋର ଆଶା ତୁମ୍ଭେମାନେ ବାଣ କେତେ ଯେ ବିପଦଜନକ ହୋଇପାରେ ସେ କଥା ଅନୁଭବ କରିସାରିଥିବ ।

                ସେମାନେ କଥାବାର୍ତ୍ତା ହେବା ସମୟରେ ଗୋଟେ ଗାଡି ଏକ ଖୋଲା ନାଳ ପାଖରେ ପହଁଚିଲା । ମାଧବ କାର୍ ଡ୍ରାଇଭର ଗୋପୀକୁ କହିଲେ ସେ ଗାଡିରୁ ଓହ୍ଲାଇ ଯାଉ ଏବଂ ପିଲାମାନଙ୍କୁ ଓହ୍ଲାଇବାରେ ସାହାଯ୍ୟ କରୁ । ସେମାନଙ୍କୁ ନିକଟରେ ଥିବା ଏକ ଗଛମୂଳକୁ ନେଇଗଲେ ଏବଂ ପାଟି କରି ଡାକିଲେ, “ନର୍ସିମା, ନାରାୟଣୀ, ବାହାରକୁ ଆସ । ସମସ୍ତେ ଏଠାକୁ ଆସ!”


ଗପ ସାରଣୀ

ତାଲିକାଭୁକ୍ତ ଗପ