ଠିକ୍ ଏତିକିବେଳେ ସେ ଶ୍ରମିକମାନଙ୍କ ଭିତରେ ଲେନିନ୍ଙ୍କୁ ଦେଖି ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିଗଣ ମଧ୍ୟ ଆହୁରି ଅଧିକ ଆଶ୍ଚର୍ଯ୍ୟ ହୋଇଗଲେ ।
ଏହା ଦେଖି ସେଠାରେ ଥିବା ଜଣେ ଭଦ୍ରବ୍ୟକ୍ତି ଲେନିନ୍ଙ୍କୁ ପଚାରିଲେ, “ଆପଣ ଏ ରୁଗ୍ଣ ଅବସ୍ଥାରେ ଏଠି କ’ଣ କରୁଛନ୍ତି?”
ତହୁଁ ଲେନିନ୍ ଉତ୍ତରଦେଲେ, “ମୁଁ ପରା ଏଇ ଶ୍ରମିକମାନଙ୍କ ପାଖରେ ରହି ସେମାନଙ୍କର ଉତ୍ସାହ ବଢାଉଥିଲି । ନହେଲେ କ’ଣ ଏ କାମ ଏତେ ଶୀଘ୍ର କେବେବି ହୋଇ ପାରିଥାନ୍ତା?”
ସେହି ଭଦ୍ରବ୍ୟକ୍ତି ଜଣକ ପୁଣି କହିଲେ, “ମାତ୍ର ଆପଣଙ୍କର ସ୍ୱାସ୍ଥ୍ୟାବସ୍ଥା ଯେ ଭଲ ନାହିଁ । ଏପରିସ୍ଥଳେ ଆପଣ ନିଜ କଥା ଟିକିଏ ବି ଚିନ୍ତା ନକରି ଏଠାରେ ପହଁଚିବା କ’ଣ ଏତେ ଜରୁରୀ ଥିଲା? ଆମେମାନେ ତ ଥିଲୁ, କାମ କରାଇ ନେଇଯାଇ ନ ଥାନ୍ତୁ?”
ଏହାଶୁଣି ଲେନିନ୍ ଦୃଢତାର ସହିତ କହିଲେ, “ଯିଏ ଏତିକି ସ୍ୱାର୍ଥତ୍ୟାଗ କରି ନପାରି ନିଜ ସୁଖ, ନିଜ କଥା ଚିନ୍ତା କରିବେ ସିଏ କି ନେତା? ତାଙ୍କୁ ଲୋକମାନେ ନେତା କହିବେ ବା କାହିଁକି?”
ସୁତରାଂ ଯଥାର୍ଥରେ କୁହାଯାଇଛି –
“ନିଜ ସୁଖ ଛାଡି ଅନ୍ୟର ସୁଖ ଯେ’ ଚିନ୍ତା କରୁଥାନ୍ତି ସଦା ମନରେ
ସେହିଭଳି ବ୍ୟକ୍ତି ଅସଲ ନେତାରେ ଗଣା ହୋଇଥାନ୍ତି ଏଇ ବିଶ୍ୱରେ ।”