ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଆଜ୍ଞାବହ ଆରୁଣୀ

                ସଂଧ୍ୟା ହେଲା । ତାପରେ ଅନ୍ଧାର କ୍ରମେ ଘନେଇ ଆସିଲା । ମେଘ ଘଡଘଡି ଶବ୍ଦରେ ସତେ ଯେମିତି ପୃଥିବୀ ଫାଟି ପଡୁଥାଏ । ସଂନ୍ଧ୍ୟାରେ ଆଶ୍ରମର ପ୍ରାର୍ଥନା ସଭାକୁ ଆଉ ଆରୁଣୀ ଆସି ପାରିଲା ନାହିଁ । ଗୁରୁଦେବ ଧାନ କିଆରି ବିଷୟ ଜାଣିବା ପାଇଁ ଆରୁଣୀକୁ ଖୋଜିଲେ । ହେଲେ ଆରୁଣୀ ତ ନାହିଁ । ଆରୁଣୀକୁ ନ ପାଇ ଗୁରୁଦେବ ଖୁବ୍ ଚିନ୍ତିତ ହୋଇ ପଡିଲେ । ଘନ ଅନ୍ଧକାର । ଏବେ ସେ କଅଣ କରିବେ? ଏମିତି ସବୁ ଭାବି ଭାବି ବିଷମ ଚିନ୍ତା ତାଙ୍କୁ ଘାରିଲା । ଆରୁଣୀ କଅଣ କୃଷିକ୍ଷେତ୍ରରୁ ଫେରି ନାହିଁ ନାଁ ଆଉ କେଉଁ କାରଣ ପାଇଁ ସେ ଆସି ନାହିଁ । ଏମିତି ଚିନ୍ତା ମଧ୍ୟରେ ବି ସମୟ ଗଡି ଯାଉଥାଏ । ତା’ପରେ ତାଙ୍କର ସେହି ବିଚଳିତ ମନରେ ସେ ଆରୁଣୀକୁ ଖୋଜିବା ପାଇଁ କେତେ ଜଣ ଶିଷ୍ୟଙ୍କୁ ନେଇ ସେହି କିଆରି ଆଡକୁ ମାଡି ଚାଲିଲେ । ଅନ୍ଧାର ପାଇଁ ହାତରେ ମଶାଲ । ଗୁରୁଦେବ ଆରୁଣୀକୁ ଡାକିଡାକି ଯାଇ କିଆରି ପାଖରେ ପହଁଚି ଥିଲେ ବି ଆରୁଣୀ ଠାରୁ କୌଣସି ଉତ୍ତର ପାଇ ପାରୁ ନ ଥାଆନ୍ତି । ନିଜର କାଦୁଅ ହିଡରେ ଚାଲୁଚାଲୁ ମଶାଲ ଆଲୁଅରେ ଦେଖିପାରି ସେ ସ୍ତବ୍ଧ ହୋଇ ଗଲେ । ସବୁ ଦେଖି ସେ ବିସ୍ମୟ ପ୍ରକାଶ କରୁଥାଆନ୍ତି । ଏଣେ ଆରୁଣୀ ତ ଆଉ ପାଣୀରୁ ଉଠୁ ନାହିଁ । ଦେଖିଲେ ତା’ର ଚେତା ବି ହଜି ଯାଇଛି । ଶିଷ୍ୟମାନଙ୍କ ସହଯୋଗରେ ସେ ଆରୁଣୀକୁ ପାଣିରୁ ଉଠାଇ ଆଣି ସେଠାରେ ତା’ର ଆଶୁ ଚିକିତ୍ସାର ବ୍ୟବସ୍ଥା ନେଲେ । କିଛି ସମୟ ପରେ ଆରୁଣୀର ସମ୍ବିତ୍ ଫେରି ଆସିବାରୁ ଗୁରୁ ଆନନ୍ଦିତ ହୋଇ ଆରୁଣୀକୁ କୁଣ୍ଢାଇ ପକାଇଲେ । ସେତେବେଳେ ଗୁରୁଙ୍କ ଆଖି କୋଣରୁ ଖାଲି ଧାର ଧାର ଲୁହ ଗଡି ପଡୁଥାଏ । ଆରୁଣୀ ଗୁରୁଦେବଙ୍କୁ ଅସ୍ପଷ୍ଟ ସ୍ୱରରେ କହିଲେ, ‘ଗୁରୁଦେବ ! ମୁଁ କିଛି ଅସୁବିଧା କରି ନାହିଁ ତ? ଶେଷରେ ଗୁରୁଦେବ କହିଲେ, ବତ୍ସ ! ତୁମେ ଆଜି ଏହି କାର୍ଯ୍ୟ କରି ମୋତେ ଯେଉଁ ପରୀକ୍ଷା ଦେଇଗଲ, ତାହା କେବଳ ଆଜି ପାଇଁ ନୁହେଁ, ବରଂ ଯୁଗ ଯୁଗ ପାଇଁ ସମଗ୍ର ଶିଷ୍ୟମାନଙ୍କ ନିମନ୍ତେ ଏହା ଏକ ଆହ୍ୱାନ ଏବଂ ଏକ ଆଦର୍ଶ ହୋଇ ରହିଗଲା’ ।

                କିଛି କାଳ ପରେ ସେ ସେହି ଗୁରୁଙ୍କ ଆଶୀର୍ବାଦରୁ ଜଣେ ପରମ ତେଜସ୍ୱୀ, ଯଶସ୍ୱୀ ତଥା ମୃତ୍ୟୁଞ୍ଜୟୀ ମହର୍ଷି ଉଦ୍ଦାଳକ ନାମରେ ବିଖ୍ୟାତ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ