ବାହାଦୁର ନାମରେ ଚାକରଟିଏ ରଙ୍ଗପୁର ଜମିଦାରଙ୍କ ପାଖରେ ଥାଏ । ତା’ର କାମ ହେଲା କଚେରୀ ଘରର କାନ୍ଥ, ଚୌକି, ଇତ୍ୟାଦି ଭଲ ଭାବରେ ସଫା କରିବା । ବାହାଦୁର ସେସବୁ ସଫା କରେ, ହେଲେ ବାବୁଙ୍କର ରୂପା ପାନବଟାଟି ବେଶି ସୁନ୍ଦର କରି ସେ ପରିଷ୍କାର କରେ । ବସିବସି ତାକୁ ମାଜି ସେ ଚକ୍ ଚକ୍ କରେ ।
ଏସବୁ କଥା ଦେଖି ଦେଖି ଦିନେ ମାଲିକ କହିଲେ, “ବାହାଦୁର, ଆଜିକାଲି ତୁ ବଡ ଅଳସୁଆ ହେଲୁଣି । କଚେରୀ ଘରର ଆସବାବପତ୍ର ଓ କାନ୍ଥ, ଛାତ ଆଦୌ ଭଲ କରି ପରିଷ୍କାର କରୁନାହଁ, ଅଥଚ ପାନବଟାଟି ତ ବଡ ସୁନ୍ଦର ଭାବରେ ପରିଷ୍କାର କରି ରଖିଛୁ । କଥା କ’ଣ?”
ତା’ପରେ ସେ ବାହାଦୁର କହିଲା “ମାଲିକ, ଅସଲ କଥା କ’ଣ କି? ଆପଣଙ୍କ ପାନବଟାରେ ଯେଉଁ ବାସନା ପାନଖିଲ ଥାଏ, ସେଥିରୁ ମୁଁ ମଧ୍ୟ କିଛି କାଢି ନିଏ । ସେଇଥିପାଇଁ ମୁଁ ସେଇଟିକୁ ଭଲ ଭାବରେ ପରିଷ୍କାର କରିବା ପାଇଁ ମନଯୋଗ ସହକାରେ କାମ କରେ । କଚେରୀ ଘର ପରିଷ୍କାର ପାଇଁ ଏତେ ମନଯୋଗ ଦେଇ କରିପାରେ ନାହିଁ ।”
ଜମିଦାର ଅସଲ କଥା ବୁଝିବା ପରେ କହିଲେ “ଓ ତେବେ ଏପରି କଥା? ଆଚ୍ଛା ଏଣିକି ପାନବଟାକୁ ପରିଷ୍କାର କରିବା କାମରୁ ମୁଁ ତତେ ମୁକ୍ତି ଦେଲି ।”